ପ୍ରମୂଖ ଖବର
  • ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ, ଟି-୨୦ ବିଶ୍ବକପରୁ ପାକିସ୍ତାନ ଆଉଟ୍
  • ||
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଅଥୟ କଲାଣି ‘ଚର୍ମ’ ରୋଗ, ୫ ବର୍ଷରେ ୩ ଗୁଣା ବଢ଼ିଛି ରୋଗୀ ସଂଖ୍ୟା: ଜୀବନଶୈଳୀ, ବାୟୁମଣ୍ଡଳ ପ୍ରଦୂଷଣ ଦାୟୀ

ଭୁୁବନେଶ୍ୱର,୧୭/୦୫: ଅଥୟ  କଲାଣି ‘ଚର୍ମ’ ରୋଗ । ଏକ୍‌ଜିମା, ଯାଦୁ ଓ  ଆଲର୍ଜୀରେ ରୋଗୀ ବହୁଳ ଭାବେ ଆକ୍ରାନ୍ତ  ହେଉଛନ୍ତି । ଚିକିତ୍ସା ଲାଗି ରୋଗୀ ଗୋଟିଏ  ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲ  ଧାଉଁଛନ୍ତି । ବିଶେଷଜ୍ଞଙ୍କ କହିବା କଥା,  ଲୋକେ ମନଇଚ୍ଛା ଔଷଧ ବ୍ୟବହାର କରିବା,  ଜଳବାୟୁ ପରିବର୍ତ୍ତନ, ବାୟୁମଣ୍ଡଳ ବିଷାକ୍ତ  ହେବା, ଜିନ୍ସ କପଡ଼ା ବ୍ୟବହାର ଓ ଫାଷ୍ଟ୍‌ଫୁଡ୍‌  ଖାଇବା ଯୋଗୁ ଚର୍ମ ରୋଗ ବ୍ୟାପୁଛି । ୫  ବର୍ଷ ଭିତରେ ଏହି ରୋଗୀଙ୍କ ସଂଖ୍ୟା ପ୍ରାୟ  ୩ ଗୁଣା ବଢ଼ିଛି ବୋଲି ସେମାନେ କହିଛନ୍ତି ।  

କ୍ୟାପିଟାଲ ହସ୍ପିଟାଲରୁ ମିଳିଥିବା ସୂଚନା  ଅନୁଯାୟୀ, ଗତ ୫ ବର୍ଷ ପୂର୍ବେ ହସ୍ପିଟାଲକୁ  ଦୈନିକ ୧୦୦ରୁ ୧୮୦ ଭିତରେ ଚର୍ମ ରୋଗୀ ଆସୁଥିଲେ । ଏବେ ଦୈନିକ ରୋଗୀ ସଂଖ୍ୟା  ପ୍ରାୟ ୪୫୦ରୁ ୫୦୦ ପର୍ଯ୍ୟନ୍ତ ଗଲାଣି। କ୍ୟାପିଟାଲ ହସ୍ପିଟାଲ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ରାଜେନ୍ଦ୍ର କୁମାର ପାଣିଗ୍ରାହୀ କହିଛନ୍ତି, ହସ୍ପିଟାଲରେ ଚର୍ମ ରୋଗୀଙ୍କ ବହୁତ ଭିଡ଼  ହେଉଛି । ଏବେ ହସ୍ପିଟାଲରୁ ଆସୁଥିବା ରୋଗୀଙ୍କ ମଧ୍ୟରେ ପ୍ରାୟତଃ ୮୦ ପ୍ରତିଶତ  ଏହି ରୋଗୀ । ଏହି ରୋଗକୁ ନିୟନ୍ତ୍ରଣ କରିବା ଏବେ କଷ୍ଟକର ହେଲାଣି । ରୋଗୀ ଡାକ୍ତରୀ  ପରାମର୍ଶ ନେଉନାହାନ୍ତି । ଔଷଧ ଦୋକାନକୁ  ଯାଇ ମନଇଚ୍ଛା ଔଷଧ ଓ ମଲମ ଲଗାଉଛନ୍ତି । ଏହାର ମାତ୍ରା ସମ୍ପର୍କରେ ସେମାନେ ମଧ୍ୟ  ଅଜଣା। ଫଳରେ ପରବର୍ତ୍ତୀ ସମୟରେ  ଶରୀର ରୋଗ ପ୍ରତିରୋଧକ ଶକ୍ତି ହରାଉଛି । ରୋଗ ବଢ଼ିଲା ପରେ ସେମାନେ ଡାକ୍ତରଙ୍କ  ପାଖକୁ ଆସୁଛନ୍ତି। ତେଣୁ ଲୋକେ ଡାକ୍ତରଙ୍କ  ବିନା ପରାମର୍ଶରେ ଔଷଧ ବ୍ୟବହାର ନ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି । 

ଚର୍ମରୋଗ ବିଶେଷଜ୍ଞ ବିଶ୍ୱଜିତ ସାମଲ  କହିଛନ୍ତି, ଏବେ ବାୟୁମଣ୍ଡଳ ପ୍ରଦୂଷଣ,  ଜୀବନ ଶୈଳୀରେ ପରିବର୍ତ୍ତନ ଓ ଶିଳ୍ପାଞ୍ଚଳ  ବୃଦ୍ଧି ଯୋଗୁଁ ଏକ୍‌ଜିମା ବଢ଼ୁଛି । ଚର୍ମ ଶୁଷ୍କ  ରହିବା ଦ୍ୱାରା ଏହା ବଢ଼ିଥାଏ । ତେଣୁ  ନିୟମିତ ଶରୀରରେ ନଡ଼ିଆ ତେଲ ଲଗାଇବା  ଦରକାର । ସେହିପରି ଶରୀରରେ ଝାଳ  ଜମି ରହିଲେ ଯାଦୁ ହୋଇଥାଏ । ଏହାର  ମୂଳ କାରଣ ହେଉଛି ଚିପା ପୋଷାକ ସହ  ଜିନ୍ସ ପିନ୍ଧିବା । ଏବେ ହଷ୍ଟେଲ୍‌ରେ ରହୁଥିବା  ପିଲାଙ୍କୁ ବେଶୀ କାଛୁ, କୁଣ୍ଡିଆ ହେଉଥିବା  ଦେଖାଯାଉଛି । କାରଣ ସେମାନେ ଅଧିକାଂଶ  ସମୟରେ ପରିଷ୍କାର ପରିଚ୍ଛନ୍ନ ରହୁନାହାନ୍ତି,  ମଇଳା କପଡ଼ା ବ୍ୟବହାର କରୁଛନ୍ତି ।  ନିୟମିତ ହଷ୍ଟେଲ ପିଲା ଚର୍ମ ରୋଗରେ  ସଂକ୍ରମିତ ହୋଇ ବହୁ ସଂଖ୍ୟାରେ ହସ୍ପିଟାଲ୍‌କୁ  ଆସୁଛନ୍ତି । ତେଣୁ ଅଭିଭାବକମାନେ ଏହି ପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.