PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ବ୍ରଜରାଜନଗର ଉପନିର୍ବାଚନ ପରେ ଓଡ଼ିଶା ପିସିସି ସଭାପତି ଘୋଷଣା: ଏ. ଚେଲ୍ଲାକୁମାର
  • ||
  • ଭୁବନେଶ୍ୱର: ଆଜି ଇଣ୍ଡିଆନ ଗ୍ରାଁପ୍ରି-୩: ଅମିୟ ଓ ଶ୍ରାବଣୀ ଦୌଡ଼ିବେ, ପ୍ରତିଯୋଗିତାରେ ସାମିଲ ହେବେନି ଦୂତି
  • ||
  • କଟକ : ଆଜିଠୁ ମାଟ୍ରିକ ଖାତା ଦେଖା, ରାଜ୍ୟର ୫୮ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||

ପ୍ରିୟଙ୍କା ଗାନ୍ଧୀଙ୍କ ପୋଷାକକୁ ନେଇ ବିଜେପି ନେତାଙ୍କ ବିବାଦୀୟ ବୟାନ- ‘ସ୍କର୍ଟ ପିନ୍ଧୁଥିବା ଚାକରାଣୀ ଏବେ ଶାଢ଼ି ପିନ୍ଧି ମନ୍ଦିର ଯାଉଛନ୍ତି’

ନୂଆଦିଲ୍ଲୀ ୩।୪: ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନ ଚାଲିଥିବାବେଳେ ନେତାମାନଙ୍କ ବିରୋଧୀଦଳ ଓ ମନ୍ତ୍ରୀଙ୍କ ଉପରେ ବିଭିନ୍ନ ପ୍ରକାର ଆକ୍ଷେପ ଦେଖିବାକୁ ମିଳୁଛି।

ଏହି କ୍ରମରେ ଉତ୍ତରପ୍ରଦେଶ ମେର ଠାରେ ଆୟୋଜିତ ଏକ ଜନସଭାରେ ବିଜେପି ନେତା ଜୟକରଣ ଗୁପ୍ତା ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ, କଂଗ୍ରେସର ଜଣେ ନେତା ତ ବଡ଼ ଜୋର ଜୋର କହୁଛନ୍ତି ‘ଆଚ୍ଛେ ଦିନ ଆୟେ ?’। କିନ୍ତୁ କ’ଣ ତାଙ୍କୁ ଆଚ୍ଛେ ଦିନ ଦେଖାଯାଉନାହିଁ କି ? ଏପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ନ ନେଇ ଚାକାରାଣୀ ସହିତ ତୁଳନା କରି କହିଛନ୍ତି ଯେ, ସୁଟ୍ ପିନ୍ଧୁଥିବା ବାଈ ଏବେ ଶାଢ଼ି ପିନ୍ଧି ମନ୍ଦିରକୁ ଯିବାକୁ ଲାଗିଛନ୍ତି ବୋଲି କହିଛନ୍ତି ଜୟକରଣ ଗୁପ୍ତା।

ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ଜୟକରଣ ଗୁପ୍ତାଙ୍କ ଏହି ବିବାଦୀୟ ବୟାନର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର