ଲକ୍‌ ଡାଉନ୍‌ : ଆକାଶଛୁଆଁ ସେକ୍ସ ଡଲ୍‌ ଓ ସେକ୍ସ ଟଏ ବିକ୍ରି !

ବ୍ରିଟେନ : କରୋନା ଭାଇରସ୍ ଯୋଗୁଁ ସାରା ଦେଶରେ ଲକ୍‌ ଡାଉନ୍‌ ପଡ଼ିଛି । ସମସ୍ତେ ଘରେ ଆବଦ୍ଧ ହୋଇ ଯାଇଛନ୍ତି । ବାହାରେ ବୁଲିବା ବା ବନ୍ଧୁଙ୍କ ସହ ଦେଖା ସାକ୍ଷାତ କରିବାକୁ ଇଚ୍ଛା ହେଲେ ବି କେହି ଘରୁ ପଦାକୁ ଗୋଡ଼ ବାହାର କରି ପାରୁନାହାଁନ୍ତି । କାରଣ କରୋନା ଲକ୍‌ ଡାଉନ୍‌ ସମସ୍ତଙ୍କ ପାଇଁ ଲକ୍ଷ୍ମଣ ରେଖା ଟାଣି ଦେଇଛି ।

ଆଉ ଏ ଭିତରେ ସବୁଠି ବଡ଼ କଥା ହେଲା ଅନ୍‌ ବିଜନେସ୍‌ ଭଲ ଚାଲିଛି । ଲକ୍‌ ଡାଉନ୍‌ ଯୋଗୁଁ ଦୋକାନ ବନ୍ଦ କରି ଘରେ ଗୋଡ଼ ବାନ୍ଧି ବସିଥିବା ଦୋକାନୀ ତଥା ବ୍ୟବସାୟୀ ମାନେ ଲୋକଙ୍କୁ ମନୋରଞ୍ଜନ କରିବା ପାଇଁ ଅନ୍‌ ଲାଇନ୍‌ ବିଜ୍‌ନେସ୍‌କୁ ଆପଣେଇଛନ୍ତି । ଲୋକେ ବେଶୀ ଚାହୁଁଥିବା ଜିନିଷକୁ ନେଇ ଏହି ନୂତନ ଉପାୟ ବାହାର କରିଛନ୍ତି । ସବୁଠୁ ବେଶି ବିଜିନେସ୍‌ ଚାଲିଛି ସେକ୍‌ସ ବ୍ୟବସାୟ ସଂପର୍କିତ ଜିନିଷକୁ ନେଇ । ସେକ୍ସ ଡଲ୍‌ , ସେକ୍ସ ଟଏ ଓ ଅନ୍ତଃବସ୍ତ୍ର(lingerie)  ଭଳି ଜିନିଷର ବେପାର ଆକାଶଛୁଆଁ ହୋଇଛି ବୋଲି ଖବର ପ୍ରକାଶିତ ହୋଇଛି ।

ଚଳିତ ସପ୍ତାହରେ ମିସଗାଇଡ୍ ରିପୋର୍ଟ ମୁତାବକ, ମାର୍ଚ୍ଚ ୨୩ ରେ ତାଲା ପକାଯିବା ପର ଠାରୁ ଏହାର ଅନ୍ତଃବସ୍ତ୍ର ବିକ୍ରିରେ ୩୦୦ ପ୍ରତିଶତ ବୃଦ୍ଧି ଘଟିଛି। ଅନଲାଇନ୍ ଫ୍ୟାଶନ ରିଟେଲରଙ୍କ ଅନୁଯାୟୀ, ଲକଡାଉନ୍ ଆରମ୍ଭରୁ ବ୍ରିଟେନରେ ବ୍ଲାକ୍‌ ବ୍ରାଲେଟ୍ ବିକ୍ରି ୧୮ ପ୍ରତିଶତ ବୃଦ୍ଧି ପାଇଛି। ଏହାସହ ଅଧିକ ନଷ୍ଟ ହୋଇଥିବା ପ୍ୟାଣ୍ଟରେ ବିକ୍ରି ୧୫ ପ୍ରତିଶତ ବୃଦ୍ଧି ପାଇଛି।

ଏହାସହ ମଧ୍ୟ ପଢ଼ନ୍ତୁ – ଲକ୍‌ ଡାଉନ୍‌ରେ ଅନ୍‌ଲାଇନ୍‌ରେ ଏହିପରି ଚାଲିଛି ସେକ୍ସ ! ମାଲାମାଲ୍‌ ଦେହଜୀବୀ

ଆଉ ମଧ୍ୟ ବିଶ୍ୱରେ ସର୍ବବୃହତ ସେକ୍ସ ଡଲ୍ ଖୁଚୁରା ବ୍ୟବସାୟୀ ଭାବେ ନାଁ କମେଇ ଥିବା ସେକ୍ସ ଡଲ୍ ଜିନି କରୋନା ସମୟରେ ରେକର୍ଡ ସଂଖ୍ୟକ ଅର୍ଡର ପାଇଥିବା  ଦାବି କରିଛି ।

୨୬୦୦ରୁ ଅଧିକ ପ୍ରିମିୟମ୍ ମେଡ୍‌-ଟୁ-ଅର୍ଡର ସେକ୍ସ ଡଲ୍ ବିକ୍ରି କରୁଥିବା ଖୁଚୁରା ବ୍ୟବସାୟୀ କହିଛନ୍ତି ଯେ ଫେବୃଆରୀ ଏବଂ ମାର୍ଚ୍ଚରେ ଅବିବାହିତ ପୁରୁଷଙ୍କ ଠାରୁ  ୫୧.୬ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ପୁଣି ଏହା ଏପ୍ରିଲରେ ୩୩.୨ ପ୍ରତିଶତ ବୃଦ୍ଧି ପାଇଛି।

ଉଲ୍ଲେଖନୀୟ ଯେ ଏହି ନିକଟରେ ଅନ୍‌ଲାଇନ୍‌ରେ ସେକ୍ସ ଚାଲିଥିବା ନେଇ ମଧ୍ୟ ଖବର ସାମନାକୁ ଆସିଥିଲା । ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି । ଗ୍ରାହକମାନେ କରୋନା ଭାଇରସ୍‌ ଲକ୍‌ ଡାଉନ୍‌ରେ ସେକ୍ସ ୱାର୍କର ମାନଙ୍କ ଦୂରେଇ ଦେଇ ଥିବାରୁ , ସେମାନଙ୍କର ବେପାର ଠପ୍‌ ହୋଇଯାଇଛି । ସେମାନେ ଏହି ସମୟରେ ଅନ୍‌ ଲାଇନ୍‌ ଭଳି ଅଭିନବ ଉପାୟ ଆପଣେଇଛନ୍ତି ।

   ସମ୍ବନ୍ଧିତ ଖବର


କ୍ରିସ୍‌ ଗେଲଙ୍କ ଛକା ରେକର୍ଡ, ପ୍ରଥମ କ୍ରିକେଟର ଭାବେ ଟି-୨୦ରେ ୧୦୦୦ ଛକା ମାରିଲେ ବସ୍

ଶେଷ ବଲରେ ଛକା, ଆଇପିଏଲ ଇତିହାସର ସେହି ୫ ଭାରତୀୟ ବ୍ୟାଟସ୍‌ମ୍ୟାନ୍

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ

ପୁଣି କରୋନାରେ ଆଖିବୁଜିଲେ ୧୧ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୩ଶହ ପାର୍