ଭାରତର ପ୍ରଥମ ବେସରକାରୀ ମହାକାଶଯାନ ଗବେଷଣା କମ୍ପାନୀ ସ୍କାଏ ରୁଟ୍‌ ସଫଳ ଭାବେ କଲା ଅପର୍‌ ଷ୍ଟେଜ୍‌ ରକେଟ୍‌ ଇଞ୍ଜିନ୍‌ର ପରୀକ୍ଷଣ

ନୂଆଦିଲ୍ଲୀ – ଭାରତର ପ୍ରଥମ ବେସରକାରୀ ମହାକାଶ ଯାନ ଗବେଷଣା କମ୍ପାନୀ ସଫଳ ଭାବେ ସ୍କାଏ ରୁଟ୍‌ ଅପରଷ୍ଟେଜ୍‌ ରକେଟ୍‌ ଇଞ୍ଜିନ୍‌ର ପରୀକ୍ଷଣ କରିଛି । ଆମେରିକାର କମ୍ପାନୀ ସ୍ପେସ୍‌ ଏକ୍ସ ସଫଳ ଭାବେ ମହାକାଶକୁ ମହାକାଶ ଯାନ ପ୍ରେରଣ କରିଛି । କେବଳ ସେତିକି ନୁହେଁ ଭବିଷ୍ୟତରେ ମହାକାଶ ପର୍ଯ୍ୟଟନ ବା ସ୍ପେସ୍‌ ଟୁରିଜିମ୍‌ ଆରମ୍ଭ କରିବ ବୋଲି ଲକ୍ଷ୍ୟ ରଖିଛି । ଭାରତରେ ସ୍କାଏ ରୁଟ୍‌ ନାମକ କମ୍ପାନୀ ମହାକାଶ ଗବେଷଣା କ୍ଷେତ୍ରରେ କାମ କରିବା ଆରମ୍ଭ କରିଛି । ଏହାକୁ କେତକ ବୈଧାନିକ କାର୍ଯ୍ୟ ପାଇଁ ଅନୁମତି ମିଳି ନାହିଁ । ହେଲେ ସୀମିତ ଅନୁମତି ମଧ୍ୟରେ ଏହା ବେଶ୍‌ ଭଲ କାମ କରିବା ଆରମ୍ଭ କରିଛି। ଏହା ଏବେ ଏହା ଅପର୍‌ ଷ୍ଟେଜ୍‌ ରକେଟ୍‌ ଇଞ୍ଜିନର ପରୀକ୍ଷଣ ଆରମ୍ଭ କରିଛି ।

ଏବେ ସ୍କାଏ ରୁଟ୍‌ ଏହାର ସଫଳ ପରୀକ୍ଷଣ କରିଛି । ସ୍କାଏ ରକେଟ୍‌କୁ ଏକ ଇଞ୍ଜିନିୟର ଟିମ୍‌ ଗଠନ କରିଛନ୍ତି । ଏମାନେ ପୂର୍ବରୁ ଇସ୍ରୋ ସହ କାମ କରୁଥିଲେ । ଏହାର ସିଇଓ ତଥା ପ୍ରତିଷ୍ଠାତା ପଓ୍ୱନ କୁମା ଚନ୍ଦନ । ଏବେ ସ୍କାଏ ରୁଟ୍‌ ୪.୩ ମଲିୟନ ଆମରିକୀୟ ଡଲାର ସହାୟତା ରାଶି ମିଳିଛି । ୨୦୨୧ ସୁଦ୍ଧା ଏହାକୁ ୧୫ ମିଲିୟନ ଆମେରିକୀୟ ଡଲାର ସହାୟତା ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି ।

ଏବେ ବିକ୍ରମ -୧ ନାମକ ପ୍ରଥମ ଲଞ୍ଚ୍‌ ଭେହିକିଲ୍‌କୁ ସ୍କାଏ ରୁଟ୍‌‌ ପ୍ରସ୍ତୁତ କରିବା ପାଇଁ ଯାଉଛି । ଏହାର ଅପର୍‌ ଷ୍ଟେଜ୍‌ ରକେଟ୍‌କୁ ସଫଳତାର ସହ ବିକଶିତ ଏବଂ ସଫଳ ଭେବେ ଏହାର ପରୀକ୍ଷଣ କରାଯାଇଛି । ଏହା ସାଟେଲାଇଟ୍‌କୁ ମହାକାଶରେ କକ୍ଷପଥରେ ସ୍ଥାପନ କରିପାରିବ ବୋଲି ସ୍କାଏ ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ଇଞ୍ଜିନ୍ ନାଁ ରମଣ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ଜଳୁଛି ଟ୍ୟାପ୍‌ରୁ ବାହାରୁଥିବା ପାଣି ! ଭିଡ଼ିଓ ଭାଇରାଲ

୧୦ ଦିନରେ ପୁଲିସକୁ ମିଳିଲା ୪ ଶବ ତିନୋଟି ହତ୍ୟାକାଣ୍ଡ- ସିରିଏଲ୍‌ କିଲର୍‌ ଗ୍ୟାଙ୍ଗର କାରନାମା, ମାତ୍ର ୧୫୦ ଦୁଇ ଶହ ଟଙ୍କା ଲୁଟ୍‌ ପରେ କରୁଥିଲେ ହତ୍ୟା

ଅଜବ ଫୁଲ, କିଏ ଗନ୍ଧାଏ ତ ଆଉ କିଏ ଜୀବଙ୍କୁ ମାରି ଖାଇଯାଏ

ସାନିଆ ମିର୍ଜା ମାତୃତ୍ୱ ଲାଭ କରିବା ପରେ ପୁଣି ସେ କୋର୍ଟକୁ ଫେରିବେ

ସାଇକେଲ୍‌ ବନ୍ଧା ରଖିବାରୁ ଛୁରୀ ଭୁଷି ହତ୍ୟା

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ -ବାଂଲାଦେଶ ଓ ରୁଷ୍‌ରୁ ଆଣୁଥିଲା ଯୁବତୀଙ୍କୁ