ଯୁବବର୍ଗଙ୍କୁ ନିଦ୍ରାହୀନତା ଆଶଙ୍କା ବେଶି, ଜାଣନ୍ତୁ କ’ଣ ରହିଛି କାରଣ…

ଭୁବନେଶ୍ବର ୯/୧୧: ଆବଶ୍ୟକଠୁ କମ୍‌ ନିଦ ବା ନିଦ୍ରାହୀନତା ସମସ୍ୟାଯୁକ୍ତ ବ୍ୟକ୍ତିଙ୍କୁ ଷ୍ଟ୍ରୋକ୍‌, ହୃଦ୍‌ଘାତ ଓ ଅନ୍ୟ ହୃଦ୍‌ରୋଗ ଆଶଙ୍କା ରହିଛି । ଏକ ନୂଆ ଅଧ୍ୟୟନ ଏହା ଦାବି କରିଛି। ଏହାର ଫଳାଫଳ ଅନୁସାରେ, ନିଦ ସମସ୍ୟା ଦେଇ ଗତି କରୁଥିବା ବ୍ୟକ୍ତିଙ୍କ ଉପରେ ଯଦି ଫୋକସ୍‌ କରାଯାଏ ତେବେ ଷ୍ଟ୍ରୋକ୍‌, ହୃଦ୍‌ଘାତ ଓ ଅନ୍ୟ ରୋଗ ଆଶଙ୍କା ହ୍ରାସ କରାଯାଇପାରିବ ବୋଲି ଅଧ୍ୟୟନର ମୁଖ୍ୟ ଲେଖକ ଚୀନ୍‌ର ବେଜିଂ ସ୍ଥିତ ପେକିଂ ୟୁନିଭର୍ସିଟିର ମୁଖ୍ୟ ଲିମିଙ୍ଗ ଲି କହିଛନ୍ତି। ଅଧ୍ୟୟନରେ ଚୀନ୍‌ର ହାରାହାରି ୫୧ ବର୍ଷ ବୟସର ୪୮୭,୨୦୦ ଜଣଙ୍କୁ ସାମିଲ କରାଯାଇଥିଲା । ଅଧ୍ୟୟନ ଆରମ୍ଭରେ ପ୍ରତିଯୋଗୀଙ୍କର ଷ୍ଟ୍ରୋକ୍‌ କିମ୍ବା ହୃଦ୍‌ରୋଗ ସମସ୍ୟା ନଥିଲା ।

ସେମାନେ ନିଦ୍ରାହୀନତାର ସମ୍ମୁଖୀନ ହୋଇଥିଲେ କି ନାହିଁ, ପ୍ରତି ସପ୍ତାହ ଅତିକମ୍‌ରେ ୩ ଦିନ ପ୍ରତିଯୋଗୀଙ୍କୁ ତାହା ପଚରାଯାଇଥିଲା । ମୋଟ୍‌ ୧୧ ପ୍ରତିଶତ ଲୋକ ନିଦ ସମ୍ପର୍କିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ୧୦ ପ୍ରତିଶତଙ୍କ ନିଦ ଖୁବ୍‌ଶୀଘ୍ର ଭାଙ୍ଗିଯାଉଥିଲା ଏବଂ ନିଦ୍ରାହୀନତା ଯୋଗୁ ୨ ପ୍ରତିଶତ ଦିନବେଳେ କାମରେ ଫୋକସ୍‌ କରିପାରୁନଥିଲେ। ଏହା ପରେ ପ୍ରାୟ ୧୦ ବର୍ଷ ଧରି ପ୍ରତିଯୋଗୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଗଲା । ଏହି ଅବଧିରେ ୧୩୦,୦୩୨ ଷ୍ଟ୍ରୋକ୍‌, ହୃଦ୍‌ଘାତ ଓ ସେହିଭଳି ଅନ୍ୟ ରୋଗ ସେମାନଙ୍କଠାରେ ଜଣାପଡ଼ିଲା । ଯୁବବର୍ଗଙ୍କ ମଧ୍ୟରେ ନିଦ୍ରାହୀନତା ଲକ୍ଷଣ ଓ ଏହି ରୋଗଗୁଡ଼ିକର ସମ୍ପର୍କ ବେଶି ଥିଲା

   ସମ୍ବନ୍ଧିତ ଖବର


ରିଲାଏନ୍ସ ଜିଓ ଆଣିଲା ଦମଦାର୍ ଅଫର୍: ୟୁଜର୍ସଙ୍କୁ ପ୍ରତିଦିନ ମାଗଣାରେ ମିଳିବ ୨ ଜିବି ଡାଟା

ଟଙ୍କାର ଆବଶ୍ୟକତା ଅଛି କି ? ଏହି ବୀମା ପଲିସି ସାହାଯ୍ୟରେ ମିଳିବ ଲୋନ୍

ଜୁନ୍‌ ୫ରେ ଚନ୍ଦ୍ରଗ୍ରହଣ : ଦାନ କରନ୍ତୁ ଏହିସବୁ ଜିନିଷ, ହେବେ ଧନବାନ୍

ଚାଣକ୍ୟ ନୀତି : ପ୍ରାଣୀ ଏବଂ ମଣିଷମାନଙ୍କ ମଧ୍ୟରେ ଏହି ୪ଟି ଜିନିଷ ଏକ ସମାନ, ଉଭୟ କେବଳ ଗୋଟିଏ ଜିନିଷଠାରୁ ଭିନ୍ନ

କାଲି ପଡ଼ୁଛି ଏହି ଏକାଦଶୀ … ନିଷ୍ଠାର ସହ କଲେ ୨୪ ଏକାଦଶୀର ଫଳ ମିଳେ

୪୫ରେ ବି ୨୫ ବର୍ଷିୟା ଲାଗନ୍ତି ଏହି ଅଭିନେତ୍ରୀ, ଜାଣନ୍ତୁ ତାଙ୍କର ସୌନ୍ଦର୍ଯ୍ୟର ରହସ୍ୟ