PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ସାନଭାଇ ଟାଙ୍ଗିଆ ଚୋଟରେ ବଡଭାଇ ଗୁରୁତର

ଜଗମୋହନପୁର ୨୫/୧୨:ତେଲକୋଇ ଥାନା କୃଷ୍ଣପୁର ଗ୍ରାମରେ ସାନଭାଇ ଓ ଭାଇବୋହୂର ଟାଙ୍ଗିଆ ଚୋଟରେ ବଡ଼ଭାଇ ଗୁରୁତର ହୋଇଛନ୍ତି । ସେ ହେଲେ ଗ୍ରାମର ଶୁକଦେବ ନାୟକ(୪୪) । ତାଙ୍କୁ ପ୍ରଥମେ ତେଲକୋଇ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନଯୁାୟୀ, ସୁକଦେବ ଓ ତାଙ୍କ ସାନଭାଇ ପଦ୍ମଚରଣ ନାୟକଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାରିବାରିକ କଳହ ହୁଏ । ଏହି କଳହ ଆଜି ଉଗ୍ରରୂପ ଧାରଣ କରିଥିଲା । ଶୁକଦେବ ଓ ତାଙ୍କ ସ୍ତ୍ରୀ ଏନେଇ ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ । ସନ୍ଧ୍ୟାରେ ଘରକୁ ଫେରିବା ପରେ ପଦ୍ମଚରଣ ଓ ତାଙ୍କ ସ୍ତ୍ରୀ ଶୁକଦେବଙ୍କ ସହ ଝଗଡ଼ା କରିଥିଲେ । କିଛି ସମୟରେ ପରେ ଉଭୟ ଶୁକଦେବଙ୍କୁ ଘର ପାଖରେ ଥିବା ଅନ୍ଧାରି ନଟି ବିଲକୁ ଭିଡିନେଇ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଶୁକଦେବ ଜୀବନ ବଞ୍ଚାଇ ଗୁରୁଣ୍ଡି ଗୁରୁଣ୍ଡି ଘରେ ପହଞ୍ଚିଥିଲେ । ଶୁକଦେବଙ୍କ ପତ୍ନୀ ଏବଂ ଝିଅ ଘଟଣା ବିଷୟରେ ଗ୍ରାମର ଚଉକିଆକୁ କହିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଡାହାଣ ହାତ ଏବଂ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି ।