PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ସାହାରା ଖୋଜୁଛି କୁନିଝିଅ ସଙ୍ଗୀତା,ଭିକ୍ଷାବୃତ୍ତି କରି ନାତୁଣୀ ମୁହଁରେ ଆହାର ଦେଉଛନ୍ତି ଆଈ

ଭୁବନେଶ୍ୱର: ସାହାରା ଖୋଜୁଛି କୁନିଝିଅ ସଙ୍ଗୀତା । ଭିକ୍ଷାବୃତ୍ତି କରି ନାତୁଣୀ ମୁହଁରେ ଆହାର ଦେଉଛନ୍ତି ଆଈ । ବାପା, ମା’ କେହି ନାହାନ୍ତି । ବୟସ ବି ନିଜକୁ ନିଜେ ସମ୍ଭାଳିଲା ପରି ହେଇନି । ମାତ୍ର ୮ବର୍ଷ । ସମ୍ବଳ କହିଲେ କିଛି ନାହିଁ । ସଙ୍ଗୀତାଙ୍କ ଏକମାତ୍ର ଭରସା ଆଈ ଲବଙ୍ଗ । ଲବଙ୍ଗଙ୍କ ବୟସ ୭୫ ଡେଇଁଲାଣି । ବାର୍ଦ୍ଧକ୍ୟ କାରଣରୁ ସେ ଚାଲି, ଉଠି ପାରୁନାହାନ୍ତି । ତଥାପି ନାତୁଣୀକୁ ବଞ୍ଚାଇବାକୁ ଏ ବୟସରେ ସଂଘର୍ଷ କରୁଛନ୍ତି । ଏ ଦୁର୍ଦ୍ଦଶା ଭିତରେ ମୁଣ୍ଡ ଉପରେ ହାତ ଆଉ ବାପା, ମା’ଙ୍କ ସ୍ନେହ ଖୋଜୁଛି ସଙ୍ଗୀତା ।

 ଭିଏସ୍‌ଏସ୍‌ ନଗର ତାରିଣୀ ବସ୍ତିରେ ରହୁଛନ୍ତି ଆଈ ଲବଙ୍ଗ ପାଲ ଓ ନାତୁଣୀ ସଙ୍ଗୀତା ସାହୁ । ଲବଙ୍ଗଙ୍କ କହିବା କଥା, ମୋ ବେଳକାଳ ସରି ଆସିଲାଣି । ଏମିତିରେ ଆମ ପାଖରେ ଏଇ ଖଣ୍ଡିଆ ଘରଟି ଛଡ଼ା ଆଉ କିଛି ନାହିଁ । ଭତ୍ତା, ବିପିଏଲ୍‌ କି ରେସନ୍‌ କାର୍ଡଟିଏ ନାହିଁ । ସରକାରଙ୍କଠୁ କୌଣସି ସୁବିଧା ସୁଯୋଗ ପାଉନି । ଭିକ ମାଗିଲେ ଦୁହେଁ ଖାଇବୁ । ମୁଁ ବୁଢ଼ିଲୋକ ଓଳିଏ ନଖାଇଲେ ପାଣି ପିଇ ରହିଯିବି, ହେଲେ ଛୁଆଟି କ’ଣ ରହିପାରିବ? ସକାଳ ହେଲେ ତା’ ବିକଳ ମୁହଁ ମୋତେ ବାଧ୍ୟ କରେ ଭିକ ମାଗିବାକୁ । ତା’ ଛଡ଼ା ଏ ବୟସରେ ଆଉ କ’ଣ ବା କରିପାରିିବି? ମାଗିକରି ଯାହା ପାଏ ସେଥିରେ ଦି’ଜଣଙ୍କ ପେଟ ପୂରିଯାଏ । ସେଥିପାଇଁ କହୁଛି, ଛୁଆଟିକୁ କେହି ଦୟା କଲେ ତା’ ଜୀବନ ଉଦ୍ଧାର ହୋଇଯାଆନ୍ତା ।

ସେ ୨ ବର୍ଷର ହେଇଥିଲା ତା’ ମା’ ଛାଡ଼ି ଦେଇ କେଉଁଆଡ଼େ ଗଲା ଯେ, ଆଉ ଫେରିଲା ନାହିଁ । ଏଭିତରେ ୬ବର୍ଷ ବିତିଯାଇଛି । ନା’ ସେ ଆସୁଛି ନା’ ଝିଅ କେମିତି ଅଛି ପଚାରି ବୁଝୁଛି । ମୋର ସାହସ ବୋଲି କେହି ନାହିଁ । ହଁ, ବୁଢ଼ାଥିଲେ ଅଲଗା କଥା । ସେ ବି କେଉଁକାଳୁ ଗଲେଣି । ଘରେ କେହି ବୋଲେ କେହି ନାହିଁ । ଛୋଟ ଝିଅଟାକୁ ଏକୁଟିଆ ଛାଡ଼ି ଯାଉଛି ଯେ, ମୋତେ ଭୟ ଲାଗୁଛି । ଆଜି ସମୟ ଯାହା, କ’ଣ ନାଇ କ’ଣ ହେଲେ ମୋ ଦୁଃଖ କିଏ ବୁଝିବ? ଏହି ପରିସ୍ଥିତିରେ କୁନିଝିଅ ସଙ୍ଗୀତାର ଆଗାମୀ ଜୀବନ ଯେ, କ’ଣ ହେବ କହି ହେଉନି । ଅନ୍ତତଃ ପକ୍ଷେ ସରକାର ଯଦି ସଙ୍ଗୀତାର ଦାୟିତ୍ୱ ନିଅନ୍ତେ ତେବେ ସେ ବି ଅନ୍ୟମାନଙ୍କ ପରି ହସି, ଖେଳି କୁନି ପ୍ରଜାପତି ପରି ଉଡ଼ି ବୁଲନ୍ତା ତା’ ସ୍ୱପ୍ନ ଦୁନିଆରେ । ସ୍କୁଲ ଯାଆନ୍ତା, ସାଙ୍ଗସାଥୀଙ୍କୁ ଭେଟନ୍ତା ଆଉ ତା’ ଅଭାବବୋଧକୁ ଭୁଲି ଏକ ଭିନ୍ନ ଦୁନିଆରେ ଚାଲିବାକୁ ସାହାରା ପାଇଯାଆନ୍ତା ।