PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ବିଶ୍ବର ସବୁଠାରୁ ଛୋଟ ସାମ୍ରାଜ୍ୟ: ଯେଉଁଠି ରୁହନ୍ତି ମାତ୍ର ୧୧ ଜଣ ଲୋକ, ରାଜା ନିଜେ ଚଲାନ୍ତି ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ,୨୨।୧୨: ରାଜା କିମ୍ବା ରାଣୀଙ୍କ ଦ୍ବାରା ଶାସିତ ବିଶ୍ବର ସବୁଠୁ ବଡ ସାମ୍ରାଜ୍ୟ ସମ୍ପର୍କରେ ଆମେ ବହୁତ କିଛି ଶୁଣିଛୁ, କିନ୍ତୁ ଆପଣ କ’ଣ ଜାଣନ୍ତି କି?ସବୁଠାରୁ ଛୋଟ କିଙ୍ଗଡମ୍ ବା ସାମ୍ରାଜ୍ୟ କେଉଁଠି ରହିଛି? ଇଟାଲିର ସାର୍ଡନିୟା ଅଞ୍ଚଳରେ ଥିବା ଏକ ଛୋଟିଆ ଦ୍ବୀପ କିଙ୍ଗଡମ୍ ଅଫ ଟଭୋଲାରା  (Kingdom of Tavolara) ହେଉଛି ସବୁଠାରୁ ସାମ୍ରାଜ୍ୟ, ଯେଉଁଠି ମାତ୍ର ୧୧ ଜଣ ଲୋକ ରୁହନ୍ତି। ସେଠାରେ ଜଣେ ରାଜା ମଧ୍ୟ ରୁହନ୍ତି। ସେ ହେଲେ ଆଣ୍ଟୋନିଓ ବର୍ଟୋଲିଓନି। ଯିଏକି ଏହି ଦ୍ବୀପରେ ଏକମାତ୍ର ରେଷ୍ଟୁରାଣ୍ଟ ଚଲାନ୍ତି।

ଏହି ଦ୍ବୀପର କାହାଣୀ ଆରମ୍ଭ ହୁଏ ୧୮୦୭, ଯେତେବେଳେ ବର୍ତ୍ତମାନର ରାଜା ଆଣ୍ଟୋନିଓ, ଯାହାଙ୍କୁ ଟୋନିଓ ନାମରେ ମଧ୍ୟ ଜଣାଯାଏ। ତାଙ୍କର ଜେଜେବାପା ଗ୍ୟୁସିପି ବର୍ଟୋଲିଓନି ଇଟାଲୀରୁ ପଳାୟନ କରି ଏହି ଦ୍ବୀପରେ ପହଁଞ୍ଚିଥିଲେ। ସେ ଦୁଇ ଭଉଣୀଙ୍କୁ ଏକା ସହିତ ବିବାହ କରିଥିଲେ ଓ ଦ୍ବୀପନ୍ବିତଙ୍କ ଅଭିଯୋଗରୁ ବଞ୍ଚିବାକୁ ଚାହୁଁଥିଲେ, ଏହି କାରଣରୁ ସେ ଶୁନଶାନ୍ ଦ୍ବୀପରେ ପହଁଞ୍ଚି ଯାଇଥିଲେ।

ଦ୍ବୀପଟି ଯଦିଓ ଶୁନଶାନ୍ ଥିଲା, କିନ୍ତୁ ସୁନାର ଦାନ୍ତ ଥିବା ଛେଳି ମିଳୁଥିଲା। ଏହାପରେ ଏହି ସୁନାର  ଦାନ୍ତ ଥିବା ଛେଳିଙ୍କ କଥା ଚାରିଆଡେ ପ୍ରଚାର ହେବାରେ ଲାଗିଥିଲା। ଲୋକମାନେ ଦ୍ବୀପକୁ ଶୀକାର କରିବାକୁ ଆସିବାକୁ ଲାଗିଥିଲେ। ସେତେବେଳେ ଶିକାରରେ ସାହାର୍ଯ୍ୟ କରିବା ପାଇଁ ଗ୍ୟୁସିପିଙ୍କ ପୁଅ ପାଓଲୋ ନିଜକୁ ନିଜେ ଦ୍ବୀପର ରାଜା କହିଥିଲେ। ଧିରେ ଧିରେ ଟଭୋଲାରାଙ୍କୁ ରାଜା ବୋଲି ଲୋକମାନିଥିଲେ। ସେତେବେଳେ ସେହି ଦ୍ବୀପରେ ମୋଟ ୩୩ ଜଣ ଲୋକ ରହୁଥିଲେ।

ନିଜକୁ ରାଜା ଭାବି ପାଓଲୋ ନିଜର ଇଛାପତ୍ରରେ ଲେଖିଥିଲେ ମୃତ୍ୟୁପରେ ତାଙ୍କର ସମାଧିରେ ମୁକୁଟ ଲଗାଯାଉ। ଏହି ରାଜା ବଞ୍ଚିଥିବା ବେଳେ କେବେ ବି ମୁକୁଟ ପିନ୍ଧିନଥିଲେ। କିନ୍ତୁ ମୃତ୍ୟୁ ପରେ ତାଙ୍କର ସମାଧିରେ ମୁକୁଟ ଲଗାଯାଇଥିଲା। ସୁନେଲି ଦାନ୍ତ ଥିବା ଛେଳି ପାଇଁ ଏହି ଦ୍ବୀପ ପ୍ରସିଦ୍ଧି ଲାଭ କରିଥିଲା। ଏପରିକି ବହୁ ଦେଶ ଟଭୋଲାରାଙ୍କ ରାଜାଙ୍କ ସହ ଶାନ୍ତି ବୁଝାମଣା କରିଥିଲେ। ତେବେ ଏହା ପ୍ରତୀକାତ୍ମକ ଚୁକ୍ତି ଥିଲା, କାରଣ ମାତ୍ର କିଛି ଲୋକ ରହୁଥିବାରୁ ରାଜାଙ୍କୁ କୌଣସି ବିପଦ ନଥିଲା।

ପ୍ରାୟ ୫ କିଲୋମିଟର ଲମ୍ବା-ଚଉଡା ଥିବା ଏହି ଦ୍ବୀପରେ ଥରେ କ୍ବିନ୍ ଭିକ୍ଟୋରିଆଙ୍କ ପକ୍ଷରୁ ଜାହାଜ ମଧ୍ୟ ପଠାଯାଇଥିଲା। ଏହା ୧୯ଶ ଶତାବ୍ଦୀର କଥା, ଯେତେବେଳେ କ୍ବିନ ଭିକ୍ଟୋରିଆ ସାରା ବିଶ୍ବର ରାଜାଙ୍କର ଫଟୋ ଜମା କରିବାକୁ ଭାବିଥିଲେ। ସେତେବେଳେ ତାଙ୍କର ଜାହାଜ ଟଭୋଲାରାରେ ଆସିଥିଲା। ଏହାପରେ ରାଜପରିବାର ଫଟୋ ନିଆଯାଇଥିଲା। ଏଥିରେ ଏକ ଫଟା ଦ୍ବୀପ ଭିତରେ ଥିବା ଏକମାତ୍ର ରେଷ୍ଟୁରାଣ୍ଟର ରହିଥିଲା।

ଦ୍ବୀପରେ ଏକମାତ୍ର ରେଷ୍ଟୁରାଣ୍ଟ ଥିବା କାହାଣୀ ଖୁବ୍ ମଜାଦାର ଥିଲା। ଏହି ଦ୍ବୀପର ବର୍ତ୍ତମାନ ରାଜା ଅର୍ଥାତ ଏଣ୍ଟୋନିୟୋ ଓ ତାଙ୍କର ରାଜ ପରିବାର ଚଳାଇଥାନ୍ତି। ଏହି ଲୋକ ଇଟାଲିରୁ ଏହି ଦ୍ବୀପ ପର୍ଯ୍ୟନ୍ତ ପ୍ରାୟ ବୁଲାବୁଲି କରିଥାନ୍ତି ଓ ରେଷ୍ଟୁରାଣ୍ଟରେ ଜରୁରୀ ଜିନିଷ ନେଇଯାଇଥାନ୍ତି। ଏହାଫଳରେ ସେଠାକୁ ବୁଲିବାକୁ ଆସୁଥିବା ଲୋକଙ୍କୁ ତାଙ୍କର ପ୍ରିୟ ଖାଦ୍ୟ ଯେପରି ଖୁଆଇ ପାରିବେ।