ଏହି ଦେଶରେ ଅଛି ବିଶ୍ବର ସବୁଠାରୁ ଛୋଟ ଶିଶୁ,ଗୋଟିଏ ସେଓ ସମାନ ରହିଛି ଓଜନ

ଟୋକିଓ,୨୧।୪: ଜାପାନରେ ଗତ ବର୍ଷ ବିଶ୍ବର ସବୁଠାରୁ କମ୍ ଓଜନର ଶିଶୁପୁତ୍ର ରୟୁସୁକେ ସୋକିଏ ଜନ୍ମ ଗ୍ରହଣ କରିଛି। ଏହାର ଓଜନ ଏକ ସେଓର ସମାନ ବୋଲି କୁହାଯାଉଛି। ଶିଶୁଟିର ଓଜନ ୨୫୮ ଗ୍ରାମ ରହିଛି। ଏହି ଶିଶୁଟିର ମା’ ଗର୍ଭଧାରଣ କରିବାର ୫ ମାସ ଭିତରେ ତାଙ୍କୁ ହାଇବ୍ଳଡ ପ୍ରେସର ହେବାରୁ ୨୪ ସପ୍ତାହ ୫ ଦିନରେ ରୟୁସୁକେକୁ ଏମର୍ଜନ୍ସି ଅପରେସନ୍ କରାଯାଇ ଜନ୍ମ କରାଯାଇଥିଲା। ଜନ୍ମ ପରଠାରୁ ଶିଶୁଟିକୁ ଡାକ୍ତରମାନେ ଅଧିକ ଯତ୍ନ ନେଇତିଲେ। ଶେଷରେ ଏବେ ଡାକ୍ତରଙ୍କ ପରିଶ୍ରମ ଫଳପ୍ରଦ ହୋଇଚି ୭ ମାସ ପରେ ଏବେ ରୟୁସୁକେ ୩ କିଲୋଗ୍ରାମ ହୋଇଛି। ଶିଶୁଟିର ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାପରେ ଡାକ୍ତରମାନେ ତାଙ୍କୁ ଘରକୁ ପଠାଇ ଦେଇଛନ୍ତି।

୧ ଅକ୍ଟୋବର ୨୦୧୮ରେ ରେୟୁସୁକେଙ୍କ ଜନ୍ମ ହୋଇଥିଲା। ତାଙ୍କର ଉଚ୍ଚତା ମାତ୍ର ୨୨ ସେଣ୍ଟିମିଟର ଅର୍ଥାତ ୮.୬୬ ଇଞ୍ଚ ଥିଲା। ତାଙ୍କର ପରିସ୍ଥିତି ଖୁବ୍ ଗମ୍ଭୀର ଥିଲା। ଶିଶୁଟିକୁ ଆଇସିୟୁରେ ରଖାଯାଇଥିଲା। ତୁଳା ସାହାର୍ଯ୍ୟରେ ଶିଶୁଟିକୁ ମା’କ୍ଷୀର ପିଇବାକୁ ଦିଆଯାଉଥିଲା। ତାଙ୍କ  ମା’ଙ୍କର କହିବା ଅନୁସାରେ, ତାଙ୍କ ପୁଅ ଜନ୍ମ ସମୟରେ ଏକ ସେଓ ଭଳି ରହିଥିଲା। ଛୁଇଁଦେଲେ ଲାଗୁଥିଲା  ଯେପରି ସେ ଭାଙ୍ଗିଯିବ। କିନ୍ତୁ ଏବେ ସେ  କ୍ଷୀର ପିଇପାରୁଛି ଓ ଗାଧୋଇ ପାରୁଛି। ଉଲ୍ଳେଖନୀୟ ଯେ ଏହା ପୂର୍ବରୁ ବିଶ୍ବର ସପୁଠାରୁ ଛୋଟ ଶିଶୁ ଜାପାନରେ ଜନ୍ମ ହୋଇଥିଲା। ଗତ ବର୍ଷ ଏହି ଶିଶୁଟିର ଜନ୍ମ ହୋଇଥିବା ବେଳେ ତା’ର ଓଜନ ୨୬୮ ଗ୍ରାମ ରହିଥିଲା। ୟୁନିଭର୍ସିଟି ଅଫ୍ ଆୟୋବାର ରେକର୍ହ ଅନୁସାରେ ବିଶ୍ବର ସବୁଠାରୁ ଛୋଟ ଶିଶୁକନ୍ୟା ୨୦୧୫ରେ ଜର୍ମାନରେ ଜନ୍ମ ଗ୍ରହଣ କରିଥିଲା। ଜନ୍ମ ସମୟରେ ଶିଶୁଟିର ଓଜନ ୨୫୨ ଗ୍ରାମ ଥିଲା। ଡାକ୍ତରଙ୍କ କହିବା ଅନୁସାରେ ଏଭଳି ମାମଲାରେ ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ବଞ୍ଚି ରହିବାର  ସମ୍ଭାବନା ଅଧିକ ରହିଥାଏ ବୋଲି କହିଛନ୍ତି।

   ସମ୍ବନ୍ଧିତ ଖବର


Ola-Uber ଉପରେ ସରକାରଙ୍କ କଟକଣା, ଆଉ ନେଇ ପାରିବେନି ଅଧିକ ଭଡ଼ା

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ

ଚୀନ୍‌ର ଚୋରପଣ- କହିଲା ଭାରତରୁ ବ୍ୟାପିଛି କରୋନା ଭାଇରସ୍‌

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?