PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ବିଜନେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ରେ ପ୍ରଥମ ପିଏଚ୍‌ଡି ଲାଭ କରିଛନ୍ତି ସ୍ମାରକୀ ପଟ୍ଟନାୟକ

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ସ୍ମାରକୀ ପଟ୍ଟନାୟକ ମାତ୍ର ୨୬ବର୍ଷ ବୟସରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ବିଜନେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ବିଭାଗରେ ମାନବ ସମ୍ବଳ ବିକାଶ କ୍ଷେତ୍ରରେ ଗବେଷଣା କରି ବିଶ୍ୱବିଦ୍ୟାଳୟର ପ୍ରଥମ ପି.ଏଚ୍‌.ଡ଼ି. ପାଇବାର ସୌଭାଗ୍ୟ ଲାଭ କରିଛନ୍ତି । ସେ ମନସ୍ତାତ୍ତ୍ୱିକ ବୁଝାମଣାରେ ସଙ୍ଗଠନର ସଂସ୍କୃତି ଓ କର୍ମଚରୀମାନଙ୍କ ଆନନ୍ଦର ପ୍ରଭାବ ଉପରେ ଉଭୟ ରାଷ୍ଟ୍ରାୟତ ଉଦ୍ୟୋଗ ଓ ବେସରକାରୀ ଉଦ୍ୟୋଗର ମାନବ ସମ୍ବଳକୁ ନେଇ ଗବେଷଣା କରିଛନ୍ତି ।

ରେଭେନ୍‌ସା ବିଶ୍ୱବିଦ୍ୟାଳୟ ବିଜନେସ୍‌ ଆଡ୍‌ମିନିଷ୍ଟ୍ରେସନ ବିଭାଗର ମୁଖ୍ୟ ତଥା ପ୍ରଫେସର କିଶୋର କୁମାର ଦାସଙ୍କ ତତ୍ତ୍ୱାବଧାନରେ ସେ ଗବେଷଣା କରୁଥିଲେ । । ତାଙ୍କ ଗବେଷଣା ସନ୍ଦର୍ଭଟି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ଓ ଡିନ୍‌ ଡ. ଏମ୍‌. ଏଲ୍‌. ସିଙ୍ଗଲା ଓ ଜିୱାଜୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଏସ୍‌. କେ. ଶୁକ୍ଲାଙ୍କ ଦ୍ୱାରା ପରିକ୍ଷୀତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ଡ. ସ୍ମାରକୀ ପଟ୍ଟନାୟକ ପ୍ରତିଷ୍ଠିତ ମ୍ୟାନେଜମେଣ୍ଟ ଗୁରୁ ପ୍ରଫେସର ଡ. ବିଶ୍ୱଜିତ ପଟ୍ଟନାୟକଙ୍କର ଜ୍ୟେଷ୍ଠ କନ୍ୟା ଅଟନ୍ତି ।

ସମ୍ବନ୍ଧିତ ଖବର