ଦୁଇ ଭାରତୀୟ ଭଉଣୀ ଉଦ୍ଭାବନକଲେ ସ୍ମାର୍ଟ ଛୁରି -ଦୁଷ୍କର୍ମକାରୀଠାରୁ ବିପଦରେ ଥିବା ମହିଳାଙ୍କୁ ରକ୍ଷା କରିବ

ମହିଳାଙ୍କ ଉପରେ ଦିନକୁ ଦିନ ବଢୁଥିବା ଅପରାଧକୁ ନଜରରେ ରଖି ବାରାଣସୀର ଦୁଇ ଝିଅ ଶାଲିନି ଓ ଦୀକ୍ଷା ଏକ ସ୍ମାର୍ଟ ଛୁରି ଉଦ୍ଭାବନ କରିଛନ୍ତି । ଉଭୟ ବାରାଣସୀର ଅଶୋକା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପ୍ୟୁଟର ସାଇନ୍ସର ଛାତ୍ରୀ । ଇନ୍‌ଷ୍ଟିଚ୍ୟୁଟ୍‌ର ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ ସେଲ୍‌ ଅଧିକାରୀ ଶ୍ୟାମ ଚୌରାସିଆଙ୍କ ତତ୍ତ୍ୱାବଧାନରେ ସେମାନେ ଏହି ଆତ୍ମରକ୍ଷା ଡିଭାଇସ୍‌ ଉଦ୍ଭାବନ କରିଛନ୍ତି । ଛୁରିଟି ମହିଳାଙ୍କ ସୁରକ୍ଷା ନିମନ୍ତେ କେବଳ ଏକ ଅସ୍ତ୍ର ରୂପେ କାର୍ଯ୍ୟ କରିବ ତାହା ନୁହେଁ, ବରଂ ସେମାନଙ୍କ ସହ ଘଟୁଥିବା ଘଟଣା ବିଷୟରେ ପ୍ରିୟଜନଙ୍କୁ ସତର୍କ ମଧ୍ୟ କରାଇଦେବ । ଏହା ଏକ ସାଧାରଣ ଛୁରି ନୁହେଁ ବୋଲି ଶାଲିନି ଓ ଦୀକ୍ଷା କହିଛନ୍ତି ।

ଏଥିରେ ଏକ ସିମ୍‌ କାର୍ଡ ଇନ୍‌ଷ୍ଟଲ କରାଯାଇଛି, ଯାହା ଦୁଷ୍କର୍ମକାରୀଠାରୁ ବିପଦରେ ଥିବା ମହିଳାଙ୍କୁ ରକ୍ଷା କରିବ । ଷ୍ଟିଲ୍‌ର ଏହି ଛୁରିର ଓଜନ ମାତ୍ର ୭୦ ଗ୍ରାମ୍‌ । ଏକ ବଡ଼ ଗହଣାରେ ଏହାକୁ ସଂଲଗ୍ନ କରାଯାଇଛି । ଏହି ପ୍ରୋଟୋଟାଇପ୍‌ ପ୍ରସ୍ତୁତ କରିବା ନିମନ୍ତେ ଦୁଇ ଛାତ୍ରୀଙ୍କୁ ୧ ମାସ ସମୟ ଲାଗିଥିଲା । ଏହାର ମୂଲ୍ୟ ସେମାନେ ୧୫୦୦ ଟଙ୍କା ରଖିଛନ୍ତି । ମହିଳା ଯେତେବେଳେ ଛୁରିଟିକୁ ବାହାର କରିବେ, ପୂର୍ବରୁ ସେଥିରେ ଫିଡ୍‌ ହୋଇଥିବା ୩ ନମ୍ବରକୁ କଲ୍‌ ସହିତ ଉକ୍ତ ସ୍ଥାନର ସମ୍ପୂର୍ଣ୍ଣ ବିବରଣୀ ଚାଲିଯିବ ।

ରେଡିଓ ଫ୍ରିକ୍ୱେନ୍ସି ଓ ବ୍ଲୁଟୁଥ୍‌ ଟେକ୍ନୋଲୋଜି ଆଧାରରେ ଡିଭାଇସ୍‌ଟି କାମ କରେ । ଛୁରିରେ ଏକ ଅତି କ୍ଷୁଦ୍ର ବଟନ୍‌ ରହିଛି । ବିପଦ ସମୟରେ ବଟନ୍‌କୁ ଦବାଇବା ମାତ୍ରେ ତାହା ରେଡିଓ ଫ୍ରିକ୍ୱେନ୍ସି ଜରିଆରେ ମୋବାଇଲ ଫୋନ୍‌ ସହ ସଂଯୁକ୍ତ ହୋଇଥାଏ । ପୁଲିସ ଓ ପରିବାର ଲୋକେ ପହଞ୍ଚିବା ପର୍ଯ୍ୟନ୍ତ ମହିଳା ଜଣକ ଛୁରି ସାହାଯ୍ୟରେ ଆତ୍ମରକ୍ଷା କରିପାରିବେ ।

   ସମ୍ବନ୍ଧିତ ଖବର


ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ

ଧନୀ କ’ଣ ସତରେ ଚିନ୍ତା କରନ୍ତି ଗରିବଙ୍କ ଉନ୍ନତି? ଏକ ରୋଚକ ସ୍ଥିତି- ୮୦ କୋଟିପତି ଗରିବଙ୍କ ଅଧିକାର ନେଇ କରୁଛନ୍ତି ଚିତ୍କାର…

୧୦ ବର୍ଷରେ ପଇସା ହୋଇଯିବ ଦୁଇଗୁଣା, ଜାଣନ୍ତୁ ଏହି ସ୍କିମ୍ ସମ୍ପର୍କରେ…