PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଟେଣ୍ଡର ଡାକିଲା ସ୍ମାର୍ଟ ସିଟି ଲିମିଟେଡ୍‌, ରାଜଧାନୀର ୭ ସ୍ଥାନରେ ଲାଗିବ ୨୮ ଇ-ଯାନ ଚାର୍ଜିଂ ଷ୍ଟେସନ୍‌

ଭୁବନେଶ୍ୱର,୨୫/୧୦: ଏଣିକି ରାଜଧାନୀ ରାସ୍ତାରେ ଅଧିକ ସଂଖ୍ୟାରେ ଇଲେକ୍ଟ୍ରିକ୍‌ ବା ଇ-ଯାନ ଦେଖିବାକୁ ମିଳିବ । ଏଥିପାଇଁ ଆବଶ୍ୟକ ପଡୁଥିବା ଚାର୍ଜିଂ ଷ୍ଟେସନ୍‌ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସସିଏଲ୍‌) ଅଣ୍ଟା ଭିଡିଛି । ପୂର୍ବରୁ ଏ ସମ୍ପର୍କରେ ବିଚାରବିମର୍ଷ ହୋଇଥିବାବେଳେ ଆଜି ଚାର୍ଜିଂ ଷ୍ଟେସନ୍‌ ପ୍ରତିଷ୍ଠା ନେଇ ଟେଣ୍ଡର ଆହ୍ୱାନ କରାଯାଇଛି । ୩ ମାସ ଭିତରେ ଚାର୍ଜିଂ ଷ୍ଟେସନ୍‌ କାର୍ଯ୍ୟକ୍ଷମ କରିବାକୁ ପଡ଼ିବ ବୋଲି ଏଥିରେ ସର୍ତ୍ତ ରହିଛି ।

ସହରର ଏକାଧିକ ସ୍ଥାନରେ ଇ-ଯାନ ଚାର୍ଜିଂ ସେଣ୍ଟର ଖୋଲିବ । ଲୋକେ ଏଠାକୁ ଯାଇ ନିଜ ଇଲେକ୍ଟ୍ରିକ୍‌ ଗାଡ଼ିକୁ ଚାର୍ଜିଂ କରିବେ । ୭ଟି ସ୍ଥାନରେ ଇ-ଯାନ ଚାର୍ଜିଂ ସେଣ୍ଟର ରହିବ । ଚାର୍ଜିଂ ଷ୍ଟେସନରେ ଦୁଇ ପ୍ରକାରର ଚାର୍ଜିଂ ସୁବିଧା ରହିବ । ଉଭୟ ଦ୍ରୁତ୍‌ ଚାର୍ଜିଂ(ଫାଷ୍ଟ୍‌ ) ଓ ଧୀର ଚାର୍ଜିଂ(ସ୍ଲୋ) ଚାର୍ଜର ରହିବ । ଫାଷ୍ଟ୍‌ ଚାର୍ଜିଂ ଷ୍ଟେସନରେ ଦୁଇ ଘଣ୍ଟା ଭିତରେ ଗାଡି ଚାର୍ଜ ହୋଇଯିବ । ଏଠାରେ ଚାର୍ଜିଂ ମୂଲ୍ୟ ଅପେକ୍ଷାକୃତ ଅଧିକ ରହିବ । ସ୍ଲୋ ଚାର୍ଜିଂ ଷ୍ଟେସନ୍‌ରେ ଚାର୍ଜିଂ ମୂଲ୍ୟ ବହୁତ କମ୍‌ ରହିବ ।

ସିଆରପି ପାଖ କ୍ରିଷ୍ଣା ପ୍ଲାଜା ଛକରେ ଗୋଟିଏ ସ୍ଲୋ ଚାର୍ଜିଂ ଷ୍ଟେସନ୍‌ ହେବ । ଏଠାରେ ୧୦ କିଲୋୱାଟ୍‌ କ୍ଷମତାର ୩ଟି ଇଲେକ୍ଟ୍ରିକ୍‌ ଚାର୍ଜର ଲାଗିବ । ପାତ୍ରପଡା ଡିଏନ୍‌ ରେଗାଲିଆରେ ୩ଟି ସ୍ଲୋ ଇଭି ଚାର୍ଜର ଓ ରସୁଲଗଡରେ ୩ଟି ସ୍ଲୋ ଇଭି ଚାର୍ଜର ରହିବ । ସମ୍‌ ହସ୍ପିଟାଲ ପାଖରେ ୧୫କିଲୋୱାଟ କ୍ଷମତାର ୫ଟି ସ୍ଲୋ ଇଭି ଚାର୍ଜର ଓ କିଟ୍‌ ଅଞ୍ଚଳରେ ୫ଟି ସ୍ଲୋ ଇଭି ଚାର୍ଜର ରହିବ । କିଟ୍‌ ଅଞ୍ଚଳରେ ଦୁଇଟି ଫାଷ୍ଟ୍‌ ଇଭି ଚାର୍ଜର ବି ରହିବ । ରସୁଲଗଡ ଏସପ୍ଲାନେଡ୍‌ରେ ୩ଟି ଫାଷ୍ଟ ଚାର୍ଜିଂ ଷ୍ଟେସନ ରଖାଯିିବ । ଏଠାରେ ୬ଟି ଫାଷ୍ଟ୍‌ ଚାର୍ଜର ସୁବିଧା ରହିବ । ସହରର ୭ଟି ସ୍ଥାନରେ ମୋଟ ୨୮ଟି ଇଭି ଚାର୍ଜର ଲାଗିବ । ତେବେ ଟେଣ୍ଡର ନେଉଥିବା ସଂସ୍ଥା ଏହି ଚାର୍ଜିଂ ଷ୍ଟେସନ୍‌ ଲଗାଇବାଠାରୁ ନେଇ ତାର ଡିଜାଇନ୍‌, ଅପରେସନ୍‌ ଓ ଏହାକୁ ପରିଚାଳନା ଦାୟିତ୍ୱ ବୁଝିବ ।

୧୦ବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବାକୁ ହେବ । ଚାର୍ଜିଂ ଷ୍ଟେସନ୍‌ରୁ ଆଦାୟ ହେଉଥିବା ଅର୍ଥରୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌କୁ ମଧ୍ୟ କିଛି ଅଂଶ ଦେବାକୁ ହେବ । ଟେଣ୍ଡର ପରେ ଏହି ଅଂଶ ଚୂଡାନ୍ତ ହେବ । ଭୁବନେଶ୍ୱରରେ ଇଲେକ୍ଟ୍ରିକ୍‌ ଗାଡିର ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ବିଏସସିଏଲ୍‌ ସିଇଓ ତଥା ବିଏମ୍‌ସି କମିଶନର ସଞ୍ଜୟ ସିଂ ପ୍ରୟାସ ଆରମ୍ଭ କରଥିଲେ । ଗତ କିଛି ଦିନ ତଳେ ଚାର୍ଜିଂ ଷ୍ଟେସନ ପାଇଁ ପ୍ରମୁଖ ଇ-ଯାନ ଚାର୍ଜିଂ ଓ ଇ-ଯାନ ନିର୍ମାତା କମ୍ପାନୀର ପ୍ରତିନିଧିଙ୍କୁ ନେଇ ଏକ ଆଲୋଚନା ହୋଇଥିଲା । ଏଥିରେ ଇଭି ଚାର୍ଜିଂ ଇନଫ୍ରାଷ୍ଟ୍ରକଚରର ଜିଏମ୍‌, ଏନର୍ଜି ଏଫିସିଏନ୍ସି ସର୍ଭିସ୍‌ ଲିମିଟେଡ୍‌, ଟାଟା ପାୱାର କମ୍ପାନୀ ଲିମିଟେଡ୍‌ ପ୍ରତିନିଧି, ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗରଅଧିକାରୀ, ଟିପିସିଓଡିଏଲ୍‌ ପ୍ରତିନିଧି, ରାଜ୍ୟ ସରକାରଙ୍କ ଚିଫ୍‌ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର