PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ସ୍ମାର୍ଟ ସିଟି: ୩୦ ଏକରରେ ଲେକ୍‌ ନିଉଟ୍ରାଲ ପ୍ରକଳ୍ପ,ଡିସେମ୍ବର ସୁଦ୍ଧା ଟେଣ୍ଡର

ଭୁବନେଶ୍ୱର ୨୬/୮ : ସ୍ମାର୍ଟ ସିଟି ମିଶନରେ ପ୍ରସ୍ତାବିତ ଲେକ୍‌ ନିଉଟ୍ରାଲ ପ୍ରକଳ୍ପ କାମ ଆରମ୍ଭ ହେବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ(ବିଏସସିଏଲ) ଓ ବିଏମ୍‌ସି ଏଥିପାଇଁ ସର୍ଭେ ଆରମ୍ଭ କରିଛନ୍ତି । ଆସନ୍ତା ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରାଯିବ ବୋଲି ଚୂଡ଼ାନ୍ତ ହୋଇଛି ।
ଏହି ପ୍ରକଳ୍ପ କାର୍ଯ୍ୟକାରୀ ବାଟରେ ଅନେକ ସମସ୍ୟା ବାଧକ ସାଜିଥିଲା ।

ଅନେକ ମୁଖ୍ୟ ଡ୍ରେନ୍‌ର ନର୍ଦ୍ଦମା ପାଣି ଆସି ଲେକ୍‌ରେ ମିଶୁଥିଲା । ଡ୍ରେନ୍‌ ପାଣିକୁ ଟ୍ରିଟ୍‌ମେଣ୍ଟ କରି ଲେକ୍‌କୁ ଛାଡିବା ଓ ଆଉ କିଛି ଡ୍ରେନ୍‌ର ଦିଗ ପରିବର୍ତ୍ତନ କରିବା ଯୋଜନା ଅଧାରେ ଅଟକିଥିଲା । ଜବରଦଖଲ କାରଣରୁ ପ୍ରକଳ୍ପ ସେମିତି ଅଟକି ରହିଥିଲା । ଏବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ସର୍ଭେ ଚାଲିଛି । ଡିସେମ୍ବର ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖିଛୁ ବୋଲି ବିଏସସିଏଲର ଜଣେ ଅଧିକାରୀ କହିଛନ୍ତି । ଉକ୍ତ ଅଧିକାରୀଙ୍କ ସୂଚନା ଅନୁସାରେ, ପ୍ରାୟ ୩୦ ଏକର ଜାଗାରେ ଲେକ୍‌ ନିଉଟ୍ରାଲ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହାର ୩ଟି ପର୍ଯ୍ୟାୟ ରହିବ ।

ପ୍ରଥମ ପର୍ଯ୍ୟାୟରେ ନିକୋ ପାର୍କରେ ଥିବା ଲେକ୍‌କୁ ପୁନରୁଦ୍ଧାର କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟୁତ୍‌ ମାର୍ଗରୁ ଜନପଥ ଓ ତୃତୀୟ ପର୍ଯ୍ୟାୟରେ ଜନପଥ ପାଖରୁ ଶାନ୍ତିପଲ୍ଲୀ ବସ୍ତି ପର୍ଯ୍ୟନ୍ତ ଯାଇଥିବା ଲେକ୍‌କୁ ନେଇ ଏହି ପ୍ରକଳ୍ପ ଯୋଜନା କରାଯାଇଛି । ଏହି ଯୋଜନାରେ ଲେକ୍‌ରେ ଆସି ମିଶିଥିବା ଡ୍ରେନ୍‌ ପାଣିକୁ ପ୍ରଥମେ ଟ୍ରିଟ୍‌ମେଣ୍ଟ କରାଯିବ । ଏଥିପାଇଁ ବିଭିନ୍ନ ସ୍ଥାନରେ ରି-ସାଇକେଲିଂ ଅଫ୍‌ ଷ୍ଟର୍ମ ୱାଟର ୟୁନିଟ୍‌ ବସାଯିବ । ଲେକ୍‌କୁ ମୁଖ୍ୟ ଡ୍ରେନ୍‌ର ପାଣି ଆସି ମିଶିବା ପୂର୍ବରୁ ଡ୍ରେନ୍‌ର ବିଭିନ୍ନ ସ୍ଥାନରେ ପାଣିକୁ ବିଶୁଦ୍ଧୀକରଣ କରାଯିବ । ଲେକ୍‌ ପୂର୍ବରୁ ଆଉ ନର୍ଦ୍ଦମା ପାଣି ସଫା କରିବାକୁ ଆଉ ଏକ ଫିଲ୍ଟରିଂ ବ୍ୟବସ୍ଥା ରହିବ । ସ୍ୱଚ୍ଛ ଓ ସବୁଜବଳୟ ଭରା ଲେକ୍‌ ସୃଷ୍ଟି କରିବାକୁ ଯୋଜନା କରାଯାଇଛି । ଏହାର ଚାରିପାଖରେ ବ୍ୟାପକ ସବୁଜ ବଳୟ ତିଆରି କରାଯିବ । ଲେକ୍‌ କଡରେ ପାର୍କ ବିକାଶ କରାଯିବ । ବଟାନିକାଲ ପାର୍କ, ଚିଲଡ୍ରେନସ୍‌ ପାର୍କ ଓ ଅକ୍ଷୟ ଶକ୍ତି ପାର୍କ ନିର୍ମାଣ ପାଇଁ ଯୋଜନା ହୋଇଛି ।

ପ୍ରସ୍ତାବିତ ୩୦ ଏକର ଜାଗା ଭିତରୁ ସାଢେ ୬ ଏକର ଜାଗାରେ ଛୋଟ ପିଲାଙ୍କ ପାଇଁ ଏକ ମ୍ୟୁଜିୟମ୍‌, ସାଢେ ୩ ଏକର ଜାଗାରେ ଅକ୍ଷୟ ଶକ୍ତି ପାର୍କ, ୨ ଏକର ଜାଗାରେ ସ୍ପାଲସ୍‌ ପୁଲ୍‌, ୫ଏକର ଜାଗାରେ ଏକ ପାଣି ଧାରଣ କରୁଥିବା ବଡ ପୋଖରୀ, ସାଢେ ୮ ଏକର ଜାଗାରେ ବଟାନିକାଲ ପାର୍କ ଓ ୪.୪ ଏକରରେ ଅରବାନ ଫାର୍ମିଂ କରିବାକୁ ଯୋଜନା ହୋଇଛି । ଚୂଡାନ୍ତ ଡିଜାଇନରେ ପରିବର୍ତ୍ତନ ହୋଇପାରେ ବୋଲି ବିଏସସିଏଲ ସୂତ୍ରରୁ ଜଣାପଡିଛି ।

ସମ୍ବନ୍ଧିତ ଖବର