ଏବେ ଟ୍ରେନରେ ଚଢୁଥିବା ଅପରାଧୀ ହୋଇଯାଆନ୍ତୁ ସାବଧାନ,ଏହି ସିଷ୍ଟମ ଯୋଗୁଁ କନଟ୍ରୋଲ ରୁମକୁ ସିଧା ପହଁଞ୍ଚିବ ଖବର

ନୂଆଦିଲ୍ଲୀ,୨୮।୭:  ଯାତ୍ରୀଙ୍କ ସୁରକ୍ଷା ଏବଂ ଆରାମଦାୟକ ଯାତ୍ରା ପାଇଁ ଟ୍ରେନରେ ରେଲଓ୍ବେ ପକ୍ଷରୁ ସ୍ମାର୍ଟ କୋଚ ଲଗାଯିବ। ଏହି କୋଚ ଗୁଡିକରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମ ରହିବ। ଏଥିରେ ସୁରକ୍ଷାକୁ ନେଇ ଆହୁରି ଦୁଇଟି ସୁବିଧା ପାଇଁ ୬ପ୍ରକାର ପରିବର୍ତ୍ତନ କରାଯାଇଛି। ଏଆଇ ସିଷ୍ଟମ ସନ୍ଦିଗ୍ଧଙ୍କ ଚେହେରାକୁ ଚିହ୍ନି ସିଧା କନଟ୍ରୋଲ ରୁମକୁ ସୂଚନା ଦେବ। ଏହି ସିଷ୍ଟମ ଦ୍ବାରା ସାରା ଦେଶରେ ଅପରାଧିଙ୍କ ସୂଚନା ଓ ଫଟୋ କ୍ଲାଉଡ ଇଣ୍ଟରନେଟ୍ ଯୋଗେ ଯୋଡି ହୋଇଯିବ। କୋଚରେ ନାଇଟଭିଜନର ୪ ମେଗାପିକ୍ସେଲ କ୍ୟାମେରା ଲାଗିଛି। ଏହି କ୍ୟାମେରା କୋଚରେ ଚଢୁଥିବା ଯାତ୍ରୀଙ୍କ ଫଟୋକୁ ସିଷ୍ଟମରେ ଉପଲବ୍ଧ ଅପରାଧୀଙ୍କ ଡାଟା ମିଳାଇ ଅବାଞ୍ଛିତ ତତ୍ତ୍ବ ଥିଲେ ସିଧାସଳଖ ଆରପିଏଫର କନଟ୍ରୋଲ ରୁମକୁ ସୂଚନା ଦେବ।

କେବଳ ସେତିକି ନୁହେଁ କୋଚରେ ଚଢୁଥିବା କୌଣସି ଯାତ୍ରୀଙ୍କ ପାଖରେ ହତିଆର ଅଛି କି ନାହିଁ ଏହାର ସୂଚନା ମଧ୍ୟ କନଟ୍ରୋଲ ରୁମକୁ ମିଳିଯାଇଥାଏ। ଏହାଛଡା କୋଚରେ ଏଭଳି ଏକ ସେନସର ସିଷ୍ଟମ ଲଗାଯାଇଛି, ଯାହାକି ଏହି କହିପାରିବ ଯେ, କୋଚରେ ପାଣି ଶେଷ ହୋଇଯାଇଛି, ଚକ ଗରମ ହୋଇଯାଇଛି କିମ୍ବା କୋଚରେ କୌଣସି ପ୍ରକାର ଖରାପ ହୋଇଛି। ଏହି ସୂଚନା ଆଗାମୀ ଷ୍ଟେସନ୍ ମାଷ୍ଟରଙ୍କ ନିକଟକୁ ପହଁଞ୍ଚିଯିବ। ଏହାଫଳରେ ସମୟ ନଷ୍ଟ ନହୋଇ ସବୁ ପ୍ରକାର ସୁବିଧା ମିଳିପାରିବ ଓ ଯାତ୍ରୀଙ୍କୁ କଷ୍ଟ ସହିବାକୁ ପଡିବନି।

ଉତ୍ତର ରେଲଓ୍ବେ ଆଗାମୀ ୩ ମାସରେ ୧୦୦ଟି ଟ୍ରେନରେ ଏଭଳି କୋଚ ଲଗାଇ ଦେବ। ଦିଲ୍ଲୀରୁ ଆଜମଗଡ ଭିତରେ ଚାଲୁଥିବା କୈଫିୟତ ଏକ୍ସପ୍ରେସରେ ଏହାକୁ ଟ୍ରାୟଲ କରାଯିବ। ଏହି କୋଚ ପାସେଞ୍ଜର ଇନଫରମେସନ୍ ଆଣ୍ଡ କୋଚ କମ୍ପ୍ୟୁଟର ୟୁନିଟ ସହିତ ସଂଯୋଗ ରହିଛି। କୋଚରେ ଲାଗିଥିବା କ୍ୟାମେରା ଏହାର ରେକର୍ଡିଂ ଗୁଗୁଲ କ୍ଲାଉଡରେ ରେକର୍ଡ ହୋଇଯିବ। ଅଧିକାରୀ ଟ୍ରେନର ଲାଇଭ ଷ୍ଟାଟସ୍ ମୋବାଇଲ ଫୋନ୍ କିମ୍ବା ଲାପଟପରେ ଦେଖିପାରିବେ।  

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ବାଲେଶ୍ବରରେ ନବୀନଙ୍କ ଡିଜିଟାଲ ରାଲି, କହିଲେ- କରୋନା ଦୂର ହେଲେ ଆପଣମାନଙ୍କ ପାଖକୁ ଆସିବି

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’