ଅତ୍ୟାଧୁନିକ ହେବ କମିଶନରେଟ୍‌ ପୁଲିସ୍‌: ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର ୨୨/୮: କମିଶନ୍‌ରେଟ୍‌ ପୁଲିସ୍‌ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି । ଟ୍ର୍ରାଫିକ୍‌ ସମସ୍ୟା ଓ ସାଇବର ଅପରାଧ ଉପରେ ମୁଁ ଅଧିକ ଗୁରୁତ୍ୱ ଦେବି । କମିଶନରେଟ୍‌ ପୁଲିସ୍‌କୁ ଅତ୍ୟାଧୁନିକ କରିବି । ମାମଲାର ତଦନ୍ତ ଓ ଅପରାଧ ନିୟନ୍ତ୍ରଣକୁ ଅଧିକ ନଜର ଦେବି । ସେଥିପାଇଁ ଗୁଇନ୍ଦା ତଥ୍ୟକୁ ପ୍ରାଧାନ୍ୟ ଦିଆଯିବ । ଅପରାଧୀଙ୍କ ବିଷୟରେ ତଥ୍ୟ ହାସଲ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦିଗକୁ ସମୀକ୍ଷା କରିବି । ବୁଧବାର ଟ୍ୱିନ୍‌ସିଟିର ନୂଆ କମିଶନର ଭାବେ ଦାୟିତ୍ୱ ନେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଡ. ସୁଧାଂଶୁ ଷଡ଼ଙ୍ଗୀ । ଆଜି ପୂର୍ବତନ ପୁଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ଠାରୁ ଶ୍ରୀ ଷଡ଼ଙ୍ଗୀ କମିଶନ୍‌ରେଟ୍‌ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଦାୟିତ୍ୱ କରିଛନ୍ତି ।

ପୂର୍ବାହ୍ନରେ ଶ୍ରୀ ଷଡ଼ଙ୍ଗୀ ପହଞ୍ଚିଥିଲେ କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରେ । କଟକ-ଭୁବନେଶ୍ୱରର ସମସ୍ତ ପୁଲିସ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ । ଚୌକିରେ ବସିବା ପରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ପୁଲିସର ମୌଳିକ କର୍ତ୍ତବ୍ୟ ହେଉଛି ଆଇନଶୃଙ୍ଖଳା ରକ୍ଷା ସହ ଓ ଧନ ଜୀବନକୁ ସୁରକ୍ଷା କରିବା । ସହରରେ ସୁରକ୍ଷାର ବାତାବରଣ ସୃଷ୍ଟି ପାଇଁ ଆମେ ଉଦ୍ୟମ କରିବୁ । ସହରବାସୀଙ୍କ ସହଯୋଗ ନେଇ ମୁଁ କାମ କରିବି । ରାଜ୍ୟ ସରକାର ଯେଉଁ ୫ ‘ଟି’ ବ୍ୟବସ୍ଥା କରିଛନ୍ତି ତାହାକୁ ଅଗ୍ରାଧିକାର ଦେଇ କାମ କରାଯିବ । ଟେକ୍‌ନୋଲୋଜି କ୍ଷେତ୍ରରେ ସାରା ଭାରତରେ ଓଡ଼ିଶା ପୁଲିସ୍‌ ଅଗ୍ରଣୀ । କମିଶନରେଟ୍‌ ପୁଲିସ୍‌ର ସ୍ଥିତି, ସମ୍ବଳ ଓ ସମସ୍ୟା ବିଷୟରେ ମୋ ସହକର୍ମୀଙ୍କ ସହ ଆଲୋଚନା କରିବି ।

ସେହିଭଳି ମହିଳା, ଶିଶୁ ଓ ବରିଷ୍ଠ ନାଗରିକ ପ୍ରତି କମିଶନ୍‌ରେଟ୍‌ ପୁଲିସ ସମ୍ବେଦନଶୀଳ ରହିବ । ସେମାନଙ୍କ ସୁରକ୍ଷାକୁ ଅଧିକା ଗୁରୁତ୍ୱ ଦିଆଯିବ । କମିଶନରେଟ୍‌ ପୁଲିସ୍‌କୁ ପାଖରୁ ଦେଖିଛି । ଅନେକ ଚ୍ୟାଲେଞ୍ଜ ରହିଛି । କମିଶନରେଟ୍‌ ପୁଲିସ୍‌ର ସମସ୍ତ କର୍ମଚାରୀଙ୍କ ସହଯୋଗରେ ସବୁ ସମସ୍ୟାର ସମାଧାନ ଲାଗି ମୁଁ ଚେଷ୍ଟା କରିବି । ସରକାର ଦେଇଥିବା ଗୁରୁଦାୟିତ୍ୱ ସୂଚାରୁ ରୂପେ ତୁଲାଇବି । ଡିଜିପି ବିଜୟ କୁମାର ଶର୍ମା ପୂର୍ବରୁ ପୁଲିସ୍‌ କମିଶନର ଭାବେ କାମ କରିଛନ୍ତି । ମୁଁ ତାଙ୍କ ସହଯୋଗ ଲୋଡ଼ିବି ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

୩ ମିନିଟ୍‌ ମଧ୍ୟରେ ଦେଢଲକ୍ଷ ଟଙ୍କାର ସୁନା ଚେନ୍‌ ଚୋରି କରି ଚମ୍ପଟ ମାରିଲେ ମା’ ଓ ଝିଅ: ସିସିଟିଭିରେ ଧରାପଡିଲା ଚୋରଣୀଙ୍କ କାରନାମା

ପୁଣି ୧୫ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୨୯କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୯୫ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ଟପିଲା

ପୁଲିସର‘ଦାଦାବଟିକୁ ନା’ ଅଭିଯାନ: ବନ୍ଧା ହେଲେ ଚାରି ପୁରୁଣା ଅପରାଧୀ,ଦୁର୍ଦ୍ଦାନ୍ତ ବିକା ଓ ଟିଟୋ ଗ୍ୟାଙ୍ଗ୍‌ର କାଲାବାବୁ ଗିରଫ

ପୂର୍ବତନ ଆଇଏଏସ୍‌ ଡ. ବି. ଭେଙ୍କଟରମଣଙ୍କ ପରଲୋକ