୨୦ ହଜାର ଟଙ୍କାର ସ୍ମାର୍ଟ ଏଚଡି ଟିଭି ମିଳୁଛି ମାତ୍ର ୮,୪୯୯ ଟଙ୍କାରେ: ଫ୍ଲିପକାର୍ଟରେ ଅଫର

ନୁଆଦିଲ୍ଲୀ ୧୩/୧: ଫ୍ଲିପକାର୍ଟରେ ବେଷ୍ଟ ସେଲିଂ ଟିଭିରେ ଦମଦାର୍ ଅଫର୍ ଦିଆଯାଉଛି । ଫ୍ଲିପକାର୍ଟ ଡିଲ୍ ଏମଆଇ, ଭୁ, ମାଇକ୍ରୋମ୍ୟାକ୍ସ ଓ ସାମସଙ୍ଗର ଟିଭିରେ ଏକ୍ସଚେଞ୍ଜ ଅଫର୍ ଓ No Cost EMI ଅଫର୍ ଦିଆଯାଉଛି ।

ସାମସଙ୍ଗ ଏଚଡି ଟିଭିରେ ୭ ହଜାର ଟଙ୍କାରୁ ଅଧିକ ରିହାତି
ସାମସଙ୍ଗ ସିରିଜ ୪(୩୨ ଇଞ୍ଚ) Ready LED Smart TV ର ଅସଲ ଦାମ୍ ୨୨,୫୦୦ ଟଙ୍କା, କିନ୍ତୁ ଫ୍ଲିପକାର୍ଟରେ ଏହାକୁ ୧୪,୯୯୯ ଟଙ୍କାରେ କିଣିପାରିବେ ଗ୍ରାହକ । ଟିଭିରେ ଏକ୍ସଚେଞ୍ଜ ଅଫର୍ ଅନୁସାରେ ୩,୫୦୦ ଟଙ୍କାର ରିହାତିରେ ମଧ୍ୟ ଏହାକୁ ଦିଆଯାଉଛି । ଟିଭିରେ ନେଟଫ୍ଲିକ୍ସ, ପ୍ରାଇମ୍ ଭିଡିଓ, ହଟଷ୍ଟାର୍ ଓ ୟ୍ୟୁଟ୍ୟୁ୍ ଚଲାଯାଇହେବ ।

Thomson TV ଉପରେ ୪୪ ପ୍ରତିଶତର ଡିସ୍କାଉଣ୍ଟ
ଥମସନ୍ B9 Pro ଏଚଡି ଏଲଇଡି ସ୍ମାର୍ଟଟିଭ୍ ଉପରେ ୪୪ ପ୍ରତିଶତର ରିହାତି ଦିଆଯାଉଛି । ଏହି ଟିଭିର ପ୍ରକୃତ ଦାମ୍ ୧୬,୯୯୯ ଟଙ୍କା । କିନ୍ତୁ ସେଲରେ ଏହାକୁ ମାତ୍ର ୯,୪୯୯ ଟଙ୍କାରେ କିଣିପାରିବେ ଗ୍ରାହକ । ଏକ୍ସଚେଞ୍ଜ ଅଫର୍ ଅନୁସାରେ ୩,୫୦୦ ଟଙ୍କାର ରିହାତି ମଧ୍ୟ ମିଳୁଛି ।

Micromax TV ରେ ଭାରୀ ରିହାତି
Micromax 81cm (32 inch) HD Ready LED TV ର ପ୍ରକୃତ ଦାମ୍ ୧୯,୯୯୦ ଟଙ୍କା । କିନ୍ତୁ ଫ୍ଲିପକାର୍ଟରେ ଏହାକୁ ୫୭ ପ୍ରତିଶତ ରିହାତିରେ କିଣିପାରିବେ ଗ୍ରାହକ । ରିହାତି ପରେ ଗ୍ରାହକ ଏହି ଟିଭିକୁ କେବଳ ୮,୪୯୯ ଟଙ୍କାରେ ଘରକୁ ନେଇପାରିବେ । ଏହା ବ୍ୟତୀତ ଯଦି ଆପଣ ଟିଭି କିଣିବା ପାଇଁ HSBC ର କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ୧୦ ପ୍ରତିଶତ ଅତିରିକ୍ତ ରିହାତି ଦିଆଯିବ ।

   ସମ୍ବନ୍ଧିତ ଖବର


ଘରକୁ ଫେରିଲେ ପ୍ରେମିକ-ପ୍ରେମିକା : ବାହାଘର ପୂର୍ବରୁ କନ୍ୟାର ମା’ ସହ ବରର ବାପା ହୋଇଥିଲେ ଫେରାର, ଏବେ ଗ୍ରହଣ କରୁନାହାନ୍ତି ସ୍ବାମୀ

୧୩୨କୁ ଟପିଲା କରୋନା ମୃତ୍ୟୁ ସଂଖ୍ୟା:୧୭ ଦେଶକୁ ବ୍ୟାପିଲା ଭାଇରସ, ୬୦୦୦ ଆକ୍ରାନ୍ତ ଚିହ୍ନଟ୍

ନାସିକ: କୂଅରେ ଖସିପଡିଲା ଯାତ୍ରୀବାହୀ ବସ୍, ୨୦ ମୃତ

୩୧ ଜାନୁୟାରୀ ପରେ ବେକାର ହୋଇଯିବ ଡାକଘର ସଞ୍ଚୟ ଖାତାର ଏଟିଏମ୍ କାର୍ଡ