PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖପ୍ରାଖୋଲ:ଗମ୍ଭାରି ଛକ ନିକଟରେ ଏକ କାରରୁ ୬ ପେଟି କଫସିରଫ ଜବତ, ୨ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ
  • ||
  • କୋଭିଡ଼ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ, ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି ଟଙ୍କା ଓ ସମ୍ବଲପୁର ଜିଲ୍ଲା ପାଇଁ ୪ କୋଟି ୬୨ ଲକ୍ଷ ମଂଜୁର କଲେ ନବୀନ
  • ||
  • ଭୁବନେଶ୍ୱର: ସାଢ଼େ ୪ଟାରେ ଘୋଷଣା କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଡିଜିପି
  • ||
  • ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ବାୟୁ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା
  • ||
  • ଲାଞ୍ଜିଗଡ଼ରେ ଅଞ୍ଚଳରେ ହାତୀ ଉପଦ୍ରବ, ଆମ୍ବ ଗଛ ଭାଙ୍ଗିଲେ, ନର୍ସରିକୁ ନଷ୍ଟ କଲେ
  • ||
  • କଳାହାଣ୍ଡି: ବିଲ ମଝିରୁ ନାବାଳକର ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ପଶ୍ଚିମ ବଙ୍ଗ ଯାଉଥିବା ଟ୍ରେନ୍ ପାସେଞ୍ଜରମାନଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • ରାଉରକେଲା: ୩୦ଟି ଗୋଦାମ ଉପରେ ପୋଲିସ ଓ ଯୋଗାଣ ବିଭାଗର ମିଳିତ ଚଡାଉ, ଖସିଲା ଆଳୁ ଓ ପିଆଜ ଦର
  • ||
  • ସୁନ୍ଦରଗଡ: ତଲସରା ଥାନା ଅନ୍ତର୍ଗତ ବଘିଆବେରନା ଗ୍ରାମ ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର
  • ||
  • କରୋନାରେ ଆଖିବୁଜିଲେ ବିଶିଷ୍ଟ ନାଟ୍ୟ ପ୍ରତିଭା ନାଟ୍ୟଶ୍ରୀ ଡ. ପଞ୍ଚାନନ ମିଶ୍ର
  • ||
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ସୋଆରେ ସରିଲା ସ୍ମାର୍ଟ ଇଣ୍ଡିଆ ହାକାଥନ

ଭୁବନେଶ୍ୱର,୩ ।୩(ବ୍ୟୁରୋ): ସୋଆରେ ଚାଲିଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ୍‌-୨୦୧୯ ଆଜି ଉଦ୍‌ଯାପିତ ହୋଇଛି । ୩୬ ଟିମ୍‌ ମଧ୍ୟରୁ ୯ଟି ଟିମ୍‌ ସମ୍ମାନିତ ହୋଇଛନ୍ତି । ବିଭିନ୍ନ ସହରରୁ ଆସି ସୋଆରେ ଭାଗ ନେଇଥିବା ଏହି ଟିମ୍‌ଗୁଡିକୁ ମାନପତ୍ର, ଉପଢୌକନ ଓ ୫୦ ହଜାର ଟଙ୍କାର ଚେକ୍‌ ଦେଇ ସମ୍ମାନିତ କରାଯାଇଥିଲା । ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ରତ୍ନମ୍‌ ବରଦା ରାଜକୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟିମ୍‌ଗୁଡିକୁ ସମ୍ମାନିତ କରିଥିଲେ ।
ପ୍ରତିଯୋଗିତାରେ ଯୋଗ ଦେଇଥିବା ଟିମ୍‌ଗୁଡିକୁ କମ୍ପ୍ୟୁଟର୍‌ ମାଧ୍ୟମରେ ସଡ଼କ ପରିବହନ ମନ୍ତ୍ରଣାଳୟର ବିଭିନ୍ନ ସମସ୍ୟା ସମାଧାନ କରିବାକୁ ଦିଆଯାଇଥିଲା । ବିଭିନ୍ନ ଆପ୍ଲିକେଶନ୍‌ ବ୍ୟବହାର କରି ଡ୍ରୋନ୍‌ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ନିର୍ମାଣ କାର୍ଯ୍ୟରେ ପ୍ରଗତି, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାର, ଟୋଲ୍‌ ପ୍ଲାଜାରେ ଇଲେକ୍ଟ୍ରୋନିକ୍‌ ପେମେଣ୍ଟ୍‌ ଆଦି ବାବଦରେ ସମାଧାନ କରିବାକୁ କୁହାଯାଇଥିଲା ।
ସମଗ୍ର ଦେଶରେ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରୁ ୧୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଗ୍ରାଣ୍ଡ ଫିନାଲେ ୪୮ଟି ନୋଡାଲ୍‌ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା । ଯାହା ଶନିବାର ଆରମ୍ଭ ହୋଇଥିବା ବେଳେ ଆଜି ଉଦ୍‌ଯାପିତ ହୋଇଛି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ, ନିଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ), ଇଣ୍ଟର ଇନଷ୍ଟିଚ୍ୟୁସନାଲ୍‌ ଇନକ୍ଲୁସିଭ୍‌ ଇନୋଭେସନ୍‌ ସେଣ୍ଟର୍‌(ଆଇଫରୟୁ) ଓ ପରସିଷ୍ଟେଣ୍ଟ୍‌ ସିଷ୍ଟମ୍‌ ଆଦି ଏହାକୁ ପରିଚାଳନା କରିଥିଲେ । ଏଥିରେ ପ୍ରାଥମିକ ଭାବେ ସମଗ୍ର ଦେଶରୁ ୨ ଲକ୍ଷ ପ୍ରତିଯୋଗୀ ଭାଗ ନେଇଥିଲେ ।

ଏହି ଅବସରରେ ମୁଖ୍ୟଅତିଥି ପ୍ରଫେସର ରାଜକୁମାର କହିଥିଲେ, ଏହି କାର୍ଯ୍ୟକ୍ରମ ବୈଷୟିକ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛି । ଯାହା ସେମାନଙ୍କୁ ବିଭିନ୍ନ ସମସ୍ୟାର ସମାଧାନ ବାବଦରେ ଆବିଷ୍କାର କରିବାକୁ ସୁଯୋଗ ଦେଇଛି । ସେହିପରି ସଡକ ପରିବହନ ମନ୍ତ୍ରଣାଳୟର ଉପସଚିବ ରମଣଦୀପ ଚୌଧୁରୀ କହିଥିଲେ, ଗାଡି ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ତାଙ୍କ ମନ୍ତ୍ରଣାଳୟ ହାଇୱେ ନେଟୱାର୍କ ବୃଦ୍ଧି କରିବା ସମୟରେ ବିଭିନ୍ନ ସମସ୍ୟାର ମୁକାବିଲା କରୁଛି । ତେବେ ଏହି ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ରୁ ସମସ୍ୟାଗୁଡିକ ସମାଧାନର ସୁନ୍ଦର ରାସ୍ତାମାନ ବାହାରିଛି ବୋଲି ଶ୍ରୀ ଚୌଧୁରୀ କହିଥିଲେ ।
ସୋଆ ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ସୋଆ କୁଳପତି ପ୍ରଫେସର ଅମିତ୍‌ ବାନାର୍ଜୀ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଆଇଟିଇଆର୍‌ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଅପରପକ୍ଷେ ସୋଆ ଛାତ୍ରଛାତ୍ରୀମାନେ ଖଡଗପୁର ଆଇଆଇଟିରେ ଅନୁଷ୍ଠିତ ହୋଇଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ସୋଆ ଟିମକୁ ମାନପତ୍ର, ଉପଢୌକନ ଓ ୫୦ ହଜାର ଟଙ୍କାର ଚେକ୍‌ ଦେଇ ସମ୍ମାନିତ କରାଯାଇଛି ।