ସ୍ମାର୍ଟ ଟଏଲେଟ୍‌ – ମଳତ୍ୟାଗ ମାତ୍ରେ ରୋଗ ବିଷୟରେ ଜଣା ପଡିବ, ବୈଜ୍ଞାନିକ କରିଛନ୍ତି ଏହାକୁ ତିଆରି

SMART TOILET WILL DETECT THE DISEASE


ଲଣ୍ଡନ – ଷ୍ଟାନ୍‌ଫୋର୍ଡ ୟୁନିଭରସିଟିର ଗବେଷଣା କରୁଥିବା ବୈଜ୍ଞାନିକମାନେ ଏବେ ଏକ ସ୍ମାର ଟଏଲେଟ୍‌ ତିଆରି କରିଛନ୍ତି। ଏଥିରେ ମଳ ମୂତ୍ର ତ୍ୟାଗ କରିବା ମାତ୍ରେ ହିଁ ରୋଗ ବିଷୟରେ ଜଣା ପଡିବ । ଏଥିରେ ଲାଗିଥିବା ଫ୍ଲସ ହ୍ୟାଣ୍ଡେଲ୍‌ରେ ଫିଙ୍ଗରପ୍ରିଣ୍ଟ ରହିଛି । ଜଣେ ବ୍ୟକ୍ତି ଫ୍ଲସ୍‌ କଲାମାତ୍ରେ ଏଥିରେ ସେ ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ଦର୍ଶାଇବ । ଏହି ସ୍ମାର୍ଟ ଟଏଲେଟ୍‌ରେ “ଆନାଲ୍ ପ୍ରିଣ୍ଟ୍” ରହିଛି । ଏହା ମାଧ୍ୟମରେ ଏହା ସମ୍ପୃକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନିଥାଏ।

ଏଥିରେ ଇନ୍‌ବିଲ୍ଟ କ୍ୟାମେରି ସହ କେତକ ଅତ୍ୟାଧୁନିକ ଯନ୍ତ୍ରାଶଂ ଲାଗିଛି । ମଳ ମୁତ୍ର ତ୍ୟାଗ କରିବା ମାତ୍ରେ ଏହା ତାକୁ ସ୍କାନ କରିବ । ଏଥିରୁ ସେ ବ୍ୟକ୍ତିଙ୍କର ରୋଗ ସମ୍ପର୍କରେ ଜଣାଇବ । ଲୋକଙ୍କ ନିକଟେର ଥିବା ବିଭିନ୍ନ ରୋଗ ବିଷୟରେ ସୂଚନା ଦେବ । ଏହାକୁ ଅନ୍ତର୍ଜାତୀୟ ସ୍ତରର ବୈଜ୍ଞାନିକଙ୍କ ଏକ ଟିମ୍‌ ପ୍ରସ୍ତୁତ କରିଛନ୍ତି । କେବଳ ସେତିକି ନୁହେଁ ଡାଇବେଟିସ୍‌ , ରକ୍ତରେ ଗ୍ଲୁକୋଜ୍‌ ସ୍ତର , ବ୍ଲଡ୍‌ କାଉଣ୍ଟ୍‌ ବିଷୟରେ ଜଣେ ବ୍ୟକ୍ତି ଜାଣି ପାରିବେ । ଏହା ଅନେକଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବା ବୋଲି ଗବେଷକମାନେ କହିଛନ୍ତି ।

ଏଥିରେ ସଠିକ୍‌ ଭାବେ ମଳ ମୂତ୍ର ପରୀକ୍ଷଣର ରୋପୋର୍ଟ ବାହାରୁଥିବା ଗବେଷକମାନେ ଦାବି କରିଛନ୍ତି ।

   ସମ୍ବନ୍ଧିତ ଖବର


କରୋନାରେ ମୃତ୍ୟୁ ପରେ ଆସିଲେନି ପରିବାର ଲୋକ, ଶବକୁ ଷ୍ଟ୍ରେଚରୁ କବର ଭିତରକୁ ଫୋପାଡି ଦେଲେ ମେଡିକାଲ ଷ୍ଟାଫ୍

୩୦ ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଧରିଲା CBI ! ବ୍ୟାଙ୍କ ଘୋଟାଲା କରି ମିଛ ମୃତ୍ୟୁର ରଚିଥିଲେ ଷଡଯନ୍ତ୍ର

ଏଲ୍‌ଏସି ସୀମା ବିବାଦ ପ୍ରସଙ୍ଗ: ଭାରତ-ଚୀନ ଆଲୋଚନା ବିଫଳ ! ଅନେକ ପର୍ଯ୍ୟାୟ କଥାବାର୍ତ୍ତାରୁ ବାହାରିଲାନି ନିଷ୍କର୍ଷ

ଆଫ୍ରିକାରେ ଅଲ୍‌ କାଏଦା କମାଣ୍ଡର ‘ଅବଦେଲମାଲେକ ଡ୍ରକ୍‌ଡେଲ’ ନିହତ

ଜନଧନ ଖାତାରେ ଏହି ଦିନ ସୁଦ୍ଧା ଆସିବ ଶେଷ କିସ୍ତି, ତାରିଖ ଅନୁସାରେ ମିଳିବ ଟଙ୍କା

ଏମିତି ହେଉଥିଲା ମାଛମଞ୍ଜି ତସ୍କରୀ, ହେଲା ପର୍ଦ୍ଦାଫାଶ