ସୁର Vs ସମ୍ବିତ – ଏମିତି ଚେତାବନୀ ଦେଲେ ସୁର କହିଲେ ଆତ୍ମାକୁ ବାଧିଲା.. ୧୫ ଦିନ ସମୟ ଦେଲୁ ନହେଲେ

ଭୁବନେଶ୍ୱର- ପରୀ ଘଟଣାରେ କଂଗ୍ରେସ ବିଜେପି ମୁହାଁ ମୁହିଁ । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଟିପ୍ପଣୀକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ସମ୍ବିତ ପାତ୍ର କ୍ଷମା ନ ମାଗିଲେ ତୁମ୍ଭି ତୋଫାନ୍‌ ହେବ ବୋଲି ଚେତାବନୀ ଦେଇଛନ୍ତି । ସମ୍ବିତ ଆଜି ଯାଏଁ ଓ୍ୱାର୍ଡ ମେମ୍ବର କି ସରପଞ୍ଚ ହୋଇ ନାହାନ୍ତି ରାଜନୀତିରେ ଆତ୍ମାକୁ ବାଧିଲା ପରି କଥା କହୁଛନ୍ତି ବୋଲି ସୁର ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସମ୍ବିତ ପାତ୍ର କଂଗ୍ରେସର ୯ ଜଣ ଏମ୍ଏଲ୍‌ଏ ଟଙ୍କା ନେଇଥିବା କଥା ଅଭିଯୋଗ କରିବା ପରେ କଂଗ୍ରେସ ପକ୍ଷରୁ ଏହି ପ୍ରତିକ୍ରିୟା ଆସିଛି । କଂଗ୍ରେସର ୯ ବିଧାୟକ ନବଗ୍ରହ । ତାଙ୍କୁ ମିଛରେ ଏପରି ଆରୋପ ଲଗାଇଲେ ଜଳି ପୋଡି ଯିବ ବୋଲି ସୁର କହିଛନ୍ତି । ସମ୍ବିତ ନିର୍ବାଚନ ଜିତି ନାହାନ୍ତି ନହେଲେ ସେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି ବୋଲି କହିଥାଆନ୍ତେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତଳ ଲିଙ୍କ୍‌ରେ ଶୁଣନ୍ତୁ କଅଣ କହିଛନ୍ତି ସୁର ।।