PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ରାହୁଲ ଗାନ୍ଧିଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା: ସ୍ମୃତି ଇରାନୀଙ୍କ ସହ ମହିଳା ସଂସଦଙ୍କ ନାରାବାଜି, ରାଜନାଥ କହିଲେ- ଏଭଳି ଲୋକ ସଂସଦକୁ…

ନୂଆଦିଲ୍ଲୀ,୧୩।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତରରୁ ରେପ୍ କ୍ୟାପିଟାଲା ବା ବଳାତ୍କାରର ରାଜଧାନୀ କହିବାକୁ ନେଇ ଜାରି ରହିଛି ବିବାଦ। ରାହୁଲଙ୍କ ଏହି ବୟାନକୁ ନେଇ ଶୁକ୍ରବାର ସଂସଦରେ ଦେଖିବାକୁ ମିଳିଥିଲା ଯୋରଦାର ହଙ୍ଗାମା। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହିତ ବହୁ ମହିଳା ସାଂସଦ ରାହୁଲ ଗାନ୍ଧିଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏହାକୁ ବିରୋଧ କରିବା ସହ କହିଥିଲେ ତାଙ୍କର ଏଭଳି ବୟାନ ଆଘାତ ଦେଇଛି। ରାହୁଲ ସାରା ଦେଶକୁ କ୍ଷମା ମାଗିବା ଦରକାର। ଏଭଳି ମନ୍ତବ୍ୟ ଦେଉଥିବା ଲୋକ ସଂସଦ ଆସିବାଣ ଯୋଗ୍ୟ ନୁହନ୍ତି ବୋଲି ରାଜନାଥ କହିଛନ୍ତି।’ ଉଲ୍ଳେଖନୀୟ ଯେ, ରାହୁଲ ମେକ ଇନ୍ ଇଣ୍ଡିଆର ତୁଳନା ରେପ୍ ଇନ୍ ଇଣ୍ଡିଆ ସହିତ କରିଥିଲେ।

​‌ଶୁକ୍ରବାର ଲୋକସଭାରେ ସ୍ମୃତି ଇରାନୀ କହିଥିଲେ, ରାହୁଲ ରେପ୍ ଇନ୍ ଇଣ୍ଡିଆ କହୀ ଯେଉଁ ଦୁଃସାହାସ କରିଛନ୍ତି ତାଙ୍କ ଉପରେ ଆକ୍ସନ ହେବା ଦରକାର। ସ୍ମୃତି ଇରାନୀଙ୍କ ସହିତ ବହୁ ବିଜେପି ମହିଳା ସାଂସଦ, କେନ୍ଦ୍ରମନ୍ତ୍ରୀ ମଧ୍ୟ ରାହୁଲଙ୍କୁ ଟାର୍ଗେଟ କରିବା ସହ କ୍ଷମା ମାଗିବାକୁ ଦାବି କରିଥିଲେ।  କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ, ରାହୁଲ ଏଭଳି ଖୋଲାଖୋଲି ଭାବରେ ରେପ୍ ଇନ ଇଣ୍ଡିଆ କହି ସାରା ବିଶ୍ବକୁ ଭାରତରେ ଆସି ଦୁଷ୍କର୍ମ କରିବାକୁ ନିମନ୍ତ୍ରଣ କରିଛନ୍ତି। ଲୋକସଭା ବ୍ୟତୀତ ରାଜ୍ୟସଭାରେ  ରାହୁଲଙ୍କ ବିରୋଧରେ ନାରାବାଜି ହୋଇଥିଲା।

ଉଲ୍ଲେଖନୀୟ ଯେ, ଗୁରୁବାର ଝାଡଖଣ୍ଡର ମହରାନାରେ ନିର୍ବାଚନ ସମୟରେ ମୋଦି ସରକାରଙ୍କୁ ସମାଲୋଜନା କରି ରାହୁଏ ଏଭଳି ବୟାନ ଦେଇଥିଲେ। ସେ କହିଥିଲେ, ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ୍ ଇନ୍ ଇଣ୍ଡିଆ ଆରମ୍ଭ କରିଥିଲେ, ଏବେ ସେଠାରେ ମେକ୍ ଇନ୍ ଇଣ୍ଡିଆ ନୁହେଁ ରେପ୍ ଇନ୍ ଇଣ୍ଡିଆ ଅଛି। ଖବର କାଗଜ ଖୋଲିବେ ଯଦି ଝାଡଖଣ୍ଡରେ ମହିଳାଙ୍କୁ ଦୁଷ୍କର୍ମ, ୟୁପିରେ ମୋଦିଙ୍କ ବିଧାୟକ ମହିଳାଙ୍କୁ ଦୁଷ୍କର୍ମ କଲେ… ପ୍ରତି ରାଜ୍ୟରେ ପ୍ରତିଦିନ ରେପ୍ ଇନ୍ ଇଣ୍ଡିଆ। ମୋଦି ଏହା ଉପରେ ଗୋଟିଏ ବି ଶବ୍ଦ କୁହନ୍ତି ନାହିଁ। ମୋଦିଜୀ କହୁଛନ୍ତି, ବେଟି ବଚାଓ, କିଛୁ ଏହା କହିଲେନି ବେଟିଙ୍କୁ ତାଙ୍କର ବିଧାୟକଙ୍କଠାରଚୁ ବଞ୍ଚାଇବା ଦରକାର।