ବିଲ୍ ଗେଟସଙ୍କ ସହିତ ସ୍ମୃତି ଇରାନୀ ସେୟାର କଲେ ଫଟୋ, କ୍ୟାପସନରେ ନିଜ ପାଠପଢାକୁ ନେଇ ଏଭଳି ଲେଖିବା ପରେ ୟୁଜର୍ସ କହିଲେ…

ନୂଆଦିଲ୍ଲୀ,୧୯।୧୧: କେନ୍ଦ୍ର ମନ୍ତ୍ରୀ ସୃତି ଇରାନୀ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ୍ ଗେଟସଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋ ଉପରେ ସ୍ମୃତି ଇରାନୀ ଯେଉଁ କ୍ୟାପସନ୍ ଦେଇଛନ୍ତି, ତାକୁ ନେଇ ଲୋକମାନେ ଖୁବ୍ ଚର୍ଚ୍ଚା କରିବା ଆରମ୍ଭ କରିଦେଇଛନ୍ତି।ୟୁଜର୍ସମାନେ ସ୍ମୃତି ଇରାନୀଙ୍କ ପୋଷ୍ଟ ଉପରେ ଯୋରଦାର ପ୍ରତିକ୍ରିୟା ଦେଇଛନ୍ତି। ସ୍ମୃତି ଇରାନୀ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ସେୟାର କରିଛନ୍ତି। ଫଟୋରେ ସ୍ମୃତି ଇରାନୀ ଓ ବିଲ୍ ଗେଟସ୍ କୌଣସି କଥା ଉପରେ ଚର୍ଚ୍ଚା କରୁଛନ୍ତି। ଏହି ଫଟୋର କ୍ୟାପସନରେ ସ୍ମୃତି ଇରାନୀ ଲେଖିଛନ୍ତି, ଭାବୁଛି ପାଠପଢା ପୂରଣ କରିନି, ଆଗକୁ କ’ଣ କରିବି।’

ଉଲ୍ଖେନୀୟ ଯେ, ସ୍ମୃତି ଇରାନୀ ନିଜର ପାଠପଢାକୁ ନେଇ ଲୋକଙ୍କ ଭିତରେ ସମାଲୋଚିତ ହୋଇସାରିଛନ୍ତି। ନିକଟରେ ଲୋକସଭା ନିର୍ବାଚନ ସମୟରେ ଲୋକମାନେ ତାଙ୍କର ପାଠପଢାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସ୍ମୃତି ୨୦୧୪ ନିର୍ବାଚନରେ ନିଜକୁ ଗ୍ରାଜୁଏଟ୍ କହୁଥିବା ବେଳେ ୨୦୧୯ ନିର୍ବାଚନ ପୂର୍ବରୁ ନିଜର ଶିକ୍ଷାଗତ ଯୋଗ୍ୟତା ଦ୍ବାଦଶ ଶ୍ରେଣୀ ପାସ୍ ବୋଲି ଲେଖିଥିଲେ। ଏହା ସହିତ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସେ କରେସପଣ୍ଡେନ୍ସ କୋର୍ସରେ ସେ ବିକମ୍(ବ୍ୟାଚଲର ଅଫ୍ କମର୍ସ) ପୂର୍ଣ୍ଣ କରିନଥିବା ନେଇ ସୂଚନା ଦେଇଥିଲେ।

କୁହାଯାଉଛି ଯେ, ସ୍ମୃତି ଇରାନୀ ଏହି ଫଟୋ ବାହାନାରେ ତାଙ୍କୁ ସମାଲୋଚିତ କରିଥିବା ସେହି ଲୋକମାନଙ୍କୁ କଟାକ୍ଷ କରିଛନ୍ତି। ସବୁଠାରୁ ବଡ କଥା ହେଉଛି ବିଶ୍ବର ସବୁଠାରୁ ଧନୀ ଉଦ୍ୟୋଗପତି ତଥା ମାଇକ୍ରୋସଫ୍ଟ ସଂସ୍ଥାପକ ବିଲଗେଟସ ମଧ୍ୟ ନିଜର  କଲେଜ୍ ପାଠପଢା ଅଧାରେ ଛାଡି ଦେଇଥିଲେ।

ସ୍ମୃତିଙ୍କ ଏହି ଫଟୋକୁ ନେଇ ଲୋକମାନେ ବିଭିନ୍ନ ପ୍ରକାର ମଜାଳିଆ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମୌକାରେ ଚୌକା ଲଗାଇଦେଲେ ଆପଣ, ଯିଏ ଜିତିଲା ସେ ସିକନ୍ଦର।’ ସେଭଳି ଆଉ ଜଣେ ୟୁଜର ଲେଖିଛନ୍ତି, ଆପଣ ଏତେ ଗମ୍ଭୀର କାହିଁକି ଦେଖାଯାଉଛନ୍ତି ମ୍ୟାମ୍, ଆପଣଙ୍କ ହସ ସବୁ କାମକୁ ସହଜ କରିଦିଏ? ସେଭଳି ଆଉ କିଛି ୟୁଜର ସ୍ମୃତି ଇରାନୀଙ୍କୁ ସମାଲୋଚନା କରିବା ସହ ତାଙ୍କ ପାଠପଢାକୁ ନେଇ ଟାର୍ଗେଟ କରିଛନ୍ତି।  

   ସମ୍ବନ୍ଧିତ ଖବର


କଂଗ୍ରେସ ଓ ପାକିସ୍ତାନୀ ନେତାଙ୍କ ବୟାନ ଭିନ୍ନ ନୁହେଁ: ଅମିତ ଶାହ

ଏବେ ବୃଦ୍ଧ ପିତାମାତାଙ୍କୁ ଅତ୍ୟାଚାର କଲେ ୬ ମାସ ଜେଲ, ଲୋକସଭାରେ ବିଲ୍ ଉପସ୍ଥାପିତ

ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ସାନା ମରିନଙ୍କ କ୍ୟାବିନେଟରେ ସ୍ଥାନ ପାଇବେ ୧୨ ମହିଳା

ଉତ୍ତରପୂର୍ବ ଅଶାନ୍ତ: ସ୍ଥିତି ନିୟନ୍ତ୍ରଣ ପାଇଁ ଇଣ୍ଟରନେଟ୍ ବନ୍ଦ, ଗଲେ ୫ହଜାର ସୁରକ୍ଷାକର୍ମୀ