ଗଜପତି: ମନ୍ଦିରରେ ସାପ-କଇଁଛ ଖେଳ ଦେଖିବାକୁ ଭକ୍ତଙ୍କ ଭିଡ, ଦେଖନ୍ତୁ ଭିଡିଓ

ଗଜପତି ୨୩/୭: ଗତକାଲି ହୋଇଥିବା ସୋମବାର । ସୋମବାର ମହାଦେବ ଶିବଙ୍କ ପ୍ରିୟ ବାର । ସେଥିରେ ପୁଣି ଗତକାଲି ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିଲା । ଏଭଳି ଏକ ଦିନରେ ଶୈବ ପୀଠରେ ସାପ-କଇଁଚ ଖେଳ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଜନସମାଗମ ହୋଇଥିଲା ।

ପାରଳାଖେମୁଣ୍ଡି ହସ୍ପିଟାଲ ଛକ ନିକଟରେ ଥିବା ଅର୍ଦ୍ଧନାରେଶ୍ବର ମନ୍ଦିରରେ ୫୦ରୁ ଅଧିକ କଇଁଛ ରହିଥାନ୍ତି  । ଏହାକୁ ଲୋକେ କଇଁଛ ମନ୍ଦିର ଭାବେ ମଧ୍ୟ ସମ୍ବୋଧନ କରିଥାନ୍ତି । ତେବେ ସୋମବାର ଜଳାଭିଷେକ ପାଇଁ କାଉଡିଆମାନଙ୍କ ଭିଡ ମଧ୍ୟାହ୍ନ ଯାଏଁ ଲାଗି ରହିଥିବାବେଳେ ଅପରାହ୍ନରେ ଏକ ନାଗ ସାପ କଇଁଛଙ୍କ ଗହଣରେ ରହି ଖେଳୁଥିବାର ଦେଖିବାକୁ ମିଳିଥିଲା । ଏହା ପ୍ରଚାର ହେବା ପରେ ସହରର ବିଭିନ୍ନ ସ୍ଥାନରୁ ଲୋକଙ୍କ ସୁଅ ଛୁଟିଥିଲା ଏଠାକୁ । ଲୋକେ ଏହା ଭଗବାନଙ୍କ ଲୀଳା ବୋଲି କହିବା ସହ ପୂଜାର୍ଚ୍ଚନା ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା  ।

ଅଧିକ ପଢନ୍ତୁ ବାରିପଦା: କୁକୁଡାକୁ ଗୋଟା ଗିଳିପକାଇଲା ନାଗ, ଦେଖନ୍ତୁ ଭିଡିଓ

   ସମ୍ବନ୍ଧିତ ଖବର


ଶିକ୍ଷକଙ୍କ ମାଡରେ ଦୁଇ ଛାତ୍ରୀ ଗୁରୁତର :ଡାକ୍ତରଖାନରେ ଭର୍ତ୍ତି, ଶିକ୍ଷକଙ୍କ ନାଁରେ ଅଭିଯୋଗ

ବୃଦ୍ଧାଙ୍କୁ ଶୁଣ୍ଢରେ ଟେକି କଚାଡି ମାରିଲା ଦନ୍ତା

ଟୋକନକୁ ଚାଷୀଙ୍କ ବିରୋଧ: ଧାନ ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କଲେ ସିଲ୍‌

ଗୋଡଭଙ୍ଗା ଘାଟିଠାରେ ଓଲଟି ପିକ୍‌ଅପ୍ ଭ୍ୟାନ୍: ଡ୍ରାଇଭର ଆହତ, ହେଲ୍‌ପର ଗୁରୁତର