PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ନାଗକୁ ମାରି ନିଜେ ମଲା ରାଣୀ

ବ୍ରହ୍ମପୁର ୨୧/୧୨: ବିଶ୍ୱସନୀୟତାର ପ୍ରମାଣ ଦେଇ ନିଜ ଜୀବନ ହାରିଛି, ହେଲେ ବିଷାକ୍ତ ନାଗ ସାପକୁ ବାଟ ଛାଡ଼ି ନଥିଲା। ଏପରିକି ନାଗ ସହ ଲଢି଼ ତାକୁ ମଧ୍ୟ ମାରି ଦେଇଛି। ତା ପରେ ନିଜେ ଶେଷ ନିଃଶ୍ୱାସ ଛାଡ଼ିଛି ଏକ ପୋଷା କୁକୁର। ଏଭଳି ଏକ ସମ୍ବେଦନଶୀଳ ଘଟଣା ଶୁକ୍ରବାର ମଧ୍ୟାହ୍ଣରେ ରଙ୍ଗେଇଲୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ରଣ୍ଢା ବଜାରରେ ଦେଖିବାକୁ ମିଳିଛି। ଉଭୟ ନାଗ ଓ କୁକୁର ରାଣୀ ର ଜୀବନ ଯାଇଥିବା ବେଳେ କୁକୁରଟିର ଏଭଳି କାର୍ଯ୍ୟକୁ କିନ୍ତୁ ଲୋକେ ପ୍ରଶଂସା କରିଛନ୍ତି। ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି, ଏପରିକି ଲୋକେ କୁକୁରଟିକୁ ବୋହି ନେଇ ସମ୍ମାନର ସହ ଘୃତାହୁତି ଦେଇ ଅନ୍ତିମ ସଂସ୍କାର ମଧ୍ୟ କରାଇଛନ୍ତି ।

ଶୁକ୍ରବାର ଦିନ ପ୍ରାୟ ୧୨ଟା। ରଣ୍ଢା ବଜାର ନିକଟ ପଞ୍ଚମା ରୋଡ୍‌ର ଏକ ଅଳିଆ ଗଦା ପାଖରୁ ଅଚାନକ ବାହାରି ଆସିଥିଲା ଏକ ବିରାଟକାୟ ନାଗ । ପାଖ ବଜାରର ଏକ ମୋବାଇଲ୍‌ ଦୋକାନ ଆଡ଼କୁ ଅଗ୍ରସର ହେଉଥିଲା । ହେଲେ ଦୋକାନ ମାଲିକ ସନ୍ଦୀପଙ୍କ ପୋଷା କୁକୁର ଏହା ଦେଖି ନାଗ ସମ୍ମୁଖକୁ ଚାଲି ଆସିଥିଲା । ନାଗ ମଧ୍ୟ ପଛକୁ ହଟିବାକୁ ନାରାଜ। ଫଣା ଟେକି କୁକୁରକୁ ଚୋଟ ପରେ ଚୋଟ ମାରିବାକୁ ପ୍ରୟାସ କରୁଥିଲା । କୁକୁରଟି କିନ୍ତୁ ନାଗକୁ ଆଗକୁ ବଢ଼ିବାକୁ ଦେଉ ନଥିଲା । ପ୍ରାୟ ଘଣ୍ଟାଏ କାଳ ଦୁହିଁଙ୍କ ମଧ୍ୟରେ ଚାଲିଥିଲା ଲଢ଼େଇ । କୁକୁରଟି ନାଗର ବିଷାକ୍ତ ଚୋଟ ଖାଇବା ସତ୍ତେ୍ୱ ନିଜ ଦାନ୍ତରେ ସାପଟିକୁ ବାରମ୍ବାର କାମୁଡି଼ ଶେଷରେ ମାରି ଦେଇଥିଲା । ଆଉ କିଛି କ୍ଷଣ ପରେ ନିଜେ ବି ଟଳି ପଡ଼ିଥିଲା । ଆଖପାଖର ଲୋକ ଏହା ଦେଖି ଭିଡିଓ କରିଥିଲେ । ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହୋଇଥିଲା । କୁକୁରର ଲଢ଼େଇ ନିଶ୍ଚିତ ଭାବେ ତାର ମାଲିକଙ୍କ ସହ ଅନେକଙ୍କୁ ବିପଦମୁଖରୁ ରକ୍ଷା କରିଥିଲା । ହାର ମାନିଥିଲା ନାଗ । ଆଉ ପୋଷା କୁକୁରଟିର କାର୍ଯ୍ୟକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଲୋକେ ତାର ବିଧିବଦ୍ଧ ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ ।