ମତଦାନ ବେଳେ ଭିଭିପାଟ୍ ମେସିନ୍ ଭିତରୁ ବାହାରିଲା ସାପ, କିଛି ସମୟ ବନ୍ଦ ରହିଲା ଭୋଟିଂ

କନ୍ନୁର,୨୩।୪:ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୫ଟି ରାଜ୍ୟର ୧୧୭ଟି ଲୋକସଭା ଆସନରେ ମତଦାନ ହୋଇଛି। ଏହି ସମୟରେ କେରଳର କନ୍ନୁରରେ ମେୟିଲ କହାକଇ ବୁଥରେ ଭୋଟିଂକୁ କିଛି ସମୟ ବନ୍ଦ କରିବାକୁ ପଡିଥିଲା। କାରଣ ଏହି ସମୟରେ ଏକ ଆଶ୍ଚର୍ଯକର ଘଟଣା ଦେଖିବାକୁ ମିଳିତିଲା। ଭିଭିପାଟ୍ ମେସିନ୍ ଭିତରୁ ଏକ ଛୋଟ ସାପ ଦେଖିବାକୁ ମିଳିବା ପରେ ଭୋଟର ଓ ନିର୍ବାଚନ ଅଧିକାରୀ ଭୟଭୀତ ହୋଇଯାଇଥିଲେ। କିଛି ସମୟ ପରେ ତାହା ଭିତରୁ ସାପ ବାହାରି ଯାଇଥିଲା ଓ ଏହାପରେ ଭୋଟିଂ ଆରମ୍ଭ ହୋଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଭୋଟିଂ ବେଳେ ମେସିନ୍ ଭିତରେ କିଛି ହଲୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ସାପର ମୁହଁ ଦେଖିବାକୁ ମିଳିଥିଲା। ଲୋକମାନେ ଭୟରେ ବୁଥ୍ ବାହାରକୁ ଚାଲିଯାଇଥିଲେ। ଏହି ସମୟରେ ନିର୍ବାଚନ ଅଧିକାରୀ ମଧ୍ୟ ବାହାରକୁ ଚାଲିଆସିଥିଲେ। ପରେ ସାପକୁ ଧରିବା ପାଇଁ ବିଶେଷଜ୍ଞଙ୍କୁ ଡକା ଯାଇଥିଲ ଓ ମେସିନ୍ ଭିତରୁ ବାହାର କରାଯାଇଥିଲା। ଏହାପରେ ଭୋଟିଂ ପୁଣିଥରେ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ସାଂସଦ ଶଶି ଥରୁର ମଧ୍ୟ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି କନ୍ନୁରରେ ଭୋଟିଂ ସମୟରେ ଭିଭିପାଟ୍ ମେସିନ୍ ଭିତରୁ ସାପ ବାହାରିବା ଭାରତରେ ବୋଧ ହୁଏ ପ୍ରଥମ ଘଟଣା।

   ସମ୍ବନ୍ଧିତ ଖବର


ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ

ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା

ଟାଟା ମ୍ୟାଜିକରେ ହଠାତ୍ ଲାଗିଗଲା ନିଆଁ, ଜୀଅନ୍ତା ଜଳି ଦୁଇ ଜଣଙ୍କର ମୃତ୍ୟୁ