PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ସ୍ପିତି ଘାଟୀରେ ସ୍ନୋ ଲିଓପାର୍ଡ଼ : ପ୍ରଥମ ଥର ମୋବାଇଲ କ୍ୟାମେରାରେ ହେଲା କଏଦ, ଇଣ୍ଟରନେଟରେ ଭିଡ଼ିଓ ଭାଇରାଲ୍

ଲାହୋଲ ୧୮।୨: ଲାହୋଲର ସ୍ପିତି ଘାଟିରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ଜଣ ଯୁବକ ନିଜ ମୋବାଇଲ କ୍ୟାମେରାରେ କଏଦ କରିଛନ୍ତି କିଛି ଭିନ୍ନ ଦୃଶ୍ୟ। ତେବେ ଏହି ଆଶ୍ଚର୍ଯ୍ୟକର ଦୃଶ୍ୟକୁ ମୋବାଇଲ କ୍ୟାମେରାରେ ପ୍ରଥମ ଥର ପାଇଁ କଏଦ କରାଯାଇଥିବାବେଳେ ଏହି ଜୀବ ସହ ମଣିଷର ମୁହାଁମୁହିଁ ହେବା ଏହା ଏବେ ସୁଦ୍ଧା ଏକ ବିରଳ ଘଟଣା ଅଟେ।

ସ୍ପିତି ଘାଟିରେ ଦୁଇଟି ବରଫାବୃତ କଲରାପତରିଆ ବାଘଙ୍କୁ ଖୁବ୍ ନିକଟରୁ ଦୁଇ ଜଣ ଯୁବକ ନିଜ ମୋବାଇଲ କ୍ୟାମେରାରେ କଏଦ କରିଛନ୍ତି। ପାଖାପାଖି ସାଢ଼େ ୫ଟା ବେଳେ କାଜା-କୌମିକ୍ ରୋଡ଼ରେ କୌମିକ୍ ଗାଁର ନଓ୍ବାଙ୍ଗ ଏବଂ ଲାହୋଲର ସୁଶୀଲ ୟାଙ୍ଗଥାଙ୍ଗୀ ଏହି ଦୁର୍ଲଭ ପଶୁର ଭିଡିଓ ମୋବାଇଲରେ ସୁଟିଂ କରିଛନ୍ତି। ସୋସିଆଲ ମିଡିଆରେ ସ୍ନୋ ଲିଓପାର୍ଡ଼ର ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି।

ଦୁଇ ଯୁବକ ଯାତ୍ରୀଙ୍କୁ ଏସିଆର ସବୁଠୁ ଉଚ୍ଚ ଗାଁ କୌମିକରେ ଛାଡ଼ି କାଜା ଫେରୁଥିଲେ। ନଓ୍ବାଙ୍ଗ କହିଥିଲେ ଯେ, କାଜାରୁ ପ୍ରାୟ ୨୦କିଲୋମିଟର ଦୂର ଏକ ମୋଡ଼ ପାଖରେ ଅଚାନକ ତାଙ୍କ ସାମ୍ନାରେ ଦୁଇଟି ବରଫାବୃତ କଲରାପତରିଆ ବାଘ ସହ ମୁହାଁମୁହିଁ ହୋଇଥିଲା। ପ୍ରଥମେ ତାଙ୍କୁ ଲାଗିଥିଲା ଯେ ଗାଡ଼ି ଦେଖି ବାଘ ଦୁଇଟି ପଳାଇବେ କିନ୍ତୁ ଗୋଟିଏ ସ୍ନୋ ଲିଓପାର୍ଡ଼ ଗାଡ଼ି ସାମ୍ନାକୁ ଆସିବାକୁ ଲାଗିଥିଲା। ଅନ୍ୟ ଲିଓପାର୍ଡ଼ଟି ଦୂରରେ ରହିଥିଲା।

ସୁଶୀଲ ୟାଙ୍ଗଥାଙ୍ଗୀ କହିଛନ୍ତି ଯେ, ପ୍ରଥମେ ବାଘକୁ ଦେଖି ଡର ଲାଗିଥିଲା କିନ୍ତୁ କିଛି ସମୟ ପରେ ସ୍ନୋ ଲିଓପାର୍ଡ଼ ଧୀରେ ଧୀରେ ବରଫ ଭିତରକୁ ଆଗକୁ ବାହାରି ଯାଇଥିଲା। ୟୁନାଇଟେଡ୍ ନ୍ୟାସନାଲ ଡେଭଲପମେଣ୍ଟ ପ୍ରୋଗାମର ପ୍ରୋଜେ୍‌ଟ ଆସୋସିଏଟ୍ ଅଭିଷେକଙ୍କ ଦାବି ରହିଛି କି, ଏହା ପ୍ରଥମ ଥର ପାଇଁ ହୋଇଛି ଯେ କେହି ଏତେ ପାଖରୁ ବରଫ କଲରାପତରିଆ ବାଘଙ୍କୁ ଦେଖିଛି ଏବଂ ଏମାନଙ୍କୁ କ୍ୟାମେରାରେ କଏଦ କରିଛି।

ଏହି ଘଟଣାରୁ ଜଣା ପଡ଼ିଛି ଯେ ଯେଉଁମାନେ କେବେବି ମଣିଷଙ୍କ ନଜରରେ ଆସୁନଥିଲେ, ଏବେ ସେମାନେ ବହୁ ନିକଟରୁ ନଜର ଆସୁଛନ୍ତି। ଏହି ବନ୍ୟ ଜୀବକୁ ମନେ ରଖିବା ପାଇଁ ପ୍ରଥମ ଥର ୟୁନାଇଟେଡ୍ ନ୍ୟାସନାଲ ଡେଭଲପମେଣ୍ଟ ପ୍ରୋଗାମ ମାଧ୍ୟମରେ ସ୍ନୋ ଲିଓପାର୍ଡ ସଂରକ୍ଷଣ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି।

ଓ୍ବାଇଲ୍ଡ ଲାଇଫ୍ ଓ୍ବିଙ୍ଗ୍ ମୁତାବିକ, ଭାରତରେ ବରଫାବୃତ କଲରାପତରିଆର ସଂଖ୍ୟା ପ୍ରାୟ ୫୧୬ ରହିଛି। ହିମାଚଳ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର ଏବଂ ସିକ୍କିମରେ ଏହି ଦୁର୍ଲଭ ଜୀବ ଦେଖାଯାଏ। ହିମାଚଳରେ ପ୍ରାୟ ୯୦ ସ୍ନୋ ଲିଓପାର୍ଡ ଥିବାର ସୂଚନା ମିଳିଛି। ବିଶ୍ବରେ ପ୍ରାୟ ୫ରୁ ୭ ହଜାର ସ୍ନୋ ଲିଓପାର୍ଡ ଥିବାର ତଥ୍ୟ ମିଳିଛି।

ସମ୍ବନ୍ଧିତ ଖବର