PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଖୋଲିଲା ରାଜନୀତିର ସବୁଠୁ ବଡ଼ ରହସ୍ୟ: ଜାଣନ୍ତୁ କେଉଁ କାରଣ ପାଇଁ ନରେନ୍ଦ୍ର ମୋଦି ଛାଡ଼ିଛନ୍ତି ନିଜ ପତ୍ନୀ ଯଶୋଦା ବେନଙ୍କୁ

ଆଜି ଆମେ କହିବାକୁ ଯାଉଛୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ସମ୍ପର୍କରେ। ସାରା ବିଶ୍ବ ଜାଣିଛି ନରେନ୍ଦ୍ର ମୋଦିଙ୍କ ବିଷୟରେ କିନ୍ତୁ ତାଙ୍କ ପତ୍ନୀ ସମ୍ପର୍କରେ ଆପଣ ଜଣନ୍ତି କି ? ଏବେ ମୋଦିଙ୍କ ସହିତ ତାଙ୍କ ମା ରହୁଛନ୍ତି ବୋଲି ଜଣାପଡିଛି । ଭାରତରେ ଅନେକ ଲୋକ ଜାଣନ୍ତି ନାହିଁ କି ମୋଦି ବିବାହିତ ନା ଅବିବାହିତ । କିନ୍ତୁ କହିରଖୁଛୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦି ପ୍ରକୃତରେ ବିବାହିତ କିନ୍ତୁ ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ନାହାଁନ୍ତି ସେ ତାଙ୍କୁ ଛାଡିଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ରାଜନିତୀଜ୍ଞଙ୍କର ଅସଲି ରହସ୍ୟ ସମ୍ପର୍କରେ କାହିଁକି ସେ ତାଙ୍କ ପତ୍ନୀଙ୍କୁ ଛାଡିଦେଇଛନ୍ତି ।

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଚଉକିରେ ବସିବା ପୂର୍ବରୁ ନିଜ ପତ୍ନୀଙ୍କୁ ତ୍ୟାଗ କରିଛନ୍ତି। ଏହି କଥାରେ ସମସ୍ତେ ଅବଗତ। କିନ୍ତୁ ଏମିତି କି କାରଣ ଥିଲା ଯେ, ଯେଉଁ କାରଣରୁ ନରେନ୍ଦ୍ର ମୋଦି ତାଙ୍କ ପତ୍ନୀଙ୍କୁ ଛାଡ଼ି ଦେଇଛନ୍ତି।

ନରେନ୍ଦ୍ର ମୋଦିଙ୍କୁ ଯେତେବେଳେ ୧୭ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କର ବିବାହ ହୋଇଥିଲା। ଆଉ ଯେଉଁ ଝିଅଙ୍କୁ ସେ ବିବାହ କରିଛନ୍ତି ତାଙ୍କ ନାଁ ହେଉଛି ଯଶୋଦା ବେନ୍।

ସେତେବେଳେ  ଯଶୋଦା ବେନଙ୍କ ବୟସ ହୋଇଥିଲା ୧୫ବର୍ଷ। ସେହି ସମୟରେ ପାଠ ପଢ଼ା ପ୍ରତି ବିଶେଷ ଧ୍ୟାନ ଦିଆଯାଉନଥିଲା। ଆଉ କମ୍ ବୟସରେ ବିବାହ କରିଦିଆଯାଉଥିଲା। ଫଳରେ ଝିଅକୁ ବି ଘର ସମ୍ଭାଳିବାକୁ ପଡ଼ୁଥିଲା।

ମୁଖ୍ୟକଥା ହେଲା, ନରେନ୍ଦ୍ର ମୋଦି ଓ ଯଶୋଦା ବେନ ବାଲ୍ୟ ବିବାହ କରିଛନ୍ତି। ବିବାହର ୩ବର୍ଷ ପର୍ଯ୍ୟନ୍ତ ନିଜ ଧର୍ମ ପତ୍ନୀଙ୍କ ସହିତ ରହିବା ପରେ ନରେନ୍ଦ୍ର ମୋଦି ନିଜ ପତ୍ନୀଙ୍କୁ ତ୍ୟାଗ ଦେଇଥିଲେ।

ଏହାପରେ ନରେନ୍ଦ୍ର ମୋଦି ଦେଶ ସେବାରେ ଲାଗିଲେ। ଧୀରେ ଧୀରେ ତାଙ୍କର ପ୍ରବେଶ ଭାରତୀୟ ଜନତା ପାର୍ଟିରେ ହେଲା। କିନ୍ତୁ ପ୍ରକୃତରେ ନରେନ୍ଦ୍ର ମୋଦି କେବେ ବି ଯଶୋଦା ବେନଙ୍କୁ ଛାଡ଼ପତ୍ର ଦେଇନାହାନ୍ତି। ନରେନ୍ଦ୍ର ମୋଦି ୩ବର୍ଷର ଗୃହସ୍ଥ ଜୀବନ ପରେ ଯେତେବେଳେ ପତ୍ନୀ ଯଶୋଦା ବେନଙ୍କୁ ଛାଡ଼ି ସଂଘ ସହିତ ଚାଲିଯାଇଥିଲେ ପ୍ରଥମେ ଯଶୋଦା ବେନଙ୍କୁ ବହୁତ କଷ୍ଟ ହୋଇଥିଲା।

କିନ୍ତୁ ପରେ ସ୍ବାମୀଙ୍କ ଲକ୍ଷ୍ୟ ଆଗରେ ସେ ଧୀରେ ଧୀରେ ସନ୍ତୁଷ୍ଟ ହୋଇଗଲେ। କିଛି ଦିନ ପରେ ଯଶୋଦା ବେନ ସ୍କୁଲ ଶିକ୍ଷୟିତ୍ରୀ ଭାବେ ଚାକିରି ଆରମ୍ଭ କରିଲେ। ଏବେ ନିଜ ଛୋଟ ଭାଇ ଅଶୋକଙ୍କ ସହିତ ଉନଝା ଗାଁରେ ଜୀବନ ବିତାଉଛନ୍ତି।