PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠାରୁ ଡବ୍ଲ୍ୟୁଇଏଫ୍‌ ବାର୍ଷିକ ବୈଠକ, ଜଳବାୟୁ ପରିବର୍ତ୍ତନ ଉପରେ ହେବ ଆଲୋଚନା: ଏଜେଣ୍ଡାରେ ବିଶ୍ୱ ଆର୍ଥିକ ସୁଧାର
  • ||
  • ଭୁବନେଶ୍ଵର: ରାଜ୍ୟରେ ସାମାନ୍ୟ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୫ ଜଣ କରୋନା ପଜିଟିଭ
  • ||
  • ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍‌, କଟକ କ୍ରାଇମବ୍ରାଞ୍ଚ୍‌ରେ ଦେଲେ ଏତଲା
  • ||
  • ବ୍ରହ୍ମଗିରି: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଡ୍ରାଇଭର୍ ସମେତ ୨ ମୃତ
  • ||
  • ସରିଲା ଆବେଦନ, ଜୁଲାଇ ୧୭ରେ ନିଟ୍‌ ପ୍ରବେଶିକା ପରୀକ୍ଷା ଦେବେ ୧୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ପୁଣି ବିବାଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ରାତି ଅଧିଆ ହେଲା ଜିପିଆର୍‌ଏସ୍ ସର୍ଭେ
  • ||
  • ଦେଶବ୍ୟାପୀ ଖାଉଟିଙ୍କୁ ବଡ ଆଶ୍ବସ୍ତି: ପେଟ୍ରୋଲ ୯.୫୦ ଏବଂ ଡିଜେଲ ଲିଟର ପ୍ରତି କମିଲା ୭ଟଙ୍କା
  • ||
  • ନୂଆଦିଲ୍ଲୀ: ବ୍ରଜରାଜନଗର ଉପନିର୍ବାଚନ ପରେ ଓଡ଼ିଶା ପିସିସି ସଭାପତି ଘୋଷଣା: ଏ. ଚେଲ୍ଲାକୁମାର
  • ||
  • କଟକ : ଆଜିଠୁ ମାଟ୍ରିକ ଖାତା ଦେଖା, ରାଜ୍ୟର ୫୮ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||

ସଲମାନ ଖାନଙ୍କୁ ସୁରକ୍ଷା ଦେଉଥିବା ବଡିଗାର୍ଡ ଏତିକି କୋଟିର ମାଲିକ, ପ୍ରତି ମାସରେ କେତେ ଟଙ୍କା ଦରମା ନିଅନ୍ତି ଜାଣନ୍ତୁ…

ଯଦି ବଲିଉଡରେ ସବୁଠୁ ବଡ଼ ସୁପରଷ୍ଟାରଙ୍କ କଥା କୁହାଯାଏ ତେବେ ସର୍ବପ୍ରଥମେ ସଲମାନ ଖାନଙ୍କ ନାଁ ଆସେ। ସଲମାନ୍ ଖାନ୍ ଏବେ ବଲିଉଡର ସୁପରଷ୍ଟାର ହୋଇସାରିଛନ୍ତି। ତାଙ୍କର ସମ୍ପତ୍ତି ୩୧୦ ମିଲିୟନ୍ ଡଲାର। ଭାରତୀୟ ଟଙ୍କାରେ ତାହା ୧୯୦୦ କୋଟି ଟଙ୍କା ହେବ। ମାତ୍ର ଆଜି ଆମେ ସଲମାନ ଖାନଙ୍କ ବିଷୟରେ ନୁହେଁ ବରଂ ଦୀର୍ଘ ବର୍ଷରୁ ସଲମାନ ଖାନଙ୍କୁ ସୁରକ୍ଷା ଦେଇଆସୁଥିବା ବଡିଗାର୍ଡ ସେରାଙ୍କ ବିଷୟରେ କହିବାକୁ ଯାଉଛୁ।

ସେରାଙ୍କ ଅସଲି ନାଁ ହେଉଛି ଗୁରମିତ ସିଂହ ଜାଲୀ। ତାଙ୍କୁ ଛୋଟ ବେଳୁ ହିଁ ବଡିବିଲ୍ଡିଂର ସଉକ ଥିଲା। ପ୍ରତିଦିନ ଜିମ୍ ଯିବା ସହିତ ବଡିବିଲ୍ଡିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ। ଏହା ସହିତ ସେରା ନିଜ ପିତାଙ୍କ ଅଟୋମୋବାଇଲ କର୍ମଶାଳା ବି ସମ୍ଭାଳୁ ଥିଲେ।

୧୮ବର୍ଷ ହେବା ପରେ ସେରା ମିଷ୍ଟର ମୁମ୍ବାଇ ଏବଂ ମହାରାଷ୍ଟ୍ର ମୁମ୍ବାଇ ଭଳି ବଡ଼ ବଡ଼ ସୋରେ ଭାଗ ନେଇଛନ୍ତି। ସେରାଙ୍କ ଶରୀରକୁ ଦେଖି ଏକ ବଡ଼ିଗାର୍ଡ କମ୍ପାନୀ ଚାକିରି ପାଇଁ ପ୍ରସ୍ତାବ ଦେଇଥିଲେ। ୧୯୯୫ରେ ଏକ ପାର୍ଟିରେ ସଲମାନ ଖାନଙ୍କ ସହ ସେରାଙ୍କ ଦେଖା ସାକ୍ଷାତ ହୋଇଥିଲା। ମାତ୍ର ସେହି ସମୟରେ ଦୁଇ ଜଣଙ୍କ ମଧ୍ୟରେ କିଛି କଥା ବର୍ତ୍ତା ହୋଇନଥିଲା। ପୁଣି ଗୋଟିଏ ଦିନ ସଲମାନ ଖାନ୍ ଚଣ୍ଡୀଗଡ଼ ଆସିଥିଲେ। ସେଠାରେ ସଲମାନ ଖାନ ଏକ ଭିଡ଼ରେ ଫସିଯାଇଥିଲେ। ସେତେବେଳେ ସୋହଲ ଖାନ୍ ସେରାଙ୍କୁ ପଚାରିଥିଲେ ତୁମେ ସଲମାନଙ୍କ ସହିତ ସବୁଦିନେ ରହିପାରିବ କି ? କିଛି ନ ବୁଝି ନ ଭାବି ସେରା ତୁରନ୍ତ ହଁ କରିଦେଇଥିଲେ। ଦୀର୍ଘ ୨୦ବର୍ଷ ଅଧିକରୁ ହେବ ସଲମାନଙ୍କୁ ସୁରକ୍ଷା ଦେଇଆସୁଛନ୍ତି ସେରା।

କେବଳ ସେତିକି ନୁହେଁ, ସଲମାନ ଖାନଙ୍କ ଚଳଚ୍ଚିତ୍ର ‘ବଡିଗାର୍ଡ’ ସେରାଙ୍କ ଜୀବନରୁ ହିଁ ପ୍ରେରିତ। ଯଦି ସେରାଙ୍କ ସମ୍ପତ୍ତି ବିଷୟରେ କଥା ହେବା ତ ତାଙ୍କ ସମ୍ପତ୍ତି ୧୦ କୋଟି ଟଙ୍କା ହେବ। ସେରାଙ୍କ ପ୍ରତି ମାସର ଦରମା ହେଉଛି ୧୫ଲକ୍ଷ ଟଙ୍କା।