ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ସୋଆ ପକ୍ଷରୁ ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ

ଭୂବନେଶ୍ଵର, ଜାନୁଆରୀ ୨୩: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ(ସୋଆ ) ବିଶ୍ଵବିଦ୍ୟାଳୟ ପରିସରରେ ସୋଆ ଏନଏସଏସ ଓ ସୋଆ ୱେଲନେସ ସେଣ୍ଟର ର ମିଳିତ ଆନୁକୂଲ୍ୟରେ ଏକ ଉତ୍ସବ ଆୟୋଜିତ ହୋଇଯାଇଛି ।


ଏହି ଉତ୍ସବରେ ଯୋଗ ଦେଇ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ନେତାଜୀଙ୍କ ଜୀବନ ଯୁବ ସମାଜ ନିମନ୍ତେ ପ୍ରେରଣାର ଉତ୍ସ ହେବା ଆବଶ୍ୟକ ବୋଲି କହିଥିଲେ ।


ଆଜିର ପବିତ୍ର ଦିନରେ ଆମେ ନେତାଜୀଙ୍କ ଜୀବନର ସକାରାତ୍ମକ ଦିଗ ଗୁଡିକୁ ଆଲୋଚନା କରି ସ୍ଵାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା କୁ ସମ୍ମାନିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଏହି ଦିନଟିକୁ 'ପରାକ୍ରମ ଦିବସ' ଭାବେ ପାଳନ କରାଯାଉଛି ।

ଆମେ କେବଳ ଆମ ନିଜ ସ୍ୱାର୍ଥ ବିଷୟରେ ଚିନ୍ତା କରିବା ସହ ଅନ୍ୟ କାହା କଥା ଚିନ୍ତା କରୁନାହୁଁ ସେ କେବଳ ଦେଶ ଛଡା ଆଉ କିଛି ଚିନ୍ତା କରୁନଥିଲେ | କଟକରେ ଜନ୍ମିତ ନେତାଜୀ ଖୁବ ପ୍ରତିଭା ସଂପନ୍ନ ଥିଲେ ବୋଲି ସୋଆ କୁଳପତି ତାଙ୍କୁ ସ୍ମରଣ କରି କହିଛନ୍ତି |

ଏହି ଅବସରରେ ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଏଆଇସିଟିଇ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ନେତାଜୀଙ୍କୁ ଜଣେ ନିର୍ଭିକ ନେତା ବୋଲି ଅଭିହିତ କରିଥିଲେ |


ସୋଆ ଏନଏସଏସର ଡକ୍ଟର ନଚିକେତା ଶର୍ମା ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ଆଗାମୀ ମାସରେ ସୋଆ ଏନଏସ ଏସ ଓ ସୋଆ ୱେଲନେସ ସେଣ୍ଟର ପକ୍ଷରୁ ମିଳିତ ଭାବେ ଗାନ୍ଧୀ କଥା ଓ ସୁବାଷ କଥା ବକୃତ ମାଳା ର ଆୟୋଜନ କରାଯିବ ଡକ୍ଟର ଶର୍ମା ସୂଚନା ଦେଇଥିଲେ |


ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ | ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରମୋଦ ଚନ୍ଦ୍ର ପଣ୍ଡା, ଏନଏସଏସ ପ୍ରୋଗ୍ରାମ ଅଫିସରରସ ଏବଂ ସୋଆର ଅନ୍ୟାନ୍ୟ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.