ସୋଆ କର୍ପୋରେଟ୍‌ କ୍ରିକେଟ୍‌ ଲିଗ୍‌: ସେମି ଫାଇନାଲରେ କିଟ୍‌

ଭୁବନେଶ୍ୱର, ୧୯ ।୩ (ବ୍ୟୁରୋ): ଶିକ୍ଷା ଓ’ଅନୁସନ୍ଧାନ (ଡିମ୍‌ଡ) ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଚାଲିଥିବା ପ୍ରଥମ ସୋଆ କର୍ପୋରେଟ୍‌ କ୍ରିକେଟ୍‌ ଲିଗ୍‌ ଗ୍ରୁପ୍‌ ବି’ରେ କିଟ୍‌ ବିଶ୍ୱବିଦ୍ୟାଳୟ ସେମି ଫାଇନାଲରେ ପ୍ରବେଶ କରିଛି । କିଟ୍‌ ଦ୍ୱିତୀୟ ମ୍ୟାଚ୍‌ ବୋର୍ଡ ଅଫ୍‌ ରେଭେନ୍ୟୁ ଦଳକୁ ୫ ୱିକେଟ୍‌ରେ ପରାଜିତ ହୋଇ ଗ୍ରୁପ୍‌ ଟପ୍ପର ହେବା ସହ ସେମିକୁ ଉନ୍ନୀତ ହୋଇଥିଲା ।

ପ୍ରଥମେ ବ୍ୟାଟିଂ କରି ବୋର୍ଡ ଅଫ୍‌ ରେଭେନ୍ୟୁ ୧୮ ଓଭରରେ ୪ ୱିକେଟ୍‌ ହରାଇ ୧୭୭ ରନ୍‌ ସଂଗ୍ରହ କରିଥିଲା । ସୁମନ୍ତ ନାୟକ ୨୪, ଗିରିଜା ଶଙ୍କର ମିଶ୍ର ୩୪ ଓ ଅନୀଶ ରାଉତ ୪୨ (ଅପରାଜିତ) ରନ କରିଥିଲେ । ୱାସିମ ଆକ୍ରମ ଖାନ ୩ଟି ୱିକେଟ୍‌ ହାସଲ କରିଥିଲେ । ଜବାବରେ କିଟ୍‌ ୧୭.୫ ଓଭରରେ ୫ ୱିକେଟ୍‌ ହରାଇ ବିଜୟୀ ହୋଇଥିଲା । ଦୁର୍ଗା ଚରଣ ମଲିକ ଓ ୱାସିମ ଆକ୍ରମ ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଦୁର୍ଗା ୮୩ ଓ ୱାସିମ ୫୨ ରନ୍‌ ସଂଗ୍ରହ କରିଥିଲେ । ଦୁର୍ଗା ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ଗ୍ରୁପ୍‌ ସି’ରେ ଖେଳାଯାଇଥିବା ମ୍ୟାଚ୍‌ରେ କର୍ପୋରେଟ୍‌ କ୍ରିକେଟ୍‌ କ୍ଲବ ବିଜୟୀ ହୋଇଛି । କର୍ପୋରେଟ୍‌ କ୍ରିକେଟ୍‌ କ୍ଲବ ଓ ଆଇଏମ୍‌ଏସ୍‌ ଏଣ୍ଡ ଆଇଡିଏସ୍‌ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କର୍ପୋରେଟ୍‌ କ୍ଲବ୍‌ ୨୦ ଓଭରରେ ୬ ୱିକେଟ୍‌ ହରାଇ ୨୨୭ ରନ୍‌ ସଂଗ୍ରହ କରିଥିଲା । ଅଜୟ ନାୟକ ୮୧ ଓ ବିଶ୍ୱଜିତ ବାଦୁ ୬୬ ରନ୍‌ ସଂଗ୍ରହ କରିଥିଲେ । ଜବାବରେ ଆଇଏମ୍‌ଏସ୍‌ ଏଣ୍ଡ ଆଇଡିଏସ୍‌ ୧୭ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୨୮ ରନ୍‌ ସଂଗ୍ରହ କରିଥିଲା । ଅଜୟ ୩ଟି ୱିକେଟ୍‌ ହାସଲ କରିଥିଲେ । ଶ୍ରେଷ୍ଠ ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଅଜୟ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

   ସମ୍ବନ୍ଧିତ ଖବର


ଫୁଟବଲ୍‌ ଖେଳି କ’ଣ ଭୁଲ୍‌ କଲି? ୧୫ ବର୍ଷର ଖେଳ କ୍ୟାରିୟର ବରବାଦ…

କ୍ରିକେଟ ପରେ ଏବେ ଫିଲ୍ମ ଦୁନିଆକୁ ଆସିବେ ଧୋନି, ସାଥ୍ ଦେବେ ପତ୍ନୀ ସାକ୍ଷୀ

ଡିସେମ୍ବରରେ ପାକିସ୍ତାନର ନ୍ୟୁଜିଲାଣ୍ଡ ଗସ୍ତ

ଆଜି ରୟାଲ୍ସ ବନାମ ନାଇଟ୍‌ ରାଇଡର୍ସର ହେବ ଲଢେଇ

ଥିମ, ଭିଟୋଭାଙ୍କ ବିଜୟ ଅଭିଯାନ ଆରମ୍ଭ

ଏହି ଅଷ୍ଟ୍ରେଲୀୟ କ୍ରିକେଟ ଖେଳାଳିଙ୍କ ପତ୍ନୀ ଭାଙ୍ଗିଲେ ଧୋନିଙ୍କ ଓ୍ବାର୍ଲ୍ଡ ରେକର୍ଡ