ସୋଆ ଆଇଏଏସର ବାର୍ଷିକ ଉତ୍ସବ ‘ଅନ୍ନ-୨କେ୧୯’: ଗବେଷଣାରେ ଚାଷୀଙ୍କୁ ଫୋକସ୍‌ କର

ଭୁବନେଶ୍ୱର,୨୭ା୩(ବ୍ୟୁରୋ): କୃଷି ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ସିଧାସଳଖ ଚାଷୀମାନଙ୍କ ନିକଟତର ହୁଅନ୍ତୁ । ସେମାନଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତୁ । ନୂଆ ନୂଆ ଜ୍ଞାନକୌଶଳ, ଉନ୍ନତ କୃଷି ପ୍ରଣାଳୀ ବିଷୟରେ କୃଷକଙ୍କୁ ଜଣାନ୍ତୁ । କୃଷି ଗବେଷଣାକୁ ସରଳ କରାଯାଉ । ଚାଷୀ ଉପଯୋଗୀ ଓ ବ୍ୟବହାରକୁ ଲକ୍ଷ୍ୟ କରି ଗବେଷଣା ହେଉ । ଛାତ୍ରଛାତ୍ରୀମାନେ ଗବେଷଣାରେ ଚାଷୀଙ୍କୁ ଫୋକସ୍‌ ଦିଅନ୍ତୁ ବୋଲି କୃଷି ଓ କୃଷକ ସଶକ୍ତିକରଣର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନସେସ୍‌ର ବାର୍ଷିକ ଉତ୍ସବ ‘ଅନ୍ନ-୨କେ୧୯’ କ୍ୟାମ୍ପସ୍‌-୨ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଡ. ଗର୍ଗ ଯୋଗଦେଇ କହିଲେ, ଫସଲରେ କୀଟପତଙ୍ଗ ଲାଗିବା, ସାର ପ୍ରୟୋଗ, ପାଣିପାଗ ଏବଂ ଜଳ ସଂରକ୍ଷଣ ନେଇ ଚାଷୀମାନଙ୍କ ନିକଟରେ ଅଧିକ ତଥ୍ୟ ପହଞ୍ଚିବା ଆବଶ୍ୟକ । ମିଶ୍ରିତ କୃଷି ପ୍ରଣାଳୀରେ ଚାଷ, ଜୈବିକ ଚାଷ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ । କୃଷି କ୍ଷେତ୍ରରେ ଉନ୍ନତି ପାଇଁ କ୍ଷତି କମ୍‌ ଏବଂ ଲାଭ ଅଧିକ କରିବା ଉପରେ ଅଧିକ ଯତ୍ନବାନ ହେବାକୁ ପଡ଼ିବ । ଏହାସହ କ୍ଷତି ଏବଂ ଲାଭ ମଧ୍ୟରେ ସମାନତା ଆଣିବାକୁ ପଡ଼ିବ ବୋଲି ସେ କହିଥିଲେ ।

ଉତ୍ସବରେ ସୋଆ ସଭାପତିଙ୍କ ପ୍ରମୁଖ ଉପଦେଷ୍ଟା ତଥା ଓୟୁଏଟିର ପୂର୍ବତନ କୁଳପତି ପ୍ରଫେସର ଡି.ପି. ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଛାତ୍ରଛାତ୍ରୀମାନେ ଗ୍ରାମାଞ୍ଚଳ କୃଷକମାନଙ୍କ ସହ ଜଡ଼ିତ ହୁଅନ୍ତୁ । ସେମାନଙ୍କୁ ଉନ୍ନତ ଚାଷ ବିଷୟରେ ସୂଚନା ଦିଅନ୍ତୁ । କୃଷି କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ଏବଂ ଚାଷୀଙ୍କ ଉନ୍ନତି ପାଇଁ ବୈଷୟିକ ଜ୍ଞାନ କୌଶଳରେ କାର୍ଯ୍ୟ କରିବା ଏହି ଅନୁଷ୍ଠାନର ଲକ୍ଷ୍ୟ । ଅନୁଷ୍ଠାନରେ ୯ଟି ବିଷୟରେ ସ୍ନାତକୋତ୍ତର ପ୍ରୋଗ୍ରାମ ରହିଥିବାବେଳେ ଅଧିକ ବିଭାଗ ଆରମ୍ଭ କରିବା ନେଇ ପ୍ରସ୍ତାବ ରହିଛି । ଅନୁଷ୍ଠାନ ପକ୍ଷରୁ କୃଷକମାନଙ୍କୁ ସାହାଯ୍ୟ ଏବଂ କୃଷି କ୍ଷେତ୍ରରେ ଉନ୍ନତି ନେଇ ବିଭିନ୍ନ ଗବେଷଣାଭିତ୍ତିକ କାର୍ଯ୍ୟ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଛି ବୋଲି ସେ କହିଥିଲେ ।

ସୋଆ ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପମେଣ୍ଟ ଡିନ୍ ତଥା କାର୍ଯ୍ୟକାରୀ କୁଳପତି ପ୍ରଫେସର ପି.କେ. ନନ୍ଦଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଫେସର ନନ୍ଦ କହିଲେ, ନ୍ୟାସନାଲ ଇନଷ୍ଟିଚ୍ଯୁସନାଲ ର‌୍ୟାଙ୍କିଂ ଫେମ୍ର-୍‌ ଓାକ୍ୱ ର୍(ଏନଆଇଆରଏ୍‌ଫ) ୨୦୧୮ରେ ୧୦୯୨ଟି ଶିକ୍ଷନୁଷ୍ଠାନ ମଧ୍ୟରୁ ବିଶ୍ୱବିଦ୍ୟାଳୟ ବିଭାଗରେ ସୋଆ ୨୪ ତମ ସ୍ଥାନ ଏବଂ ଶିକ୍ଷାନୁଷ୍ଠାନ ବିଭାଗରେ ୩୮ତମ ସ୍ଥାନ ହାସଲ କରିଛି ।

ଆଇଏଏସ୍‌ ସ୍ନାତକୋତ୍ତର ପାଠ୍ୟକ୍ରମ ଡିନ୍ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର କହିଲେ, ଏହି ଅନୁଷ୍ଠାନ ୨୦୧୩-୧୪ ଶିକ୍ଷା ବର୍ଷରେ ୧୦୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ଏହାର ଛାତ୍ରଛାତ୍ରୀ ସଂଖ୍ୟା ୧୦୦୦ରୁ ଅଧିକ ଟପିଛି । ସ୍ନାତକ ଓ ସ୍ନାତକୋତ୍ତର ବିଭାଗରେ ଏହି ଛାତ୍ରଛାତ୍ରୀମାନେ ନାମ ଲେଖାଇଛନ୍ତି । ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୮ ଜଣ ଛାତ୍ରଛାତ୍ରୀ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ରିସର୍ଚ୍ଚ (ଆଇସିଏଆର୍‌) ଅଧୀନରେ ଜୁନିୟର ରିସର୍ଚ୍ଚ ଫେଲୋ ପାଇଁ କୃତକାର୍ଯ୍ୟ ହୋଇଛନ୍ତି ।

ସଭାରେ ଆଇଏଏସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଏବଂ ଆସୋସିଏଟ୍‌ ଡିନ୍ ଡ. ପ୍ରଫୁଲ୍ଲ କୁମାର ଦାସ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କୃଷକ ଏବଂ କୃଷି ବିଜ୍ଞାନୀଙ୍କ ମଧ୍ୟରେ ଏକ ଆଲୋଚନା କରାଯାଇଥିଲା । କୃଷି କ୍ଷେତ୍ରରେ ରହୁଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ରାଜଧାନୀର ପାଶ୍ୱର୍ବର୍ତ୍ତୀ ଗାଁ ଗୁଡ଼ିକର ୧୨୦ରୁ ଅଧିକ କଷୃକମାନେ ଏହି କାର୍ଯ୍ୟକମ୍ରରେ ଯୋଗଦେଇ ଆଲୋଚନା କରିଥିଲେ । ଏହାସହ କୃଷି ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ପାଠ୍ୟକ୍ରମ, କ୍ରୀଡା଼ ଏବଂ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର

ବଦଳିଲା ୨ ସ୍ୱତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ: ଡିସେମ୍ବର ୧ରୁ ହାଓଡା-ସିକନ୍ଦରାବାଦ, ବିଶାଖାପାଟଣା-ବିଜୟୱାଡା ଚାଲିବ

ଟ୍ୱିନ୍‌ ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ନିୟମ ଭାଙ୍ଗିଲେ ଧରିବ ସିସିଟିଭି ଓ ଇଣ୍ଟରସେପ୍ଟର, ଘରରକୁ ପଠାଯିବ ଇ-ଚାଲାଣ