PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ: ୧୦୦ ରେକର୍ଡଧାରୀରେ ସୋଆ ଆଇଡିଏସ୍‌

source:http://www.amanbathla.com/

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଚଳିତ ବର୍ଷ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ଦ୍ୱାରା ପରିଚାଳିତ ୧୦୦ ରେକର୍ଡଧାରୀଙ୍କ ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅଧୀନସ୍ଥ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଣ୍ଟାଲ୍‌ ସାଇନ୍ସ ସ୍ଥାନ ପାଇଛି । ଭୋପାଳ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଡିଏସ୍‌ର ଡିନ୍‌ ପ୍ରଫେସର ନୀତା ମହାନ୍ତିଙ୍କୁ ଏ ସମ୍ପକର୍ତି ଏକ ମାନପତ୍ର ପ୍ରଦାନ କରାଯାଇଛି । ଏସିଆ, ଇଣ୍ଡିଆ, ଇଣ୍ଡୋନେସିଆ, ଭିଏତ୍‌ନାମା, ନେପାଳ ଏବଂ ବାଂଲାଦେଶ ବୁକ୍‌ ଅଫ୍‌ ରେକର୍ଡସ୍‌ ଚିଫ୍ ଏଡିଟରଙ୍କ ପକ୍ଷରୁ ଏହି ସମ୍ମାନ ଘୋଷଣା କରାଯାଇଥିଲା । ଆଇଡିଏସ୍‌ ପକ୍ଷରୁ ଗତବର୍ଷ ଆଞ୍ଚଳିକ ସ୍ତରରେ କରାଯାଇଥିବା ଏକ ଓରାଲ୍‌ କ୍ୟାନ୍‌ସର ସ୍କିନ୍ରିଂ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ବୋଲି ମାନପତ୍ରରେ ଉଲେଖ୍ଲ କରାଯାଇଛି ।

ଗତବର୍ଷ ଫେବୃଆରୀ ୩ରେ ଆଇଡିଏସ୍‌ ପକ୍ଷରୁ ଗୋଟିଏ ଦିନରେ ୧୩୪୨ ଜଣଙ୍କ ଓରାଲ୍‌ ସ୍କ୍ରିନିଂ କରାଯାଇଥିଲା । ବିଶ୍ୱ କର୍କଟ ଦିବସ ଅବସରରେ ଭୁବନେଶ୍ୱର ଉପକଣ୍ଠ ଜାମୁଝରୀ ଅଞ୍ଚଳ ନିକଟବର୍ତ୍ତୀ ୧୬ଟି ଗ୍ରାମରେ ୮ଟି କେନ୍ଦ୍ର କରାଯାଇ ସ୍କ୍ରିନିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆଇଡିଏସ୍‌ର ଓରାଲ୍‌ ମେଡିସିନ୍‌ ଏବଂ ରେଡିଓଲୋଜି ବିଭାଗ, ଓରାଲ୍‌ ସର୍ଜରୀ, ଓରାଲ୍‌ ପାଥୋଲୋଜି, ପବ୍ଲିକ୍‌ ହେଲ୍‌ଥ ଡେନ୍‌ଟିଷ୍ଟ୍ରି ଏବଂ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍‌ ବିଭାଗ ମିଳିତ ଭାବେ ଏହାକୁ ଆୟୋଜନ କରିଥିଲେ । ଏହା ବ୍ୟତୀତ ଆଇଡିଏସ୍‌ ପକ୍ଷରୁ ଗ୍ରାମାଞ୍ଚଳ ଏବଂ ଏହାର ଦନ୍ତ ଚିକିତ୍ସାଳୟରେ ମାଗଣା ସ୍ୱାସ୍ଥ୍ୟ ଶିବିର କରାଯିବା ସହ ସୁଲଭ ମୂଲ୍ୟରେ ଓରାଲ୍‌ କ୍ୟାନସର୍‌ ଚିକିତ୍ସା କରାଯାଉଥିବା ବୋଲି ପ୍ରଫେସର ମହାନ୍ତି କହିଛନ୍ତି ।

ସମ୍ବନ୍ଧିତ ଖବର