ସୋଆ ଆଇଡିଏସ୍‌ର ଆନ୍ତର୍ଜାତିକ ଓରାଲ୍‌ ଆଣ୍ଡ ମାକ୍ସିଲୋଫେସିଆଲ୍‌ ଦିବସ ପାଳିତ

ଭୁବନେଶ୍ୱର ୧୫/୨: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଣ୍ଟାଲ୍‌ ସାଇନ୍‌ସେସ୍‌(ଆଇଡିଏସ୍‌) ପକ୍ଷରୁ ଆନ୍ତର୍ଜାତିକ ଓରାଲ୍‌ ଆଣ୍ଡ ମାକ୍ସିଲୋଫେସିଆଲ୍‌ ଦିବସ ପାଳିତ ହୋଇଯାଇଛି । ଆଇଡିଏସର ଓରାଲ୍‌ ଆଣ୍ଡ ମାକ୍ସିଲୋଫେସିଆଲ୍‌ ସର୍ଜରୀ ବିଭାଗ ଏବଂ ଓରାଲ୍‌ ଆଣ୍ଡ ମାକ୍ସିଲୋଫେସିଆଲ୍‌ ସର୍ଜନ୍ସ ଅଫ୍‌ ଇଣ୍ଡିଆର ରାଜ୍ୟ ଶାଖାର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଭୁବନେଶ୍ୱର ଟ୍ରାଫିକ ଡିସିପି ସାଗରିକା ନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଟକ ଏସ୍‌ସିବି ଡେଣ୍ଟାଲ୍‌ କଲେଜର ଓରାଲ୍‌ ଆଣ୍ଡ ମାକ୍ସିଲୋଫେସିଆଲ୍‌ ବିଭାଗର ମୁଖ୍ୟ ଡାକ୍ତର ଇନ୍ଦୁଭୂଷଣ କର ଏବଂ ସୋଆର ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଓରାଲ୍‌ ଆଣ୍ଡ ମାକ୍ସିଲୋଫେସିଆଲ୍‌ ସର୍ଜନ୍ସ ଅଫ୍‌ ଇଣ୍ଡିଆର ରାଜ୍ୟ ଶାଖାର ସଭାପତି ପ୍ରଫେସର ଡାକ୍ତର ସ୍ୱର୍ଣ୍ଣାଭ ପଟ୍ଟନାୟକ, ସମ୍ପାଦକ ପ୍ରଫେସର ଡାକ୍ତର ସ୍ଥିତପ୍ରଜ୍ଞା ଲେଙ୍କା, ଆଇଡିଏସ୍‌ର ଓରାଲ୍‌ ଆଣ୍ଡ ମାକ୍ସିଲୋଫେସିଆଲ୍‌ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଶୋଭନ୍‌ ମିଶ୍ର ଏବଂ ଆଇଡିଏସର ଡିନ୍‌ ପ୍ରଫେସର ଡାକ୍ତର ନୀତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆଇଡିଏସ୍‌ ଏବଂ ହାଇଟେକ୍‌ ଡେଣ୍ଟାଲ୍‌ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ପରିବେଷଣ କରାଯିବା ସହ କୁଇଜ୍‌ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କୃତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା ।

   ସମ୍ବନ୍ଧିତ ଖବର


୨୨ ବର୍ଷ ହେଲା ଚମଡ଼ା ନିଗମରେ ତାଲା: ଦୀର୍ଘ ବର୍ଷ ହେବ ପାଉଣା ଅପେକ୍ଷାରେ କର୍ମଚାରୀ

ନନ୍ଦନକାନନ ବ୍ୟାଟେରି ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଦମ୍ପତିଙ୍କୁ ଧକ୍କାଦେଇ ବେଞ୍ଚକୁ ପିଟିଲା, ୬ ପର୍ଯ୍ୟଟକ ଆହତ

ଭାଇର ଫି ଛାଡ଼ ପାଇଁ ଡାକି ବଡ ଭଉଣୀକୁ ସ୍କୁଲ ମାଲିକ କଲେ ଦୁଷ୍କର୍ମ: ଅଭିଯୁକ୍ତ ଅଟକ

ଭାତ ବଦଳରେ ମିଳୁଛି ଲାତ! ତେଲଙ୍ଗାନାରେ ବନ୍ଧା ପଡ଼ିଛନ୍ତି ୩୫ ଦାଦନ ଶ୍ରମିକ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରି