ପ୍ରମୁଖ ଖବର
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର, ୨୩/ ୧୦: ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ + ୨ ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାୟର୍‌ ସେକେଣ୍ଡାରୀ ଏଜୁକେସନ୍‌ର ୮ ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ କୃତିତ୍ୱର ସହ ସମ୍ମାନ ଜନକ ସ୍ଥାନ (ର‌୍ୟାଙ୍କ) ରଖି ସଫଳତା ହାସଲ କରିଛନ୍ତି ।

ନିଟ୍‌ରେ ସଫଳତା ଅର୍ଜନ କରିଥିବା ଏହି କୃତୀ ଛାତ୍ରଛାତ୍ରୀମାନେ ହେଲେ ଆଶିଷ ଦଳେଇ (୬୭୫), ଆଦିତ୍ୟ କୁମାର ରାଉତ (୬୩୩), ବ୍ୟାସଦେବ ମାଇସାଲ (୬୨୧), ଦେବାଶିଷ ପାଢ଼ୀ (୬୧୧), ଶୁଭଦର୍ଶୀ ଦେବାଶିଷ (୫୯୫), ଅର୍ପିତା ମଲ୍ଲିକ (୫୮୬), ମୋନାଲିସା କର (୫୮୫) ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ (୪୧୮) ।

ଏହି ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡଃ ମନୋଜ ରଞ୍ଜନ ନାୟକ ଏବଂ
ଆଇ.ଏଚ୍‌.ଏସ୍‌.ଇ. ର ଅଧ୍ୟକ୍ଷ ପ୍ରଫେସର ପୁରେନ୍ଦ୍ର ଚରଣ ଦାଶ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ଆଇଏଚ୍‌ଏସ୍‌ଇର ଅନେକ ଛାତ୍ରଛାତ୍ରୀ ଅତୀତରେ ନିଟ ବ୍ୟତୀତ ଅନ୍ୟାନ୍ୟ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆଇଆଇଟି, ଏନ୍‌ଆଇଟି ଓ ଆଇଆଇଏମ୍ ଭଳି ପ୍ରତିଷ୍ଠିତ ତଥା ସ୍ୱନାମଧନ୍ୟ ସର୍ବଭାରତୀୟ ଶିକ୍ଷାନୁଷ୍ଠାନମାନଙ୍କରେ ଅଧ୍ୟୟନ କରି ଅନୁଷ୍ଠାନର ଗୌରବକୁ ଦ୍ୱିଗୁଣିତ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଆଇଏଚ୍‌ଏସ୍‌ଇରେ +୨ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଯେପରି ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିପାରିବେ, ସେଥିପାଇଁ ଅନୁଷ୍ଠାନର ସମସ୍ତ ଅଧ୍ୟାପକ / ଅଧ୍ୟାପିକାମାନେ ନିଷ୍ଠାର ସହ ସେମାନଙ୍କୁ ଉତ୍କୃଷ୍ଟ ଶୈକ୍ଷିକ ବାତାବରଣ ମଧ୍ୟରେ ସ୍ୱତନ୍ତ୍ର ଧ୍ୟାନ ସହ ଶିକ୍ଷା ପ୍ରଦାନ କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.