ଦେଶର ଶ୍ରେଷ୍ଠ ୧୦ ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିଭରସିଟି (ସୋଆ)

ନୂଆଦିଲ୍ଲୀ,୨୬।୩: ଦେଶର ଶ୍ରେଷ୍ଠ ୧୦ଟି ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିଭରସିଟି (ସୋଆ)। କ୍ୟାରିୟର ୩୬୦ ପକ୍ଷରୁ କରାଯାଇଥିବା ଏକ ସଦ୍ୟତମ ରାଙ୍କିଙ୍ଗ୍ ରେ ସୋଆ ଏହି ଶ୍ରେଷ୍ଠତ୍ୱ ହାସଲ କରିଛି । ଦେଶର ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ଦଶମ ସ୍ଥାନରେ ରହିଛି ସୋଆ । ରାଜ୍ୟର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ପ୍ରଥମ ୧୦ ମଧ୍ୟରେ ରହିଥିବା କ୍ୟାରିୟର ୩୬୦ ୟୁନିଭରସିଟି ରାଙ୍କିଙ୍ଗ୍ ୨୦୨୦ ତାଲିକାରୁ ଜଣାଯାଇଛି ।

ଭୁବନେଶ୍ବରରେ ଅବସ୍ଥିତ ତଥା ଇଞ୍ଜିନିୟରିଂ ଓ ମେଡିକାଲ ସହ ଏକାଧିକ ଡିଗ୍ରୀ ଏବଂ ପିଏଚ୍‌ଡି ପାଠ୍ୟକ୍ରମ ପ୍ରଦାନ କରୁଥିବା ସୋଆ କେବଳ ରାଜ୍ୟ ନୁହେଁ , ସାରାଦେଶର ଶିକ୍ଷା ମାନଚିତ୍ରରେ ଏକ ଉଲ୍ଲେଖନୀୟ ସ୍ଥାନ ଗ୍ରହଣ କରିଛି ।

ଉନ୍ନତ ମାନର ଶିକ୍ଷାଦାନ ତଥା ଶିକ୍ଷାଭିତିକ ବିଭିନ୍ନ ମାନ ଓ ଉତ୍କର୍ଷତା ଲାଗି ସୋଆ ବିଭିନ୍ନ ଫୋରମ୍‌ରେ ପ୍ରଶଂସିତ ହୋଇଛି । ଏହାସହ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ଦ୍ୱାରା ୨୦୧୯ରେ ପ୍ରସ୍ତୁତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମ୍‌ଓ୍ବାର୍କ (NIRF) ତାଲିକାରେ ସୋଆ ସାରାଦେଶର ବିଶ୍ୱବିଦ୍ୟାଳୟ ତାଲିକାରେ ୨୪ତମ ସ୍ଥାନ ହାସଲ କରିଛି ।  

   ସମ୍ବନ୍ଧିତ ଖବର


କେରଳରେ ମଦ ଦେକାନ ବନ୍ଦ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ବ୍ରେକ୍

ଆମେରିକାରେ କରୋନା ନେବ ଲକ୍ଷାଧିକ ପ୍ରାଣ, ଏବେ ଠାରୁ ୧ ଲକ୍ଷ ବଡିବ୍ୟାଗ୍‌ କିଣିବାକୁ ଅର୍ଡର ଦେଲା ଟ୍ରମ୍ପ ପ୍ରଶାସନ

କରୋନାରେ ଦୋକାନୀଙ୍କ ମୃତ୍ୟୁ, ଜିନିଷ କିଣିବାକୁ ଆସୁଥିଲେ ମରକଜର ଜମାତି, ଏବେ ବିପଦରେ ବସ୍ତି ଲୋକଙ୍କ ଜୀବନ

କରୋନା ଆଁରେ ମାଆ ଓ ଶିଶୁ, ସଂକ୍ରମିତ ରୋଗୀର ବେଡ୍‌ରେ ରଖିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ