ବିଶ୍ବ ସ୍ତରରେ ସୋଆର ଇଞ୍ଜିନିୟରିଂ ଓ ଟେକ୍ନୋଲୋଜିକୁ ରାଙ୍କିଙ୍ଗ୍ ମାନ୍ୟତା

ଭୁବନେଶ୍ବର ୧୭/୧୦: ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ-୨୦୨୦ ପାଇଁ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ୬୦୧ ରୁ ୮୦୦ କ୍ୟାଟେଗୋରୀରେ ସ୍ଥାନିତ ହୋଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସଟି) । ଗୁରୁବାର ଏହି ରାଙ୍କିଙ୍ଗ ପ୍ରକାଶିତ ହୋଇଥିବା ବେଳେ କମ୍ପ୍ୟୁଟର ସାଇନ୍ସରେ ମଧ୍ୟ ୬୦୦ ପ୍ଲସ୍ କ୍ୟାଟେଗୋରୀରେ ସ୍ଥାନ ପାଇଛି ସୋଆ ।

ପ୍ରଥମ ଥର ପାଇଁ ଟାଇମ୍ସ ହାୟର ଏଜୁକେସନ୍ ୱାର୍ଲ୍ଡ ୟୁନଭର୍ସିଟି ରାଙ୍କିଙ୍ଗ ୨୦୨୦ରେ ସୋଆ ପ୍ରବେଶ କରିଥିବା ବେଳେ ଗତ ମାସରେ ପ୍ରକାଶ ପାଇଥିବା ରାଙ୍କିଙ୍ଗରେ ୧୦୦୧ ପ୍ଲସ୍ କ୍ୟାଟେଗୋରୀରେ ସ୍ଥାନ ପାଇଥିଲା ।

୧୯୯୬ ମସିହାରେ ସ୍ଥାପିତ ହୋଇଥିବା ସୋଆର ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ଫ୍ୟାକଲ୍ଟି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ପୂର୍ବ ଭାରତର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ଏହାର ଶୈକ୍ଷିକ ବାତାବରଣ ଓ ଗବେଷଣା ପାଇଁ ବେଶ ପ୍ରସିଦ୍ଧ ।

ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ରାଙ୍କିଙ୍ଗ କ୍ଷେତ୍ରରେ ଓଡ଼ିଶାର ଆଉ ଦୁଇଟି ଅଗ୍ରଣୀ ଶିକ୍ଷାନୁଷ୍ଠାନ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି), ଭୁବନେଶ୍ବର ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି), ରାଉରକେଲା ମଧ୍ୟ ୬୦୧ରୁ ୮୦୦ କ୍ୟାଟେଗୋରୀରେ ସ୍ଥାନ ପାଇଛି ।

ଟାଇମ୍ସ ହାୟର ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଅଧିକ ତଥ୍ୟ ହାସଲ କରିବା ପାଇଁ ୧୩ଟି ପାରଦର୍ଶିତା ମାପଦଣ୍ଡ ନିର୍ଦ୍ଧାରଣ କରାଯାଇଥିଲା । ଏହି ପ୍ରକ୍ରିୟାଗୁଡ଼ିକ ମଧ୍ୟରେ ଶିକ୍ଷାଦାନ (ଶୈକ୍ଷିକ ବାତାବରଣ), ଗବେଷଣା (ପରିମାଣ, ଆୟ ଏବଂ ପ୍ରତିଷ୍ଠା), ସମ୍ବଳିତ ଲେଖା (ଗବେଷଣାର ପ୍ରଭାବ), ଆନ୍ତିର୍ଜାତିକ ଦୃଷ୍ଟିଭଙ୍ଗୀ (କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଗବେଷଣା) ଓ ଶିଳ୍ପକ୍ଷେତ୍ରର ଆୟ (ନୂଆ ପ୍ରକ୍ରିୟା) ରହିଛି ।

କେନ୍ଦ୍ର ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ୨୦୧୯ ରେ ସୋଆ ସାରା ଦେଶରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ୨୪ତମ ସ୍ଥାନ ହାସଲ କରିଥିବା ବେଳେ ଆଇଟିଇଆର୍ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ୟାଟେଗୋରୀରେ ୩୨ ତମ ସ୍ଥାନ ହାସଲ କରିଛି ।

   ସମ୍ବନ୍ଧିତ ଖବର


ଏଣିକି ଦୋକାନ ନାଁ ଓଡ଼ିଆରେ ନଲେଖିଲେ ଦେବାକୁ ପଡିବ ଜୋରିମାନା

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌-୨୦୨୦: କଳିଙ୍ଗ ଷ୍ଟାଡିୟମରେ ସବୁ ଘରୋଇ ମ୍ୟାଚ୍‌ ଖେଳିବ ଭାରତ

ଆସନ୍ତା୨୪ରେ ପାରାଦୀପରେ ଲାଗିବ ନୌସେନାର ଯୁଦ୍ଧ ଜାହାଜ

ଗଞ୍ଜେଇ ଚାଷ ପାଇଁ ମିଳିବନି ଅନୁମତି, ସ୍ପଷ୍ଟ କଲେ ଅବକାରୀ ସଚିବ