‘ସୋଆ’ ପୂର୍ବାଞ୍ଚଳର ସବୁଠୁ ପସନ୍ଦଯୋଗ୍ୟ ଘରୋଇ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୨ା୨(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍ଡ ଟୁ ବି ୟୁନିଭର୍ସିଟି)କୁ ଚଳିତ ବର୍ଷର ପୂର୍ବାଞ୍ଚଳର ସର୍ବାଧିକ ପସନ୍ଦଯୋଗ୍ୟ ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଦ୍ୱାଦଶ ଆସୋଚାମ୍ ନ୍ୟାସନାଲ୍ ଏଜୁକେସନ୍ ସମିଟ୍-୨୦୧୯ ଅବସରରେ “ଏଜୁସାଇନ୍ ଏକ୍ସିଲେନ୍ସ ଆୱାର୍ଡ଼’ରେ ସମ୍ମାନିତ ହୋଇଛି ସୋଆ ।
ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)କୁ ମଧ୍ୟ ଚଳିତବର୍ଷର ପୂର୍ବାଞ୍ଚଳରେ ସର୍ବାଧିକ ପସନ୍ଦଯୋଗ୍ୟ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ “ଏଡୁସାଇନ୍ ଏକ୍ସଲେନ୍ସ ଆୱାର୍ଡ’ ଦିଆଯାଇଛି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଏବଂ ବେସାମରିକ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ଅଲ୍ଇଣ୍ଡିଆ କାଉନ୍ସିଲ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ) ର ଉପାଧ୍ୟକ୍ଷ ଏମ୍. ପି. ପୁନିଆ ଉପସ୍ଥିତ ଥିଲେ । ସୋଆ ପକ୍ଷରୁ ଡ. ଅନୁରାଗ ଶତପଥୀ ଏବଂ ଡ. ସୌର୍ଯ୍ୟରଞ୍ଜନ ଦାସ ପୁରସ୍କାର ଗ୍ରହଣ କରିଥିଲେ । ଉଲ୍ଲେଖଯୋଗ୍ୟ, ୨୦୧୮ରେ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ପରିଚାଳିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର୍ୟାଙ୍କିଙ୍ଗ୍ ଫ୍ରେମ୍ୱାର୍କ ର୍ୟାଙ୍କିଂରେ ବିଶ୍ୱବିଦ୍ୟାଳୟବର୍ଗରେ ସୋଆ ଦେଶରେ ୨୪ତମ ଏବଂ ଶିକ୍ଷାନୁଷ୍ଠାନ ର୍ୟାଙ୍କିଂରେ ୩୮ତମ ସ୍ଥାନ ହାସଲ କରିଛି ।