ନାରୀ ଶିକ୍ଷାକ୍ଷେତ୍ରରେ ସବୁଠୁ ପସନ୍ଦଯୋଗ୍ୟ ବିଶ୍ୱବିଦ୍ୟାଳୟ ସୋଆ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ନାରୀଙ୍କ ଶିକ୍ଷା କ୍ଷେତ୍ରରେ ସବୁଠାରୁ ପସନ୍ଦଯୋଗ୍ୟ ବିଶ୍ୱବିଦ୍ୟାଳୟ ହେଉଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍ଡ ଟୁ ବି ୟୁନିଭର୍ସିଟି) । ନୂଆଦିଲ୍ଲୀର ବିଜ୍ଞାନଭବନରେ ଆୟୋଜିତ ନ୍ୟାସନାଲ୍ ଲିଡରସିପ୍ ସମିଟ୍ ଅନ୍ ୱିମେନ୍ ଆଣ୍ଡ ଏଜୁକେସନର ଦ୍ୱିତୀୟ ସଂସ୍କରଣରେ ଏହି ସମ୍ମାନରେ ସମ୍ମାନିତ ହୋଇଛି ସୋଆ । କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଏବଂ ବେସାମରିକ ଚଳାଚଳ ବିଭାଗ ମନ୍ତ୍ରୀ ସୁରେଶ ପ୍ରଭୁ ଏହି ପୁରସ୍କାର ପ୍ରଦାନ କରିଥିବା ବେଳେ ସୋଆର ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ୍ ଡିନ୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆସୋସିଏଟ୍ ପ୍ରଫେସର ଡ. ପ୍ରିୟବ୍ରତ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଥିଲେ । ୱିମେନ୍ ଇନୋଭେସନ୍ ଆଣ୍ଡ ଏଣ୍ଟ୍ରପ୍ରିନିୟରସିପ୍ ଫାଉଣ୍ଡେସନ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ଡ. ସିଂ କହିଥିଲେ ମହିଳାମାନେ ସବୁବଳେ ଆର୍ଥିକ ସ୍ତରରେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ତାହା ହିଁ ଫାଉଣ୍ଡେସନର ଲକ୍ଷ୍ୟ ।
ଉଲ୍ଲେଖଯୋଗ୍ୟ ନିକଟରେ ପୂର୍ବାଞ୍ଚଳର ସବୁଠାରୁ ପସନ୍ଦଯୋଗ୍ୟ ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ନୂଆଦିଲ୍ଲୀରେ ଅନୁଷ୍ଠିତ ଦ୍ୱାଦଶ ଆସୋଚାମ୍ ନ୍ୟାସନାଲ୍ ଏଜୁକେସନ୍ ସମିଟରେ ସୋଆକୁ ଏଜୁସାଇନ୍ ଏକ୍ସଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି । ସେହିପରି ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ପୂର୍ବାଞ୍ଚଳର ସବୁଠାରୁ ପସନ୍ଦଯୋଗ୍ୟ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ଏଡୁସାଇନ୍ ଏକ୍ସଲେନ୍ସ ଆୱାର୍ଡରେ ସମ୍ମାନିତ ହୋଇଛି ।