ସୋଆ ପ୍ରିମିୟର ଲିଗ୍ ଆରମ୍ଭ: ଉଦ୍ଘାଟନୀ ମ୍ୟାଚ୍ ଜତିଲା ସୋଆ

ଭୁବନେଶ୍ୱର, ୧୬ ।୪ (ବ୍ୟୁରୋ) : ସୋଆ ଷ୍ଟାଡୟିମ୍ରେ ଆରମ୍ଭ ହୋଇଛି ସୋଆ ପମ୍ରିୟିର ଲଗି୍ କ୍େରିକଟ୍ । ଆଜି ଉଦଘ୍ାଟନୀ ମ୍ୟାଚ୍େର ଆୟୋଜକ ସୋଆ ଦଳ ବଜିୟୀ ହୋଇଛ ।ି ଚଳତି ବଷ ର୍ଏହି କ୍େରିକଟ୍ ଲଗି୍ରେ ୮ଟ ିବଶି୍ୱବଦ୍ୟିାଳୟର ଦଳ ଭାଗ ନେଇଛନ୍ତ ।ି ଉଦ୍ଘାଟନୀ ମ୍ୟାଚ୍ ସୋଆ ବିଶ୍ୱବିଦ୍ୟାଳୟ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଓ ଏମ୍ସ ମଧ୍ୟରେ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଏମ୍ସ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୯୮ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ହେମନ୍ତ ସର୍ବାଧିକ ୪୯ ରନ୍ ସଂଗ୍ରହ କରଥିôଲେ । ଶାହାବାଜ ଆଲାମ ଓ ପ୍ରୀତିଶ ସାହୁ ପ୍ରତ୍ୟେକ ୨ଟି କରି ୱିକେଟ୍ ହାସଲ କରିଥିଲେ । ଜବାବରେ ସୋଆ ୮.୪ ଓଭରରେ ୧ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା । ଅଙ୍କୁଶ ମହାନ୍ତି ୭୬ ରନ୍ କରି ଅପରାଜିତ ରହିଥିଲେ । ସେ ମ୍ୟାନ୍ ଅଫ୍ ଦ ମ୍ୟାଚ୍
ବେିବଚତି ହୋଇଥିଲେ । ଦ୍ୱତିୀୟ ମ୍ୟାଚ୍ ଆଇଆଇଆଇଟି ଭୁବନେଶ୍ୱର ଓ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ମଧ୍ୟରେ ଖେଳାଯାଇଥିଲା । ବିର୍ଲା ଦଳ ୯୪ ରନ୍ରେ ବଜିୟ ହାସଲ କରଛି ।ି ପଥ୍ରମେ ବ୍ୟାଟିଂ କରି ବିର୍ଲା ଦଳ ନିର୍ଦ୍ଧାରିତ ଓଭରରେ ୪ ଓେି୍ୱକଟ୍ ହରାଇ ୨୧୬ ରନ୍ କରିଥିଲା । ଜବାବରେ ଆଇଆଇଆଇଟି ୧୬.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୨ ରନ୍ କରିଥିଲା ।
ପୂର୍ବତନ ଓଡ଼ିଶା ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ର ଓ ପ୍ରୀତମଜିତ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଅବସରରେ ସୋଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅମତି ବାନାର୍ଜୀ ଓ ଡନି (ଛାତ୍ର ମଙ୍ଗଳ) ଡ. ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଆୟୋଜକ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସମେତ ଚାମ୍ପିଅନ୍ସିପ୍ରେ ଭାଗ ନେଇଥିବା ଦଳ ଗୁଡ଼କି ହେଉଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ଆଇଆଇଆଇଟି ଭୁବନେଶ୍ୱର, ଏମ୍ସ ଏବଂ ବିର୍ଲା ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ । ଆସନ୍ତାକାଲି ପ୍ରଥମ ମ୍ୟାଚ୍ରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଭେଟିବ ବିପିୟୁଟି ଏବଂ ଦ୍ୱିତୀୟ ମ୍ୟାଚ୍ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସହ ଖେଳିବ ଓୟୁଏଟି ।