ସୋଆ ପ୍ରିମିୟର ଲିଗ୍‌: ଉତ୍କଳ ବିଶ୍ୱବିଦ୍ୟାଳୟ ଚାମ୍ପିଅନ

ଭୁବନେଶ୍ୱର, ୨୦ ।୪ (ବ୍ୟୁରୋ): ସୋଆ ବିଶ୍ୱବିଦ୍ୟାଳୟ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଆନୁକୂଲ୍ୟରେ ଅନୁଷ୍ଠିତ ସୋଆ ପ୍ରିମିୟର ଲିଗ୍‌ କ୍ରିକେଟ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଚାମ୍ପିଅନ ହୋଇଛି । ଫାଇନାଲ୍‌ ମ୍ୟାଚ୍‌ ଉତ୍କଳ ଓ ଆୟୋଜକ ସୋଆ ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉତ୍କଳ ୭ ୱିକେଟ୍‌ରେ ବିଜୟ ଲାଭ କରିଥିଲା ।

ପୁରସ୍କାର ବିତରଣ ଉତ୍ସବରେ ପ୍ରମେୟ ଓ ନ୍ୟୁଜ-୭ ଗ୍ରୁପ୍‌ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାମ୍ପିଅନ ଓ ରନର୍ସ ଅପ୍‌ ଦଳକୁ ପୁରସ୍କୃତ କରିଥିଲେ । ଚାମ୍ପିଅନ ଦଳକୁ ଚାମ୍ପିଅନ ଟ୍ରଫି ସହ ୧ ଲକ୍ଷ ଟଙ୍କା ଏବଂ ରନର୍ସଅପ୍‌ ଦଳକୁ ରନର୍ସଅପ୍‌ ଟ୍ରଫି ସହ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସୋଆ ବିଶ୍ୱବିଦ୍ୟାଳୟ ଡିନ (ଛାତ୍ର ମଙ୍ଗଳ) ଡ. ଜ୍ୟୋତିରଞ୍ଜନ ଦାସଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ଫାଇନାଲ ମ୍ୟାଚ୍‌ରେ ସୋଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍‌ ହରାଇ ୧୧୮ ରନ୍‌ ସଂଗ୍ରହ କରିଥିଲା । ଅଭିନାଶ ସାହୁ ସର୍ବାଧିକ ୭୪ ରନ୍‌ କରିଥିଲେ । ଉତ୍କଳ ପକ୍ଷରୁ ସିଦ୍ଧାର୍ଥ ଜେନା ୩ଟି ୱିକେଟ୍‌ ହାସଲ କରିଥିଲେ । ଜବାବରେ ଉତ୍କଳ ମାତ୍ର ୧୦.୪ ଓଭରରେ ୩ ୱିକେଟ୍‌ ହରାଇ ବିଜୟ ଲାଭ କରିଥିଲା । ସିଦ୍ଧାର୍ଥ ୨୮ ବଲ୍‌ ଖେଳି ୬୬ ରନ୍‌ କରିଥିଲେ । ଶ୍ରେଷ୍ଠ ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ସେ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଦଳ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ଆଇଆଇଆଇଟି ଭୁବନେଶ୍ୱର, ଏମ୍‌ସ ଏବଂ ବିର୍ଲା ଗ୍ଲୋବାଲ୍‌ ବିଶ୍ୱବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ ।

   ସମ୍ବନ୍ଧିତ ଖବର


ଆଜି ହାଫ୍‌, କାଲି ଫୁଲ୍‌ ଛାଡ଼ଖାଇ: ମଟନ୍‌ କେଜି ୭୦୦ ଛୁଇଁବ, ଡିମାଣ୍ଡ୍‌ରେ ରହିବେ ଚିକେନ୍‌ , ମାଛ

ଆଜିଠୁ ସବୁ ରୁଟ୍‌ରେ ଗଡ଼ିଲା ‘ମୋ ବସ୍‌’, କେବଳ ୨୯ନଂ ରୁଟ୍‌ରେ ଗଡ଼ିବନି ବସ୍‌

ଭୀଷଣ ଅବପାତ ରୂପ ନେବ ଲଘୁଚାପ, ଆଜି ବାତ୍ୟାରେ ପରିଣତ ହେବା ସମ୍ଭାବନା: ଆସନ୍ତା ୨ ଓ ୩ ତାରିଖରେ କୁହୁଡ଼ି ସମ୍ଭାବନା

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

NZ vs WI: ବର୍ଷା ପାଇଁ ବାତିଲ ହେଲା ତୃତୀୟ ଟି-୨୦, ୨-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମୁକାବିଲା ୨-୨ ଗୋଲ୍‌ରେ ଡ୍ର’