PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ସୋଆ ଏସ୍‌ଏନ୍‌ସିର ବାର୍ଷିକ ଉତ୍ସବ ‘ରିଦିମ୍‌-୨୦୧୯’: ‘ନିଃସ୍ୱାର୍ଥପର ହୋଇ ଲୋକଙ୍କ ସେବା କର’

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡି ଟୁ ବି ୟୁନିଭର୍ସିଟି) ଅଧୀନସ୍ଥ ସମ୍‌ ନର୍ସିଂ କଲେଜର ବାର୍ଷିକ ଉତ୍ସବ ‘ରିଦିମ୍‌-୨୦୧୯’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରୀମାନେ ଧଳା ପୋଷାକ ପିନ୍ଧି ମାନବ ଧର୍ମର ବ୍ରତୀ ହୋଇ ଫ୍ଲୋରେନ୍ସ୍‌ ନାଇଟେଙ୍ଗଲ୍‌ଙ୍କ ପଟ୍ଟଚିତ୍ର ସମ୍ମୁଖରେ ସଚ୍ଚୋଟ, କର୍ମଠ ଏବଂ ଦୟାଭାବପୂର୍ଣ୍ଣ ହୋଇ ମାନବ ସେବା କରିବାକୁ ଶପଥ ନେଇଥିଲେ । ଉତ୍ସବରେ ରାଜ୍ୟ ନର୍ସିଂ ବିଭାଗର ନିର୍ଦ୍ଦେଶକ ଡା. ସୁଜ୍ଞାନେନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଧୈର୍ଯ୍ୟ ଏବଂ ଦୟାଭାବପୂର୍ଣ୍ଣ ହୋଇ ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ । ଗ୍ରାମାଞ୍ଚଳରେ ଯେଉଁଠି ଡାକ୍ତର ରହୁନାହାନ୍ତି ସେଠାରେ ରୋଗୀଙ୍କ ଚିକିତ୍ସା ନର୍ସମାନେ କରୁଛନ୍ତି । ଯଦିଓ ନର୍ସିଂକୁ ସେମାନେ ବିଜ୍ଞାନ ଭାବେ ପଢ଼ୁଛନ୍ତି ତେବେ ଏହାକୁ ଏକ କଳା ଭାବେ ଜନହିତ ନିମନ୍ତେ ନିୟୋଜିତ କରିବା ଆବଶ୍ୟକ ବୋଲି ଡା. ମିଶ୍ର କହିଥିଲେ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ନର୍ସିଂ କଲେଜର ଅଧ୍ୟକ୍ଷା ପ୍ରଫେସର ରାଜଲକ୍ଷ୍ମୀ ମିଶ୍ର ନର୍ସିଂ ଛାତ୍ରୀମାନଙ୍କୁ ତାଙ୍କ ପେସାର ଗୁରୁତ୍ୱକୁ ବୁଝିବା ସହ କୌଣସି ବାଛବିଚାର ନ କରି ରୋଗୀଙ୍କ ସେବା କରିବା ଉଚିତ ବୋଲି କହିଥିଲେ । ଏହି ଅବସରରେ ମହିଳା ଲିଗାଲ୍‌ ସେଲ୍‌ର ନିର୍ଦ୍ଦେଶିକା ଏବଂ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ପୁରୀ କୋର୍ଟର ସଦସ୍ୟା ଜୟଶ୍ରୀ ମହାପାତ୍ର ଯୋଗଦେଇ ନର୍ସିଂ ଛାତ୍ରୀମାନଙ୍କୁ ଭଲ ନର୍ସ ହେବା ସହ ନିଜ ପରିବାର ଯତ୍ନ ନେବାକୁ ଉପଦେଶ ଦେଇଥିଲେ । ଏସ୍‌ଏନ୍‌ସି ଡିନ୍‌ ଡ. ପ୍ରଭାତୀ ତ୍ରିପାଠୀ ବାର୍ଷିକ ରିପୋର୍ଟ ପ୍ରଦାନ କରିଥିବାବେଳେ ଆସୋସିଏଟ୍‌ ଡିନ୍‌ ସସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।