PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଇଟାଲିରେ ଚମକିଲେ ‘ସୋଆ’ ଛାତ୍ରୀ

ନବରଙ୍ଗପୁର,୨୦ା୪(ଆପ୍ର): ରୋମ ରାଜଧାନୀ ଇଟାଲିରେ ଉତ୍କର୍ଷ ଦେଖାଇଛନ୍ତି ନବରଙ୍ଗପୁର ଝିଅ ତଥା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ଇଞ୍ଜିନିୟରିଂ ଛାତ୍ରୀ ସୁରଭି ଜୈନ । ଜ୍ୟାମିତିକ ପରିବେଶ ଇଞ୍ଜିନିୟରିଂ ଉପରେ ଏକ ସନ୍ଧର୍ଭ ଉପସ୍ଥାପନ କରି ଶ୍ରେଷ୍ଠ ହୋଇ ଜିଲ୍ଲା, ରାଜ୍ୟ ତଥା ଦେଶ ପାଇଁ ସେ ଗୌରବ ଆଣିଛନ୍ତି । ନବରଙ୍ଗପୁରର ସୁରଭି ସୋଆରେ ଅଧ୍ୟୟନ ସାରିବା ପରେ ଏବେ ମାଡ୍ରାସ ଆଇଆଇଟିରେ ଜିଓ ଟେକ୍ନୋଲୋଜି ଇଞ୍ଜିନିୟରିଂ ବିଭାଗର ପିଏଚଡି ଛାତ୍ରୀ ।

ନିକଟରେ ଇଟାଲିଠାରେ ଅନ୍ତର୍ଜାତୀୟ ଏକାଡେମିକ୍‌ ଅଫ୍‌ ସାଇନ୍ସ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି ପକ୍ଷରୁ ଅନୁଷ୍ଠିତ ଏକ ବିଶ୍ୱସ୍ତରୀୟ ଗବେଷଣାଚକ୍ରରେ ସେ ତାଙ୍କର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ସହରର ଶିଳ୍ପ କାରଖାନାରୁ ନିର୍ଗତ ଆବର୍ଜନାକୁ ପ୍ରାକୃତିକ ଉପାୟରେ ଜୈବ ରାସାୟନିକ ପ୍ରକ୍ରିୟାରେ କିପରି ପୁନଃ ବ୍ୟବହାର କରାଯାଇପାରିବ ସେନେଇ ସନ୍ଦର୍ଭରେ ଉଲ୍ଲେଖ କରିଥିଲେ । ୪୦ଟି ଦେଶରୁ ୮୩ ଜଣ ଗବେଷକ ସେମାନଙ୍କ ତଥ୍ୟ ଉପସ୍ଥାପନ କରିଥିବା ବେଳେ ପରିବେଶ ଉପରେ ଗୁରୁତ୍ୱ ଦେଇଥିବା ସୁରଭିଙ୍କ ସନ୍ଦର୍ଭକୁ ଶ୍ରେଷ୍ଠ ଘେଷଣା କରାଯାଇଥିଲା । ପର୍ତ୍ତୁଗାଲ ରାଜଧାନୀ ଲିସ୍‌ବର୍ଣ୍ଣଠାରେ ହେବାକୁ ଥିବା ଆଗାମୀ ସମ୍ମିଳନୀରେ ଯୋଗଦେବାକୁ ତାଙ୍କୁ ଅନୁରୋଧ କରାଯାଇଛି ।

ଏଥିପାଇଁ ତାଙ୍କୁ ୨୦% ଖର୍ଚ୍ଚ ଛାଡ଼ କରାଯାଇଛି । ତାଙ୍କ ସନ୍ଦର୍ଭକୁ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ଛପାଯିବ ବୋଲି ସୂଚନା ଦିଆଯାଇଛି । ବିଶ୍ୱସ୍ତରୀୟ ଜର୍ଣ୍ଣାଲଗୁଡ଼ିକ ମୁକ୍ତଭାବେ ତାଙ୍କୁ ସାରାଜୀବନ ମିଳିବ ବୋଲି ସେ କହିଛନ୍ତି । ସୁରଭି ହେଉଛନ୍ତି ସହରର ସୁଶୀଳ କୁମାର ଜୈନ ଓ ସମାଜସେବୀ ସୁଷମା ଜୈନଙ୍କ କନ୍ୟା । ସୁରଭି ୪ ବର୍ଷ ଧରି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧୀନ ଆଇଟିଇଆର୍‌ରେ ସିଭିଲ ଇଞ୍ଜିନିୟରିଂରେ ଅଧ୍ୟୟନ କରିଥିବାରୁ ତାଙ୍କ ସଫଳତା ପାଇଁ ସୋଆ କର୍ତ୍ତୃପକ୍ଷ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ଶୁଭେଚ୍ଛା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର