ପ୍ରମୁଖ ଖବର
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଜାତୀୟ ସ୍ତରରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ -୨୦୨୦ ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର , ୬/୮ : ଡିଜିଟାଲ୍‌ ପ୍ରକ୍ରିୟାରେ କିଭଳି ଭାବରେ ଅପରାଧର ମୁକାବିଲା କରାଯାଇପାରିବ ସେହି ସମାଧାନର ସୂତ୍ର ବାହାର କରି ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ (ଏସ୍‌ଆଇଏଚ୍‌)- ୨୦୨୦ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ଛାତ୍ରଛାତ୍ରୀ । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ର ୬ ଜଣିଆ ଛାତ୍ରଛାତ୍ରୀ ଦଳ ଏହି ପ୍ରତିଯୋଗିତାରେ ଜିତାପଟ ହାସଲ କରିଛନ୍ତି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏବଂ ବିଶ୍ୱର ବୃହତ୍‌ ମୁକ୍ତ ଅଭିନବ ଚିନ୍ତାର ମଡେଲ୍‌ ଭାବେ ପରିଗଣିତ ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ -୨୦୨୦ ଚଳିତବର୍ଷ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଅନ୍‌ଲାଇନ୍‌ ପ୍ରକ୍ରିୟାରେ ଆୟୋଜନ କରାଯାଇଥିଲା । “

ବ୍ୟୁରୋ ଅଫ୍‌ ପୋଲିସ୍‌ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ” (ବିପିଆର୍‌ଡି) ଦ୍ୱାରା ସମସ୍ୟାର ବିଷୟବସ୍ତୁ ପ୍ରଦାନ କରାଯାଇଥିବା ବେଳେ ସାମାଜିକ ସ୍ତରରେ ପୋଲିସ୍‌ ବ୍ୟବସ୍ଥା ଅର୍ଥାତ୍‌ ଡିଜିଟାଲ୍‌ ପୋଲିସିଂ ସମସ୍ୟାଗୁଡ଼ିକୁ କିଭଳି ସମାଧାନ କରାଯାଇପାରିବ ଏବଂ ପୋଲିସ୍‌ - ନାଗରିକ ସମ୍ପର୍କକୁ କିଭଳି ଉନ୍ନତ କରାଯାଇପାରିବ ତାହା ହିଁ ଏହି ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସୋଆ ପକ୍ଷରୁ ଗତ ଫେବୃଆରୀ ମାସରେ ଦୀର୍ଘ ୨୪ ଘଂଟିଆ ଆଭ୍ୟନ୍ତରୀଣ ହାକାଥନ୍‌, ହାକରୱାର୍‌ ୨.୦ ଆୟୋଜନ କରାଯାଇଥିବା ବେଳେ ଏହି ଟିମ୍‌ ଏକ୍ସ ଲିଜିୟନ୍‌ କୋଡର୍ସ ଏଥିରେ ଭାଗ ନେଇ ସଫଳ ହୋଇଥିଲେ । ସଫଳ ହେବା ସହ ଜାତୀୟ ସ୍ତରର କାର୍ଯ୍ୟକ୍ରମ ସ୍ମାର୍ଟ ଇଣ୍ଡିଆ ହାକାଥନ- ୨୦୨୦ ପାଇଁ ମନୋନୀତ ହୋଇଥିଲେ । ଅଗଷ୍ଟ ୧ ରୁ ୩ ମଧ୍ୟରେ ଆୟୋଜିତ ୩ ଦିନିଆ ଗ୍ରାଣ୍ଡ ଫିନାଲେରେ ଭାଗ ନେଇ ଦଳ ମଧ୍ୟ ସଫଳତା ହାସଲ କରିଥିଲା । କମ୍ପ୍ୟୁଟର୍‌ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସ୍‌ଇ) ଏବଂ କମ୍ପ୍ୟୁଟର୍‌ ସାଇନ୍ସ ଆଣ୍ଡ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି (ସିଏସ୍‌ଆଇଟି) ବିଭାଗର ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଏହି ୬ ଜଣିଆ ଟିମ୍‌ ପ୍ରତିଯୋଗିତାରେ ଜିତାପଟ ହାସଲ କରିବା ସହ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଲାଭ କରିଛନ୍ତି ।

ଏହି ବିଜୟୀ ଟିମ୍‌ରେ ଅଙ୍କିତା ଶତପଥୀ, ଅଭିନବ ରାୟ, ସୋ÷ରଭ ବେରା, ଏଲୋରା ମେହେନା, ପ୍ରିତମ୍‌ କର ଏବଂ ଜି. ମାଧବାନନ୍ଦ ପାତ୍ର ସାମିଲ ଥିଲେ । ଏହି ପ୍ରୋଜେକ୍ଟକୁ ମିଳିତ ଭାବେ ଦୁଇଜଣ ଫ୍ୟାକଲ୍ଟି ମେମ୍ବର୍‌ ଡଃ ସତ୍ୟବ୍ରତ ମାଇତି ଏବଂ ଡଃ ଭାରତ ଜ୍ୟୋତି ରଞ୍ଜନ ସାହୁ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ କମ୍ପ୍ୟୁଟର୍‌ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉତ୍ସାହିତ କରିବା ସହ ସେମାନେ କିଭଳି ସଫଳତା ହାସଲ କରିବେ ସେ ନେଇ ପ୍ରୋତ୍ସାହିତ କରିଥିଲେ । ସୋଆ ପକ୍ଷରୁ ଆୟୋଜିତ ହାକର୍‌ୱାର୍‌ ୨.୦କୁ ପ୍ରଫେସର ଦେବାହୁତି ମିଶ୍ର ଏବଂ ସିଏସ୍‌ଇ ବିଭାଗର ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.