ସୋଆ ଛାତ୍ରଛାତ୍ରୀଙ୍କ ମ୍ୟୁଜିକ୍‌ ଭିଡିଓ: ଲୋକପ୍ରିୟତା ସାଉଁଟୁଛି ‘ମିଲେଗି ଜିତ୍‌’

ଭୁବନେଶ୍ୱର ୨୨/୮:ସୋଆ ବିଶ୍ୱବିଦ୍ୟାଳୟ ଅଧୀନ ଆଇଟିଇଆର୍‌ କଲେଜ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ । ପ୍ରସ୍ତୁତ କରିଥିବା ନୂଆ ମ୍ୟୁଜିକ୍‌ ଭିଡିଓ ଆଜି ୟୁଟ୍ୟୁବ୍‌ରେ ରିଲିଜ୍‌ ହେବା ପରେ ମିଳିଛି ଢେର ପ୍ରଶଂସା ସାଉଁଟୁଛି । ସମସ୍ତେ ଭିଡିଓକୁ ପସନ୍ଦ କରିବା ସହ ଲାଇକ୍‌ ମାରି ସେୟାର କରି ଚାଲିଛନ୍ତି । ଯାହା ଭିଡିଓ ପ୍ରସ୍ତୁତ କରିଥିବା ଗ୍ରୁପ୍‌କୁ ଉତ୍ସାହିତ କରିବା ସହ ଆଗକୁ ଆହୁରି ଭିଡିଓ ନିର୍ମାଣ କରିବାକୁ ପ୍ରେରଣା ଦେଇଛି ।

‘ମିଲେଗି ଜିତ୍‌’ ମ୍ୟୁଜିକ୍‌ ଭିଡିଓର ଅବଧି ୨ ମିନିଟ୍‌ ୩୧ ସେକେଣ୍ଡ୍‌ ରହିଛି । ସମ୍ପୂର୍ଣ୍ଣ ଭିଡିଓଟି ଆଇଟିଇଆର୍‌ ପରିସରରେ ସୁଟିଂ ହୋଇଛି । ଏହା ପଛରେ କଲେଜର ଛାତ୍ରଛାତ୍ରୀଙ୍କ ବହୁ ପରିଶ୍ରମ ରହିଛି । ପ୍ରମୁଖ ଭୂମିକାରେ ସାଳିନି, ଅର୍ପିତା, କ୍ରିତିି ଏବଂ ଅନୀଶା ଅଭିନୟ କରିଛନ୍ତି । ଗୀତଟିକୁ ମହାରାଜ ଲେଖିଥିବା ବେଳେ ଗାଇଛନ୍ତି କୁମାର ଶୁଭମ୍‌ । ସିନେମାଟୋଗ୍ରାଫିରେ ଶୁଭମ ସହଯୋଗ କରିଛନ୍ତି । ରାପ୍‌ ସହ ଭିଡିଓର ନିର୍ଦ୍ଦେଶନା ଓ ସମ୍ପାଦନା ମହାରାଜ କରିଛନ୍ତି । ସଙ୍ଗୀତ ସଂଯୋଜନା କରିଛନ୍ତି କିଷ୍ଟେଡ୍‌ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଥିପାଇଁ ବିଶେଷ ସହଯୋଗ କରାଯାଇଛି ।

ମ୍ୟୁଜିକ୍‌ ଭିଡିଓ ପ୍ରସ୍ତୁତ ଲାଗି ସମସ୍ତ ପ୍ରକାରର ସହଯୋଗିତା ପାଇଁ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ଓ ଶିକ୍ଷକ ସତିଶ କୁମାର ସାମଲ୍‌ଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ଏହାପୂର୍ବରୁ ମହାରାଜାଙ୍କ ନିର୍ଦ୍ଦେଶନାରେ ୨୦ରୁ ୨୫ଟି ଭିଡିଓ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଛନ୍ତି । ସେହି ଭିତରେ ‘ମିଲେଗି ଜିତ୍‌’କୁ ମିଶା ୨ଟି ଭିଡିଓ ଆଇଟିଇଆର୍‌ ଉପରେ ପ୍ରସ୍ତୁତ ହୋଇଛି । ପୂର୍ବରୁ ଜୁଲାଇ ୨ତାରିଖରେ ୩ମିନିଟ୍‌ ୨୧ସେକେଣ୍ଡ୍‌ ଅବଧିର ‘ଆଇଟିଇଆର୍‌ କି ବାତ୍‌’ ରିଲିଜ୍‌ ହୋଇଥିଲା ।

   ସମ୍ବନ୍ଧିତ ଖବର


ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି, ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଦାୟିତ୍ୱ

ବିଧାନସଭା କୋଭିଡ୍ ଟେଷ୍ଟ – ୧୩୬ ପଜିଟିଭ୍

ରାଜଧାନୀବାସୀ ହୋମ୍‌ ଆଇସୋଲେସନ୍‌କୁ ଅଧିକ ପସନ୍ଦ , ୧୦ ହଜାର ଲୋକେ ହୋମ୍‌ ଆଇସୋଲେସନ୍‌ରେ ରହି ସାରିଛନ୍ତି

ବୋଲେରୋ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାର୍ଶ: ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ,ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ

କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କୁ କରୋନା

କରୋନା – ଆଜି ସୁସ୍ଥ ହେଲେ ୪୩୮୮