ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ପଢନ୍ତୁ- ଏଥିରେ ମରିଯାଏ କରୋନା ଭାଇରସ୍‌ - ସାରା ବିଶ୍ୱରେ ଦିଆଯାଉଛି ଏହି ପରାମର୍ଶ


ଦେଖନ୍ତୁ ଓ ଜାଣନ୍ତୁ - କାହିଁକି କରୋନା ବିରୋଧରେ କାମ କରେ ସାବୁନ୍‌ ଓ ଉଷୁମ୍‌ ପାଣି ଏବଂ ସାନିଟାଇଜର୍‌
ନୂଆଦିଲ୍ଲୀ - (ଆମେରିକାର ଖବର ପ୍ରସାରଣ ସଂସ୍ଥା ସିଏନ୍‌ଏନ୍‌.କମ୍‌ରେ ବାହାରିଥିବା ଖବର ଅନୁଯାୟୀ, ଅନୁବାଦ -ଜିତ୍‌ ପଟ୍ଟନାୟକ) କରୋନା ଭୁତାଣୁ ସାବୁନ ପାଣିରେ ୨୦ ସେକେଣ୍ଡରୁ ଅଧିକ ସମୟ ତିଷ୍ଠି ପାରେନି । ଏହାର ବାହ୍ୟ ସ୍ତର ଖଣ୍ଡ ଖଣ୍ଡ ହୋଇଯାଇଥାଏ । ଏଥିପାଇଁ କୌଣସି କାମରେ ବାହାରୁ ଘରକୁ ଆସିଲେ କିମ୍ବା କୌଣସି ସଂକ୍ରମଣ ଆଶଙ୍କା ଥିଲେ ସାବୁନ୍‌ କିମ୍ବା ଲିକ୍ୟୁଇଡ୍ ହ୍ୟାଣ୍ଡ ଓ୍ୱାଶ୍‌ରେ ହାତ ସଫାକରିବା ପାଇଁ କୁହାଯାଏ । ଏଥିପାଇଁ ଜଣେ ବ୍ୟକ୍ତି ୨୦ ସେକେଣ୍ଡରୁ ଅଧିକ ସମୟ ଭଲ ଭାବେ ହାତ ଧୋଇବା ଦରକାର । ଭଲ ଭାବରେ ହାତ ଧୁଅନ୍ତୁ ଜୀବାଣୁ ଓ ଭୁତାଣୁ ମୁକ୍ତ ହୁଅନ୍ତୁ।

କେବଳ କରୋନା ଭୁତାଣୁ ନୁହେଁ ଅନେକ ବ୍ୟାକ୍ଟେରିଆ, ଜର୍ମ, ଭାଇରସ୍‌ ବା ଜୀବାଣୁ , ଭୁତାଣୁ ଓ ବୀଜାଣୁକୁ ଭଲ କରି ସାବୁନ୍‌ରେ ହାତ ଧୋଇଲେ ନଷ୍ଟ ହୋଇଯାଆନ୍ତି । ଇନ୍‌ଫ୍ଲୁ ଏନ୍‌ଜା, ଅନ୍ୟ କୋଭିଡ୍‌ ଭାଇରସ୍‌, ଫ୍ଲୁ ଭାଇରସ୍‌କୁ ସାବୁନ୍‌ ପାଣିରେ ହାତ ଧୋଇଲେ ନଷ୍ଟ କରିହେବ । ଆମେରିକା ପିଟସ୍‌ବର୍ଗରେ ଥିବା ମେଡିକାଲ୍‌ ୟୁନିଭରସିଟିର ଭୁତାଣୁ ବିଜ୍ଞାନୀ ବା ଭାଇରୋଲୋଜିଷ୍ଟଙ୍କ ଅନୁସାରେ କରୋନା ଭାଇରସ୍‌ ର ୪ ପ୍ରକାର ପ୍ରଜାତି ପ୍ରତିବର୍ଷ ମଣିଷଙ୍କ ଜୀବନ ଚକ୍ରକୁ ପ୍ରଭାବିତ କରିଥାଏ । ଏହା ଅଧିକ ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କୁ ବେଶୀମାତ୍ରାରେ ପ୍ରଭାବିତ କରିଥାଏ ।

{"id":104016,"sizeSlug":"large"}
image courtesy washingtonpost
wp:paragraph {"align":"center"}

image courtesy washingtonpost

ଏଥିଯୋଗୁଁ ମୁଖ୍ୟତଃ ଥଣ୍ଡା ଓ ସର୍ଦ୍ଦି ହୋଇଥାଏ । ମାତ୍ର ଅଧିକାଂଶ ସର୍ଦ୍ଦି କିମ୍ବା ଥଣ୍ଡାରେ ଲୋକଙ୍କର ମୃତ୍ୟୁ ହୋଇ ନଥାଏ । ମାତ୍ର କରୋନା ଭାଇରସ୍‌ ବା କୋଭିଡ୍‌ -୧୯ ଯାହାର ବୈଜ୍ଞାନିକ ନାମ ସାର୍ସ କୋଭିଡ୍‌ ୨ ଏହା ମଣିଷ ଶରୀରକୁ ଅତ୍ୟଧିକ ପ୍ରଭାବିତ କରିଥାଏ । ଏଥିରେ ନିମୋନିଆ ଓ ଶ୍ୱାସକ୍ରିୟାରେ ବାଧା ଉପୁଜିଥାଏ । ମାତ୍ର ସାବୁନ୍‌ରେ ହାତ ଧୋଇଲେ ଏହାି ଭାଇରସ୍‌ ନଷ୍ଟ ହୋଇଯାଇଥାଏ । କରୋନା ଭାଇରସ୍‌ ଯୋଗୁଁ ଫୁସ୍‌ଫୁସ୍‌ ସଂକ୍ରମଣ ହୋଇ ଶ୍ୱାସକ୍ରିୟାରେ ବାଧା, ଜର , କାଶ ତଣ୍ଟି ଦରଜ ହୋଇଥାଏ । ଅବସ୍ଥା ସାଂଘାତିକ ହେଲେ ଶରୀରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଉପରେ ଏହା ପ୍ରଭାବ ପକାଏ ।

ସାବୁନ୍‌ ଓ ଉଷୁମ୍‌ ବା ସାଧାରଣ ତାପମାତ୍ରା ଥିବା ପାଣିରେ କେମିତି ମରିଯାଏ କରୋନା ଭାଇରସ୍‌ -

ମାଇକ୍ରୋ ସ୍କୋପରେ ଦେଖିଲେ କରୋନା ଭାଇରସ୍‌ ଚାରି ପଟେ ମୁକୁଟ ବା କ୍ରାଉନ୍‌ ପରି ଶିରା ଥାଏ । ଏହି କ୍ରାଉନ୍‌ ଯୋଗୁଁ କରୋନା ଭାଇରସ୍‌ କୁହାଯାଇଛି । ଏହି କ୍ରାଉନ ତଳେ ଲିପିଡ୍‌ ବା ଚର୍ବି , ଫ୍ୟାଟ ପରି ଏକ ସ୍ତରଥାଏ ।
ଖାଲି ପାଣିରେ ଧୋଇଲେ ଏଥିରେ କୌଣସି ଫରକ ପଡି ନଥାଏ । ମାତ୍ର ସାବୁନ୍‌ ପାଣି କିମ୍ବା ହ୍ୟାଣ୍ଡ ଓ୍ୱାଶରେ ଧୋଇଲେ ଏହାର ଚର୍ବି ବା ତେଲିଆ ଫ୍ୟାଟ ସ୍ତର ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଏ । କେବଳ ସାବୁନ୍‌ ପାଣି ନୁହେଁ ଆଲକହଲ୍‌ ଯୁକ୍ତ ହ୍ୟାଣ୍ଡ ସାନିଟାଇଜର୍‌ରେ ବି ଭାଇରସ୍‌ରେ ଏହି ସ୍ତର ଭାଙ୍ଗି ଯାଏ । ଏଥିପାଇଁ କରୋନା ଭାଇରସ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ ।

wp:html /wp:html


ସାବୁନ୍‌ ପାଣିରେ ଧୋଇଲେ, ହାତରେ କିମ୍ବା ମଣିଷ ଶରୀରରେ ଏହା ବେଶୀ ସମୟ ଲାଗି ରହିପାରେ ନାହିଁ । ଅତି କମ୍‌ରେ ୨୦ ସେକେଣ୍ଡ ପାଇଁ ହାତକୁ ଭଲ ଭାବରେ ଧୋଇବା ଆବଶ୍ୟକ ।
ହାତ ଆଙ୍ଗୁଠିର ସବୁ ସନ୍ଧିକୁ ଭଲ ଭାବରେ ସାବୁନ୍‌ ରେ ଧୁଅନ୍ତୁ । ନଖ କଣକୁ ବି ଭଲ ଭାବରେ ଧୁଅନ୍ତୁ ।

ଥଣ୍ଡା ପାଣିରେ ବି ସାବୁନ୍‌ କାମ ଦେବ । କିନ୍ତୁ ସାଧାରଣ ତାପମାତ୍ରା ବା ଉଷୁମ ପାଣିରେ ଏହା ବେଶୀ ଭଲ କାମ ଦିଏ ବୋଲି ଏମରୟ ବିଶ୍ୱ ବିଦ୍ୟାଳୟର ପ୍ରଫେସର ବିଲ୍‌ ଓ୍ୱୁଏଟ୍‌ କହିଛନ୍ତି ।
ଉଷୁମ୍‌ ପାଣିରେ ସାବୁନ୍‌ ଲଗାଇ ହାତ ସଫା କଲେ ଅଧିକ ଫେଣ ବା ବବଲ୍‌ ହୋଇଥାଏ । ଏହା ଅଧିକ ଭଲ କାମ ଦେଇଥାଏ ।

ଆଲକହଲ୍‌ ଥିବା ହ୍ୟାଣ୍ଡ ସାନିଟାଇଜର୍‌ ବି ସାବୁନ୍ ପରି ପ୍ରଭାବ ପକାଏ । ଏଥିରେ ଅନେକ ଜୀବାଣୁ ବିଜାଣୁ ଓ ଭୁତାଣୁ ନଷ୍ଟ ହୋଇଯାଆନ୍ତି । ହ୍ୟାଣ୍ଡ ସାନିଟାଇଜର୍‌ରେ ୬୦ ପ୍ରତିଶତରୁ ଅଧିକ ଆଲକହଲ୍‌ ରହିବା ଆବଶ୍ୟକ । ହ୍ୟାଣ୍ଡ ସାନିଟାଇଜର୍‌ରେ ଭଲ ଭାବେ ହାତକୁ ଘଷନ୍ତୁ ବା rub କରନ୍ତୁ । ହାତ ଆଙ୍ଗୁଠିର ପ୍ରତି କଣ ଓ ନଖରେ ଯେପରି ହ୍ୟାଣ୍ଡ ସାନିଟାଇଜର୍‌ ଲାଗିବା ଦରକାର । ହାତ ପଛ ପଟେ ସାବୁନ୍‌ ଓ ପାଣିରେ ଧୁଅନ୍ତୁ କିମ୍ବା ସାନିଟାଇଜର୍ ଘଷନ୍ତୁ । ଏପରି ହେଲେ ବ୍ୟାକ୍ଟେରିଆ ଓ ଭାଇରସ୍‌ ମରିଯିବେ । ଏବେର ପରିସ୍ଥିତିରେ ସାବୁନ୍‌ ଓ ପାଣି କିମ୍ବା ହ୍ୟାଣ୍ଡ ଓ୍ୱାଶରେ ହାତ ସଫା କରିବା ଭଲ । ସାନିଟାଇଜ୍‌ରେ ହାତରେ ଥିବା ଜୀବାଣୁ ବୀଜାଣୁ ମରିଯାଆନ୍ତି ମାତ୍ର ସାବୁନ୍‌ ଓ ପାଣିରେ ଧୋଇ ହେବା ପରି ଏହା ଧୋଇ ହୁଅନ୍ତି ନାହିଁ, ନଷ୍ଟ ହୋଇ ହାତରେ ରୁହନ୍ତି ।

ହାତ ଧୋଇବା ବେଳେ ଆପଣ ଫେଣ କରୁଥିଲେ ଖୁସୀ ହୁଅନ୍ତୁ କି ହାତରେ ଥିବା ରୋଗ ଜୀବାଣୁ ବୀଜାଣୁ ଭୁତାଣୁକୁ ଆପଣ ନଷ୍ଟ କରିଦେଇଛନ୍ତି । ତାହା ନଷ୍ଟ ହୋଇ ଧୋଇ ହୋଇଯାଉଛନ୍ତି ।

wp:paragraph {"fontSize":"large"}

ପଢନ୍ତୁ--

ରେଳ ଟିକେଟ୍‌ କ୍ୟାନ୍‌ସଲ୍‌ ନକଲେ ବି ମିଳିଯିବ ରିଫଣ୍ଡ- କରୋନା ଯୋଗୁଁ ବାତିଲ୍ ହୋଇଥିବା ଟ୍ରେନ୍‌ର ଆଇଆର୍‌ସିଟିସି କରିବ ଅଟୋମେଟିକ୍‌ ରିଫଣ୍ଡ

‘୨୧ ଦିନ ଘରେ ନରହିଲେ ୨୧ ବର୍ଷ ତଳକୁ ଚାଲିଯିବ ଦେଶ’

କରୋନା ‘ପଜିଟିଭ୍’ : ଏବେ ଆଉ ବ୍ୟାପିବନି ଡ଼ରିବ କରୋନା, ଏହି ଭାଇରସର ହେବ ଅନ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.