ମାର୍ଶାଲ୍‌ ଆର୍ଟ ନିଶାରେ ସୌରଭ: ଓଡ଼ିଶା ବ୍ରୁସ୍‌ ଲି’ ନାମରେ ଭିଡ଼ିଓ ଭାଇରାଲ

କଟକ ୫/୯ : ପେସାରେ ଡାକ୍ତର । କିନ୍ତୁ ଛୋଟବେଳୁ ବ୍ରୁସ୍‌ ଲି’ଙ୍କୁ ଦେଖି ତାଙ୍କ ଭଳି ହେବାର ନିଶା । ଏମିତି ତାଙ୍କ ଭଳି ନନ୍‌ଚାକୁ ବୁଲାଇ ସୋସିଆଲ୍‌ ମିଡ଼ିଆରେ ଆଲୋଡ଼ନ ସୃଷ୍ଟି କରିଛନ୍ତି ସୌରଭ ମହାନ୍ତି । ଦୈନିକ ପ୍ରାୟ ୩ଘଣ୍ଟାରୁ ଅଧିକ ସମୟ ନନ୍‌ଚାକୁ ଘୁରାଇବାର କୌଶଳରେ ମାତିରହି ଆଜି ନାମ କମାଇଛନ୍ତି । ବିଭିନ୍ନ ସମୟରେ ସୋସିଆଲ୍‌ ମିଡ଼ିଆରେ ନନ୍‌ଚାକୁ ଘୁରାଇବାର ଭିଡ଼ିଓ ପୋଷ୍ଟ୍‌ କରିବା ଦ୍ୱାରା ତାଙ୍କ ଫଲୋୟର୍ସ ବେଶ୍‌ ବୃଦ୍ଧି ପାଇଛି । ଓଡ଼ିଶା ବ୍ରୁସ୍‌ ଲି’ ନାମରେ ତାଙ୍କର ଭିଡ଼ିଓ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳୁଛି । କେବଳ ମାର୍ଶାଲ୍‌ ଆର୍ଟ ନୁହେଁ ଡାକ୍ତରୀ ପେସାରେ ମଧ୍ୟ ପାରଦର୍ଶିତା ହାସଲ କରିଛନ୍ତି ସୌରଭ ।

ଇଣ୍ଡିଆନ ମେଡିକାଲ କାଉନସିଲ ରିସର୍ଚ୍ଚ (ଆଇ.ଏମ.ସି.ଆର) ପକ୍ଷରୁ ଅନୁଷ୍ଠିତ ଏକ ସର୍ବଭାରତୀୟ ସନ୍ଦର୍ଭ ଆଲେଖ୍ୟ ପ୍ରତିଯୋଗିତାରେ ଭଦ୍ରକର ଡାକ୍ତରୀ ଛାତ୍ର ସୌରଭ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଆଇଏମସିଆର ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରେ ଶତାଧିକ ଡାକ୍ତରୀ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ମାଇକ୍ରୋବାଇଲୋଜି ବିଭାଗରେ ‘ଆଣ୍ଟିବାୟୋଟିକ୍‌ ରେସିଷ୍ଟାନ୍ସ ଅନ ଭାଇରସ’ ଶୀର୍ଷକ ବିଷୟ ଉପରେ ସୌରଭ ନିଜର ସନ୍ଦର୍ଭ ଉପସ୍ଥାପିତ କରିଥିଲେ । ଯାହାକି ଆଇଏମସିଆର ବିଜ୍ଞବିଚାରକ-ମଣ୍ଡଳୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ ।

   ସମ୍ବନ୍ଧିତ ଖବର


ଲଗଜରୀ କାରର ମୂଲ୍ୟଠାରୁ ବିରାଟ କୋହଲିଙ୍କ ଗୋଟିଏ ଇନଷ୍ଟାଗ୍ରାମ୍ ପୋଷ୍ଟ ଖୁବ୍ ଅଧିକ

ICC ରେ ବଡ଼ ପରିବର୍ତ୍ତନ: ଶଶାଙ୍କ ମନୋହର ଛାଡିଲେ ଅଧ୍ୟକ୍ଷ ପଦବୀ, ଖୁବ୍ ଶୀଘ୍ର ହେବ ନିର୍ବାଚନ

ବିନା ମାଟିରେ ଫଳ, ପରିବା ଚାଷ କରି ଚର୍ଚ୍ଚାରେ ମାରାଥନ୍‌ ରନର ନୀଲା ରେନାବିକର

କରୋନା ଛଡ଼େଇ ନେଲା ଜୀବିକା : ରାସ୍ତା କଡ଼ରେ ପରିବା ବିକିଲେ କ୍ରୀଡ଼ାବିତ୍‌

କରୋନାରେ ପୂର୍ବତନ ଦିଲ୍ଲୀ କ୍ରିକେଟରଙ୍କ ମୃତ୍ୟୁ

କମ୍ ବୟସରେ ବଡ଼ ଉପଲବ୍ଧି: ଆଇସିସି ଏଲିଟ୍ ପ୍ୟାନେଲରେ ସାମିଲ ହେଲେ ଭାରତୀୟ ଅମ୍ପାୟାର