PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ସାମାଜିକ ଦୂରତା ବଜାୟ ରଖିବା ପାଇଁ ଦମ୍ପତି କଲେ ଏମିତି କାମ, ଭିଡିଓ ଭାଇରାଲ

https://m.dailyhunt.in/

ଭୁବନେଶ୍ୱର ୧/୬: ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ । କିଛି ମଜାର ଖୁରାକ ଯୋଗାଇଥାଏ ତ ଆଉ କିଛି ଦର୍ଶକଙ୍କୁ କିଛି ଶିକ୍ଷା ମଧ୍ୟ ଦେଇଥାଏ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଆପଣ ନିଜ ହସ ରୋକିପାରିବେନି । ମିଜୋରାମର ଜଣେ ଦମ୍ପତିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକି ସାମାଜିକ ଦୂରତାର ଏକ ସୁନ୍ଦର ଉଦାହରଣ ପାଲଟିଛି । କରୋନା ସମୟରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଉପରେ ବହୁତ ଗୁରୁତ୍ୱ ଦିଆଯାଉଛି । ଏଭଳି ସ୍ଥିତିରେ କୋଭିଡ୍ ସେଣ୍ଟର ଯିବା ସମୟରେ ମିଜୋରାମର ଏକ ଦମ୍ପତି ସୋସିଆଲ ଡିଷ୍ଟାନ୍ସ ବଜାୟ ରଖିବା ପାଇଁ ଯେଉଁ ଉପାୟ ଆପଣାଇଛନ୍ତି ତାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସୁଛି । ଏହି ଭିଡିଓରେ ଏକ ଦମ୍ପତି ଜିପରେ କ୍ୱାରଣ୍ଟାଇନ୍ ସେଣ୍ଟର ଯାଉଥିବା ଦେଖିବାକୁ ମିଳିଛି ।

ଜିପରେ ଏକ ଟ୍ରେଲର ଲାଗିଛି । ଯାହା ଫଳରେ ସାମାଜିକ ଦୂରତା ବଜାର ରଖିହେବ । ଭିଡିଓରେ ଦେଖାଯାଉଛି ଯେ ମହିଳା ଜଣକ ଟ୍ରେଲର ଉପରେ ଚଢି ଏକ ଚୌକି ପକାଇ ବସୁଛନ୍ତି । ଏବଂ ତାଙ୍କ ସ୍ୱାମୀ ଗାଡି ଚଲାଉଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକଙ୍କୁ ଏହା ବେଶ୍ ଆକର୍ଷକ ଲାଗୁଛି ଏବଂ ସମସ୍ତେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି । ଏମିତି ଏକ ସଚେତନତା ବାର୍ତ୍ତାକୁ ସମସ୍ତେ ଲାଇକ୍ କରିବା ସହ ସେୟାର ମଧ୍ୟ କରୁଛନ୍ତି ।