ସମ୍ବର୍ଦ୍ଧନା ସଭାରେ ନେତା କର୍ମୀ କରୋନା କଟକଣା ମାନି ନଥିବା ଅଭିଯୋଗ

ଭୁବନେଶ୍ୱର – ମହାମାରୀ କରୋନା ମୁକାବିଲା ପାଇଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ କଟକଣା ରହିଛି। ସାମାଜିକ ଦୂରତା ନିୟମ ପାଳନକୁ ଦିଆଯାଇଛି ଗୃରୁତ୍ଵ। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସେପଟେ ସାମାଜିକ ଦୂରତା ରକ୍ଷା ହିଁ ମହୌଷଧୀ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରବିବାର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । କିନ୍ତୁ ଏହି ନିୟମ ଭାଙ୍ଗିଛନ୍ତି ରାଜନେତା । କଟକ ଜିଲ୍ଲା ବାରଙ୍ଗ ବ୍ଳକ ଅନ୍ତର୍ଗତ ଖଲର୍ଦ୍ଦା ଗ୍ରାମ ପଞ୍ଚାୟରେ ଏପରି ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇ ଥିବାବେଳେ କାରୋନା କଟକଣା କଣ ସାଧାରଣ ଲୋକଙ୍କ ପାଇଁ ବୋଲି କହିଛନ୍ତି।

ରବିବାର କଟକ ଜିଲ୍ଲା ବାରଙ୍ଗ ବ୍ଳକ ଅନ୍ତର୍ଗତ ଖଲର୍ଦ୍ଦା ପଞ୍ଚାୟତ ବିଜେପି ପକ୍ଷରୁ ଆୟୋଜିତ କରୋନା ଯୋଦ୍ଧା ସମ୍ବର୍ଦ୍ଧନା ସମାରୋହରେ ପଞ୍ଚାୟତର କରୋନା ଯୁଦ୍ଧ ରେ ସାମିଲ ବ୍ୟକ୍ତି ବିଶେଷଙ୍କୁ ଉତ୍ତରିୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ କର୍ମକର୍ତ୍ତା ଓ ପଦାଧିକାରୀ ସାମିଲ ହୋଇଥିଲେ ।

ଅନ୍ୟପକ୍ଷରେ ସମ୍ବର୍ଦ୍ଧିତ ବ୍ୟକ୍ତି ବିଶେଷ ସାମାଜିକ ଦୂରତା ପାଳନ କରି ଥିବାବେଳେ ଅଭିଯାନରେ ସାମିଲ ନେତାକର୍ମୀ ମାନେ ସାମାଜିକ ଦୂରତା ନିୟମ ପାଳନକୁ ଉଲଂଘନ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଲକ ଡାଉନ କଟକଣା ଯେଉଁମାନେ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। ଏଭଳି କାର୍ଯ୍ୟକୁ ନେଇ ପଞ୍ଚାୟତ ର ବୁଦ୍ଧିଜିବୀ ପ୍ରଶ୍ନ କରିଛନ୍ତି ।

   ସମ୍ବନ୍ଧିତ ଖବର


ଦୃଢ ଇଚ୍ଛା ଶକ୍ତି- ୫୬ ବର୍ଷରେ ମାଟ୍ରିକ ପାସ୍‌ କଲେ ଆଶାକର୍ମୀ

ସିଂହଦ୍ୱାରରେ ହେବନି ବଡ଼ବଡୁଆ ଡାକ

ଯାତ୍ରା କଳାକାରଙ୍କ ରୋଜଗାରର ଭିନ୍ନ ଉପାୟ

ଫାଣ୍ଡି ଅଧିକାରୀଙ୍କ ଗୁଣ୍ଡାଗିରି ଅଭିଯୋଗ -ବାବୁ କହିଥିଲେ ୨ ବାଡ଼ି ଦେ,ଅବସ୍ଥା ସଙ୍ଗିନ କଲେ କନେଷ୍ଟବଳ

ମହାଜାଲିଆତି -ମିଛ ମାପଦଣ୍ଡରେ ଆକାଶଛୁଆଁ ବେପାର

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର