PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ସୋସିଆଲ ମିଡ଼ିଆରେ ତ୍ରୁଟିପୂର୍ଣ୍ଣ ଓଡ଼ିଆ ପୋଷ୍ଟ ଘଟଣାରେ ଦୁଃଖ ପ୍ରକାଶ କଲେ ଅନୁଭବ

କେନ୍ଦ୍ରାପଡ଼ା ୦୧/୦୧: ଚଳିତ ଡିସେମ୍ୱର ୨୪ରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ତାଙ୍କର ଜନ୍ମଦିନ ପାଳିଥିଲେ । ଏହି ଅବସରରେ ସେ କେନ୍ଦ୍ରାପଡ଼ା ଗସ୍ତରେ ଆସିବା ସହ ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସହ ସାମିଲ ହେବା ସହ ଶ୍ରୀବଳଦେବଜିଉଙ୍କ ଦର୍ଶନକରି ଲୋଡ଼ିଥିଲେ ଆଶୀର୍ବାଦ । ଏ ସଂକ୍ରାନ୍ତରେ ସେ ନିଜ ଟ୍ୱିଟରରେ ଓଡ଼ିଆ ଭାଷାରେ ଯେଉଁ ଟ୍ୱିଟ୍‍ କରିଥିଲେ ତାକୁ ନେଇ ଟ୍ରୋଲ୍‍ କରାଯାଇଥିଲା । ଉକ୍ତ ପୋଷ୍ଟର ଏକ ଓଡ଼ିଆ ବାକ୍ୟରେ “ଭକ୍ତାଳୁ’ ବୋଲି ଲେଖାଯାଇଥିଲା । ଯାହାକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ବିଭିନ୍ନ ମହଲ ସମାଲୋଚନା କରିଥିଲେ । ପରେ ନିଜର ତ୍ରୁଟି ଜାଣି ଏ ସମ୍ପର୍କରେ ସେ ସୂଚିତ କରିଥିଲେ ।

ସେ ଟ୍ୱିଟ୍‍ କରିଥିଲେ, “ସେ ପ୍ରକୃତରେ ଭକ୍ତ ଓ ଶ୍ରଦ୍ଧାଳୁ ଲେଖିବାକୁ ଚାହିଁଥିଲେ । କେମିତି ମଝିରୁ କିଛି ଡିଲେଟ୍‍ ହୋଇଯାଇଛି। ସେଥିପାଇଁ ସେ ଦୁଃଖିତ । ପୁଣି ଲେଖିଛନ୍ତି, ଏବେ ବି ଓଡ଼ିଆରେ ଲେଖିବା ତାଙ୍କର ପର୍ଫେକ୍ଟ ହୋଇନାହିଁ। ଦିନ ଯାକ ଟୁଇଟରରେ ବସିପାରୁନି ଆଜ୍ଞା । ଅନ୍ୟ କାମ ମଧ୍ୟ ଅଛି । ଆପଣଙ୍କ ଭଳି ପାରଙ୍ଗମ ହୋଇପାରିନି । ଆଶା ବୁଝିବାରେ ବେଶି ଅସୁବିଧା ହୋଇନି । ଏବେ ଆପଣଙ୍କ ବଡ଼ ଚିନ୍ତାଟେ ଗଲା’ ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।