ଲତା ମଞ୍ଜେସକରଙ୍କ ଗୀତ ଗାଇ ଫେମସ୍ ହୋଇଥିଲେ ରାନୁ,ଏବେ ହିମେଶ ରେଶମିୟା ଦେଲେ ଏହି ଫିଲ୍ମରେ ସୁଯୋଗ

ନୂଆଦିଲ୍ଲୀ,୨୨।୮: ଲତା ମଞ୍ଜେସକରଙ୍କ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ଏବେ ପ୍ରସିଦ୍ଧ ସିଙ୍ଗର ହିମେଶ ରେଶମିୟା ନିଜର ନୂଆ ଫିଲ୍ମରେ ଗୀତ ଗାଇବାକୁ ଅଫର ଦେଇଛନ୍ତି। ରାନୁ ଖୁବ୍ ଶୀଘ୍ର ରିୟଲିଟି ଶୋ’ ସୁପରଷ୍ଟାର ସିଙ୍ଗରକୁ ଆସିବେ ବୋଲି ଜଣାପଡିଛି। ରାନୁ ଏହି ଶୋ’କୁ ଆସି ହିମେଶଙ୍କ ସହିତ ଅନ୍ୟ ଜଜ ଏବଂ ପିଲାଙ୍କୁ ସାକ୍ଷାତ କରିବେ। ହିମେଶ କହିଛନ୍ତି ସଲମାନ ଖାନଙ୍କ ବାପା ସଲିମ ଖାନ ତାଙ୍କୁ ଥରେ ପରାମର୍ଶ ଦେଇଥିଲେ ଯେତେବେଳେ ତୁମ ଜୀବନରେ କୌଣସି ଟ୍ୟାଲେଣ୍ଟଡ ଲୋକଙ୍କୁ ଦେଖ ତେବେ ତାଙ୍କୁ ଯିବାକୁ ଦିଅନ୍ତି। ସେହି ମଣିଷକୁ ନିଜର ଟ୍ୟାଲେଣ୍ଟ ଜରିଆରେ ଆଗକୁ ବଢିବାରେ ସାହାର୍ଯ୍ୟ କର।

ହିମେଶ କହିଛନ୍ତି, ଆଜି ମୁଁ ରାନୁଙ୍କୁ ଦେଖା କଲି ଓ ମୋତେ ଲାଗୁଛି ତାଙ୍କ ଉପରେ ଇଶ୍ବରଙ୍କ କୃପା​‌ ରହିଛି। ସେ ଖୁବ୍ ସୁନ୍ଦର ଗୀତ ଗାଆନ୍ତି, ମୁଁ ତାଙ୍କୁ ଯେତିକି ପାରିବି ସେତିକି ସାହାର୍ଯ୍ୟ କରିବାକୁ ଚେଷ୍ଟା କରିବି। ତାଙ୍କ ପାଖରେ ଭଗବାନଙ୍କ ଉପହାର ରହିଛି, ମୁଁ ଏହାକୁ ସାରା ଦୁନିଆର ଲୋକଙ୍କୁ ଜଣାଇବାକୁ ଚାହେଁ। ମୋର ଆଗାମୀ ଫିଲ୍ମରେ ସେ ଗୀତ ଗାଇଲେ ତାଙ୍କର ସ୍ବର ସାରା ଦୁନିଆରେ ପହଁଞ୍ଚିପାରିବ ବୋଲି କହିଛନ୍ତି ହିମେଶ।

ଉଲ୍ଲେଖନୀୟ ଯେ, ହିମେଶଙ୍କ ଆଗାମୀ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହିର’। ଏହି ଫିଲ୍ମରେ ଫିଲ ରାନୁ ‘ତେରି ମେରି କାହାନୀ…’ ନାମକ ଏକ ଗୀତ ଗାଇବାକୁ ଯାଉଛନ୍ତି। ରାନୁ ଲତା ମଞ୍ଜେସକରଙ୍କ ଗୀତ ‘ଏକ ପ୍ୟାର କା ନଗମା ହୈ…’ ଗାଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିଲେ। ତାଙ୍କୁ ଏହାପରେ ବହୁ ଅଫର ଆସିବାରେ ଲାଗିଛି, ତାଙ୍କୁ ସେତେବେଳେ ସବୁଠାରୁ ବଡ ଉପହାର ମିଳିଥିଲା, ଯେତେବେଳେ ଦୀର୍ଘ ୧୦ ବର୍ଷ ପରେ ଯୋଗାଯୋଗରେ ନଥିବା ତାଙ୍କ ଝିଅକୁ ପୁଣିଥରେ ଫେରି ପାଇଥିଲେ।

   ସମ୍ବନ୍ଧିତ ଖବର


ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ରହସ୍ୟ ଖୁବଶୀଘ୍ର ଉନ୍ମୋଚିତ-ସିବିଆଇକୁ ରିପୋର୍ଟ ଦେଲା ଏମ୍ସ ଟିମ୍‌

ଆଉ ଜଣେ ବଲିଉଡ୍‌ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ମୃତ୍ୟୁ ଉପରୁ ଉଠିଲା ପରଦା ! ଭିସେରା ରିପୋର୍ଟ ସ୍ପଷ୍ଟ କଲା ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା କି ନାହିଁ

ବିବାଦରେ କୋରିଓଗ୍ରାଫର ଟେରେନ୍ସ ଲୁଇସ୍‌, ଭାଇରାଲ୍‌ ହେଉଛି ଭିଡ଼ିଓ

NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ଆଜି ରାତିରୁ କେବିସି -୧୨ ଆରମ୍ଭ – ଶୋ’ର ପ୍ରତି ଏପିସୋଡରେ ଜିତି ପାରିବେ ଏକ ଲକ୍ଷ ଟଙ୍କା…ଜାଣନ୍ତୁ ଏହାର ସହଜ ଉପାୟ