ରାକ୍ଷୀ ସାୱନ୍ତଙ୍କ ମା’ଙ୍କ ଚିକିତ୍ସା ପାଇଁ ଆଗକୁ ଆସିଲେ ସୋହେଲ ଖାନ : କହିଲେ, ‘ଆବଶ୍ୟକ ପଡ଼ିଲେ ଯେକୌଣସି ସମୟରେ କଲ୍ କରିପାରିବେ’

ମୁମ୍ବାଇ ୨୭।୨ : ବଲିଉଡର ଆଇଟମ୍ ଗର୍ଲ ରାକ୍ଷୀ ସାଓ୍ବନ୍ତଙ୍କ ମା’ ଜୟା ସାଓ୍ବନ୍ତ ହସ୍ପିଟାଲରେ ଅଛନ୍ତି। ଜୟା ସାଓ୍ବନ୍ତ କ୍ୟାନସର ରୋଗରେ ପୀଡ଼ିତ ଅଛନ୍ତି। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ରାକ୍ଷୀ ସାୱନ୍ତଙ୍କ ସମର୍ଥନରେ ବଲିଉଡ ଏବଂ ଟେଲିଭିଜନ ସେଲିବ୍ରିଟିମାନେ ଆଗକୁ ଆସୁଛନ୍ତି। ରାକ୍ଷୀ ନିକଟରେ ସଲମାନ ଖାନ ଏବଂ ସୋହେଲ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବର୍ତ୍ତମାନ ସୋହେଲ ରାକ୍ଷୀଙ୍କୁ ସାହାଯ୍ୟ କରିବା ପାଇଁ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ରାକ୍ଷୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ସୋହେଲ ଖାନ ଭିଡିଓରେ କହିଛନ୍ତି ଯେ, ‘ମୁଁ ତାଙ୍କର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ଏବଂ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି।’ ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି ରାକ୍ଷୀ କ୍ୟାପସନରେ ଲେଖିଛନ୍ତି, ‘ଦୁନିଆର ମୋର ସବୁଠୁ ଭଲ ଭାଇ ସୋହେଲ ଭାଇ, ସଲମାନ ଭାଇ।’
ଏହି ଭିଡିଓରେ ସୋହେଲ କହିଛନ୍ତି, ‘ରାକ୍ଷୀ, ମାଇଁ ଡିୟର, ତୁମକୁ ଏବଂ ତୁମ ମାଆଙ୍କର କୌଣସି ପ୍ରକାରର ଆବଶ୍ୟକତା ପଡ଼ିଲେ, ଦୟାକରି ମୋତେ ସିଧାସଳଖ ଫୋନ୍ କରନ୍ତୁ । ମୁଁ ତୁମ ମାଆଙ୍କୁ କେବେବି ଭେଟି ନାହିଁ, କିନ୍ତୁ ମୁଁ ତୁମକୁ ଜାଣେ । ତୁମେ ବହୁତ ଶକ୍ତିଶାଳୀ ଏବଂ ତୁମେ ତାଙ୍କ ଝିଅ ହୋଇଥିବାରୁ ସେ ମଧ୍ୟ ବହୁତ ଶକ୍ତିଶାଳୀ ହୋଇଥିବେ। ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି । ତୁମେ କେବଳ ତାଙ୍କ ସହିତ ରୁହ ଏବଂ ସବୁକିଛି ଠିକ ହୋଇଯିବ । ଯେତେବେଳେ ସେ ସୁସ୍ଥ ହୋଇଯିବେ, ମୁଁ ତାଙ୍କ ସହିତ କଥା ହେବି ।